କି ଶୋଭା ଦିଶଇ ତୁଳସୀ ଦୟଣା
ତୁମ ଶ୍ରୀଅଙ୍ଗକୁ ପ୍ରଭୁ
ସେ ଦିବ୍ୟ ଦର୍ଶନ ମିଳୁଥିଲେ ସଦା
ଦୁଃଖ ଦୂର ହୁଏ ପ୍ରଭୁ
ରଙ୍ଗ ଅଧରକୁ ମଥାରେ ଚନ୍ଦନ
ଦିଶୁଥାଏ କି ସୁନ୍ଦର
ଭକ୍ତି ଭାବନାରେ ମନ ହଜିଯାଏ
ଦେଖି ସେ ରୂପ ସମ୍ଭାର
ଜୟ ଜଗନ୍ନାଥ ।
ଶ୍ରୀ ଭାଗବତ ସାର
ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ରେ ବର୍ଣିତ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନ ରେ ଏକ ବଡ଼ କଥା ଆମେ ଜାଣିବାକୁ ପାଇବା ଯଥା
କୋଅତି ପ୍ରୟାସୋଅସୁରବାଳକହରେ
ରୁପାସନେ ସ୍ବେ ହୃଦି ଛିଦ୍ରବତ ସତ8
ସ୍ୱସ୍ୟାତ୍ମନଃ ସଖ୍ୟୁରଶେଷ ଦେହିନଂl
ସାମାନ୍ୟ ତଃ କିଂ ବିଷୟୋପପାଦନୈ8 ll ଅର୍ଥାତ ଭଗବାନ ଙ୍କୁ ନିଜର ସଖା ବା ବନ୍ଧୁ ହିସାବରେ ପାଇବା ପାଇଁ କୌଣସି ପ୍ରୟାସସାପେକ୍ଷ ବସ୍ତୁ, ପଦାର୍ଥ ବା ମାଧ୍ୟମ ର ଆବଶ୍ୟକତା ନାହିଁ, ଏଥିପାଇଁ (ପ୍ରଭୁଙ୍କର ପ୍ରୀତି ଲାଭ ) କେବଳ ଆମ ପାଖରେ ଥିବା ବା ଆମ ଶରୀରର ସମସ୍ତ ଅଙ୍ଗ ଗୁଡିକର ଉପଯୁକ୍ତ ବ୍ୟବହାର ଦରକାର, ଯେପରି କାନ ଦ୍ୱାରା ସର୍ବଦା ପ୍ରଭୁଙ୍କ ମହିମା ଶ୍ରବଣ, ଜିହ୍ୱା ଦ୍ୱାରା ପ୍ରଭୁଙ୍କର ମହିମା ଉଚ୍ଚାରଣ, ଚକ୍ଷୁ ଦ୍ୱାରା ପ୍ରଭୁଙ୍କର ମନଲୋଭା ରୂପ ଦର୍ଶନ ନାସିକା ଦ୍ୱାରା ପ୍ରଭୁଙ୍କର ପାଦରେ ଅର୍ପିତ ତୁଳସୀ ଚନ୍ଦନ ର ମହକ ଅସ୍ୱାଦନ, କର ବା ହସ୍ତ ଦ୍ୱାରା ପ୍ରଭୁଙ୍କର ବେଶ ପରିପାଟୀ ସଜ୍ଜା ବା ପରିଚର୍ଯ୍ୟl, ପାଦ ଦ୍ୱାରା ପ୍ରଭୁଙ୍କର ବାସସ୍ଥାନ ଭ୍ରମଣ,ଏହିସବୁ କ୍ରିୟା ର ଆଗ୍ରହ ସହ ପାଳନ ମଧ୍ୟ ସତସଙ୍ଗ ସଦୃଶ୍ୟ, ଭାବ ଓ ଭକ୍ତିର ସହ ଏହି ପ୍ରକାର ସତସଙ୍ଗ କଲେ ବା ସର୍ବଦା ପ୍ରଭୁଙ୍କର ଚିନ୍ତନ ରେ ମଗ୍ନ ହୋଇଗଲେ ଭଗବାନଙ୍କ ସାନିଧ୍ୟ ନିଶ୍ଚିତ ହୋଇଯାଏ, ଯେହେତୁ ଶ୍ରୀମଦ ଭାଗବତ ମଧ୍ୟ ସ୍ୱୟଂ ପ୍ରଭୁଙ୍କର ସ୍ୱରୂପ ଧାରଣ କରିଛନ୍ତି ସେଥିପାଇଁ ପ୍ରଥମ ରୁ ଆଲୋଚନା କରି ଜାଣିଲେ ଶ୍ରୀମଦ ଭାଗବତ ଙ୍କୁ ଭାବ ଓ ଭକ୍ତି ରେ ବାନ୍ଧି ପାରିଲେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଆପେ ଆପେ ଆପଣାର ହୋଇଯିବେ, ସେଥିପାଇଁ ଶ୍ରୀଜଗନ୍ନାଥ ଦାସ କହିଛନ୍ତି
ଏ କଳି ଯୁଗ ର ମହିମା l
ଅଛଇ ଏକ ଗୁଣ ସୀମା ll
ସେ ବାସୁଦେବ ନାମ ଗୁଣି l
ବୈକୁଣ୍ଠ ଲଭେ ହେଳେ ପ୍ରାଣୀ
ଯେହେତୁ ବଦ୍ଧ ଜୀବର ମୁକ୍ତି ନିମିତ୍ତ ଭଗବତକୀର୍ତନ ହିଁ ଏକ ମାତ୍ର ଅଵଲମ୍ବନ, ସେହି ରସମୃତ ଏ କଳି ଯୁଗ ରେ ଶ୍ରୀମଦ ଭାଗବତ ଛଡା ଆଉ ମିଳିବ କେଉଁ ଠାରେ? ଶ୍ରୀମଦ ଭାଗବତ ରେ ନାମ ଓ ଲୀଳା ରସାମୃତ ର ଆନନ୍ଦ ଗାମିନୀ ମନ୍ଦାକିନୀ ସଦା ଛତ୍ରେ ଛତ୍ରେ ପ୍ରବାହିତ ହେଉଛି, ସର୍ବଦା ସେଥିରେ ନିମଗ୍ନ ରହିଲେ ନିଶ୍ଚୟ ଭଗବାନ ଙ୍କ ସାନିଧ୍ୟ ମିଳିବ. ଏହା ଛଡା ଅନ୍ୟ ରୂପରେ ଜୀବ ତ୍ରିବର୍ଗ ଲାଭ କରିଲେ ମଧ୍ୟ ପ୍ରଭୁଙ୍କର ସାନିଧ୍ୟ ସୁଖ ଲାଭ କରି ପାରିବ ନାହିଁ. ତେଣୁ କହିଲେ
ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ l
ହରି ଭକତି ଦୂରେ ତେଜେ ll
ବିଷ୍ଣୁ ଭକତି ଲାଭ ଛାଡି l
ତ୍ରିବର୍ଗ ମଧ୍ୟେ ଲୋଭେ ବଢି ll
ତାହାର ସୁଖ ଲେଶ ନାହିଁ l
ସମୁଦ୍ରେ ଯେହ୍ନେ ନାଵ ଥାଇ ll
ତେଣୁ ଆସନ୍ତୁ ଯେଉଁ ଭାଗବତ ଙ୍କୁ ଆଶ୍ରା କରିଛେ, ତାଙ୍କରି ପ୍ରେମରେ ପଡିବା ଆଉ ଭଗବାନ ଙ୍କୁ ଆପଣାର କରିବା ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ)
Leave a Reply