ଗଜପତିର ମାଙ୍କଡଡିଆଁ ଜଳପ୍ରପାତରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର ଓ ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

Spread the love

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ
ପାରଳାଖେମୁଣ୍ଡି,୧୦.୦୫.(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତିର ଅଗ୍ରଣୀ ମହିଳା ସଙ୍ଗଠନ ପ୍ରଗତିର ବାର୍ଷିକୋତ୍ସବ ଏବଂ ମାତୃଦିବସ ପାଳନ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ (ରାଜବାଟୀ ) ପରିସରରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠାନ ପ୍ରଗତିର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଗଜପତିର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଏହି ସାରସ୍ବତ ସମାବେଶ ଆୟୋଜିତ ହୋଇସାରିଛି।ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କେବଳ ମା’ଙ୍କ ଉଦ୍ଦେଶ୍ୟରେ ୫୦ରୁ ଉର୍ଦ୍ଧ୍ବ ସ୍ୱରଚିତ କବିତା, କବି ମାନେ ନିଜ ନିଜର କବିତା ଆବୃତ୍ତି କରିଥିଲେ।

ପ୍ରତ୍ୟେକ କବିଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା।ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା,ପରିଚୟ ପ୍ରଦାନ ସ୍ନେହା ବେହେରା, ସମ୍ବର୍ଥନା ଯୋଗାଯୋଗ ଗାୟତ୍ରୀ ପଟ୍ଟନାୟକ, ମନସ୍ଵିନୀ ଭୂୟାଁ ଓ ରାଜେଶ୍ୱରୀ ସ୍ୱାଇଁ କରିଥିବା ବେଳେ ଟ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ଉପ କାରାଗାର ଅଧ୍ୟକ୍ଷ କାମାକ୍ଷୀ ପ୍ରସାଦ ପତି, ବିଶିଷ୍ଠ ଅତିଥି ଭାବେ କନିଷ୍ଠ ଖଣି ଅଧିକାରୀ ବିଶ୍ୱଜିତ୍ ମହନ୍ତ, ସ୍ୱତନ୍ତ୍ର ଅତିଥି ଭାବେ ଗୁଣୁପୁରର ସେବା ନିବୃତ୍ତ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ,ଯୋଗ ଦେଇ ମାର ତାର ସନ୍ତାନ ପ୍ରତି ତ୍ୟାଗ,ବିଶ୍ୱାସ, ନିଷ୍ଟା, ନିଃସର୍ତ୍ତ ସ୍ନେହା ପ୍ରେମର ସ୍ୱଚ୍ଛ ଓ ନିର୍ମଳ ସମର୍ପିତ ଭାବଧାରାକୁ ବିଶ୍ଳେଷଣ କରିଥିଲେ।ଅନୁଷ୍ଠାନର ସଭାପତି ତଥା ୟୁ.ଟେକ୍.କମ୍ପ୍ୟୁଟର ଇନ୍ଷ୍ଟଟ୍ରର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ ।ଏହି ଶୁଭ ଅବସରରେ ପ୍ରାକ୍ତନ ଜେଲ୍ ଅଧ୍ୟକ୍ଷ ହନୁ ସେଠୀ କୁ ସଂବର୍ଥନା ସହ ନାରୀ ସଶକ୍ତି କାରଣରେ ଅତୁଳନୀୟ ସାମାଜିକ ଅବଦାନ ପାଇଁ ରଞ୍ଜିତା ପଟ୍ଟନାୟକ, ଇନ୍ଦିରା ଗୌଡ,ଓ ଡ.ଭାରତୀ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର, ମେମଣ୍ଟୋ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଶେଷରେ ମାଆ ପାଇଁ ଦିନଟିଏ ଉଦ୍ଦେଶ୍ୟରେ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ବିଶ ବଳୟରୁ ଅମୃତ ସନ୍ତାନ ମାନଙ୍କୁ ଉଦ୍ଧାର କରି ମା ମାନେ ସେହି ସନ୍ତାନ ମାନଙ୍କୁ ନେଇ ଏକ ସୁସ୍ଥ ସମାଜ ଗଠନରେ ବ୍ରିତୀ ହେବା ପାଇଁ ସାମୂହିକ ଭାବପ୍ରବଣତା ସୃଷ୍ଟି କରାଯାଇଥିଲା।ମୁରଲୀ ଧର ପରିଚ୍ଛା, ଡ.ନରସିଂହ ଗୌଡ, ଭାଗବତ ପାଢ଼ୀ,ରାମ ଚନ୍ଦ୍ର ପାଢ଼ୀ, ପାୟଲ ପାତ୍ର, ପଲକ ପାତ୍ର ରବି ଭୂୟାଁ, ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଗଜପତିର ମାଙ୍କଡଡିଆଁ ଜଳପ୍ରପାତରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର ପାରଳାଖେମୁଣ୍ଡି, 11/5(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ଥିବା ପ୍ରଖ୍ୟାତ ମାଙ୍କଡଡିଆଁ ଜଳପ୍ରପାତରୁ ଗତକାଲି ରବିବାର ଜଣେ ଅଧ୍ୟାପକ ଅଭିଜି ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ମଧ୍ୟାହ୍ନ ସମୟରେ କିଛି ପର୍ଯ୍ୟଟକ ମାଙ୍କଡଡିଆଁ ଜଳପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖ୍ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଦେଖ୍ ଫେରି ଯାଇଥିଲେ । ଆର. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ କରିଥିଲା।ପ୍ରାଥମିକ ତଦନ୍ତରୁ ମୃତକ ଅଭିଜିତଙ୍କ ଘର ଜଗତସିଂପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଅଭିଜିତ ବ୍ରହ୍ମପୁରର ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ପରିବାର ଲୋକ ପହଞ୍ଚିବା ପରେ ଆଜି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଛି. ଘଟଣା ନେଇ ଆର. ଉଦୟଗିରି ପୋଲିସ ଏକ ମକଦ୍ଦ୍ୱମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଜୁନ 1 ଠାରୁ 9 ଦିନିଆ ମହେନ୍ଦ୍ରମେଳା ଅନୁଷ୍ଠିତ ହେବ ପାରଳାଖେମୁଣ୍ଡି, 11/5(ତାରିଣୀ ପ୍ରସାଦ ପଣ୍ଡା ):

ପୁରାଣ ପ୍ରସିଦ୍ଧ ଓଡ଼ିଶାର ହିମାଳୟ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ମହେନ୍ଦ୍ର ଶିଖରରେ ଆସନ୍ତା ଜୁନ୍ ମାସ ୧ ତାରିଖରୁ ମହେନ୍ଦ୍ର ମେଳା ଆରମ୍ଭ ହେବ | ୯ ଦିନ ଧରି ହେବାକୁ ଥିବା ଏହି ମେଳାରେ ବିଶ୍ୱଶାନ୍ତି ନବକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ଆୟୋଜନ ହେବାକୁ ଯାଉଥିବା ବେଳେ ବିଭିନ୍ନ କ୍ଷେତ୍ରରୁ ବହୁ ସାଧୁସନ୍ଥ ଓ ଆଚାର୍ଯ୍ୟବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଚତୁର୍ବେଦ ଓ ଭାଗବତ, ରାମଚରିତ ମାନସ ପାରାୟଣ ଏବଂ ସାଧୁସନ୍ଥମାଙ୍କ ଦ୍ବାରା ଜପ ଆଦି ଅନୁଷ୍ଠିତ ହେବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏଠାରେ ସମାଗମ ହେବେ. ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି |

ସେହିପରି ମହେନ୍ଦ୍ର ଅଞ୍ଚଳର ସଫେଇ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ମହେନ୍ଦ୍ରମେଳାର ଆୟୋଜକ କମିଟି ସଦସ୍ୟ ପାରଳାଖେମୁଣ୍ଡି ଦେବୀମଠ ମହନ୍ତ ରାମାନ୍ଦ ଦାସଜୀ, ପଣ୍ଡିତ ଅଶୋକ କୁମାର ପାଢ଼ୀ, ମହନ୍ତ ଡ.ହରିହର ଦାସଜୀ, ଅନ୍ତର୍ଯାମୀ ଗମାଙ୍ଗ, ସିଦ୍ଧେଶ୍ଵର ମିଶ୍ର ଓ ନଳିନୀପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *