Spread the love

ବଲ ବଲ ହୋଇ ଚାହିଁଛି ଜଳକା
ମାରିନେଲେ ମହାପାତ୍ରେ,
ବାଣ୍ଟି କୁଣ୍ଟି ସବୁ ନେଇ ଚାଲିଗଲେ
ଆଉଯେ ବଳିନି ମୋଟେ ।

ଯେତେ ମନ ଦୁଃଖରେ ରହିଲେ ବି କେହି ପଚାରିବେ ନାହିଁ ଯେ କାହିଁକି ଦୁଃଖରେ ଅଛୁ କିନ୍ତୁ ଖୁସିରେ ରହିଲେ ଦେଖିବ ସମସ୍ତେ ପଚାରିବେ କ’ଣ ହୋଇଛି ଏତେ ଖୁସି କ’ଣ ପାଇଁ ।

ନିଜର ମନକୁ ଶାନ୍ତି ରଖିବା ନିଜେ କ’ଣ ଆବଶ୍ୟକ କରୁଛେ ଆଉ ନିଜର ଲକ୍ଷ କ’ଣ ସେ ସମ୍ପର୍କରେ ନିଶ୍ଚିତ ହେବା ।ଆମ ପାଖରେ ଯାହାକିଛି ଅଛି ସେଥିପ୍ରତି କୃତଜ୍ଞ ରହି ପାରିଲେ, ମନକୁ କୌଣସି ନକରାତ୍ମକ ଭାବନା ଆସିବ ନାହିଁ ।

ଗଛ ଲଗାଇବା ଓ ଗଛ ବଞ୍ଚାଇବା ଦୁଇଟା ଅଲଗା କଥା, ଯିଏ Camera ସାମ୍ନାରେ ଗଛ ଲଗାଏ ସିଏ ପାଣି ଦେବାକୁ Time ପାଏନାହିଁ ଆଉ ଯିଏ ପାଣିଦିଏ ତା ପାଖକୁ Camera ଯାଏନି ।

               

“ସମୟ” ଏବଂ “ଭାଗ୍ୟ” କେତେବେଳେ ଚାଲିଯିବ କେହି କହି ପାରିବେ ନାହିଁ।ତେଣୁ “ସମୟ” ଏବଂ “ଭାଗ୍ୟ” ଉପରେ କେବେ ହେଲେ ଅହଙ୍କାର କରିବା ଉଚିତ୍ ନୁହେଁ।

ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି ତେବେ ତାକୁ ଖୁସିରେ ରହିବାକୁ ଦିଅନ୍ତୁ।ନଚେତ୍ ଏହାଠାରୁ ଅଧିକ ସମ୍ପର୍କ ଯୋଡିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ।

ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା।

ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ ହୁଏ। ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ।

           

ଆଜି ଏ ସମାଜ କଳୁଷିତ ହୁଏ
କେବଳ ଏଇଥି ପାଇଁ,
ପର ଆପଣାର ଭେଦଭାବ ଛାଡ
ସୁଖଶାନ୍ତି ଅଛି ଚାହିଁ ।

ପଥରର ଦୁର୍ବଳତା ଯେ ସେ କେବେ ତରଳେ ନାହିଁ କିନ୍ତୁ ଗୋଟିଏ ଗୁଣ ଉତ୍ତମ ଯେ ସେ କେବେ ବଦଳେ ନାହିଁ କିନ୍ତୁ ମଣିଷ ପଥରଠୁ ବି ଭୟଙ୍କର କେବେ ସେ ତରଳେ ତ କେବେ ବଦଳେ ।

ମଣିଷ ଯେତେଦିନ ପର୍ଯ୍ୟନ୍ତ ଅନ୍ୟ ଇଛାରେ ଚାଲୁଥିବ ସେତେ ଦିନ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଭଲ ହୋଇଥାଏ, ଯେତେବେଳେ ସେ ନିଜ ଇଚ୍ଛାରେ ଚାଲିବାକୁ ଚେଷ୍ଟା କରେ ସେତେବେଳେ ସମସ୍ତଙ୍କ ପାଖରେ ଖରାପ ହୋଇଥାଏ ।

ଆମକୁ ଆମର ଭାଗ୍ୟ ନିଜକୁ ଲେଖିବାକୁ ପଡ଼ିବ, ଏହା କୌଣସି Letter କି Application ନୁହେଁ ଯେ ଅନ୍ୟ କାହା ଦ୍ୱାରା ଲେଖେଇ ପାରିବେ ।

    

Leave a Reply

Your email address will not be published. Required fields are marked *