#କର୍ମପାଞ୍ଚପ୍ରକାର
ପଞ୍ଚକର୍ମ ଆମେ ସାଧାରଣତଃ ପାଞ୍ଚ ପ୍ରକାର କର୍ମ କରିଥାଉ। ତାହାହେଲା…..
(୧) #ନିତ୍ୟକର୍ମ— ଶାସ୍ତ୍ରାନୁସାରେ ପ୍ରତିଦିନ କରାଯାଉଥିବା ଆବଶ୍ୟକ ଦୈନିକ କର୍ମକୁ ‘ନିତ୍ୟକର୍ମ’ କହନ୍ତି; ଯଥା—ସଂଧ୍ୟା, ଗାୟତ୍ରୀଜପ
(୨) #ନୈମିତ୍ତିକ_କର୍ମ—ଦେଶ, କାଳ, ପରିସ୍ଥିତି ଆଦି କୌଣସି ନିମିତ୍ତକୁ ଆଧାର କରି କରାଯାଉଥିବା କର୍ମକୁ ‘ନୈମିତ୍ତିକ କର୍ମ’ କହନ୍ତି । ଏହା ତିନି ଭାଗରେ ବିଭକ୍ତ ।
(କ) ଦେଶକୃତ ନୈମିତ୍ତିକ କର୍ମ’; ଗଙ୍ଗା, ପ୍ରୟାଗ, ନୈମିଷାରଣ୍ୟ, ପୁଷ୍କର ପ୍ରଭୃତି ତୀର୍ଥକୁ ଯାଇ ଯେଉଁ ଶାସ୍ତ୍ରବିହିତ କର୍ମ କରାଯାଏ, ତାହା ଦେଶକୃତ ନୈମିତ୍ତିକ କର୍ମ’;
(ଖ) କାଳକୃତ ନୈମିତ୍ତିକ କର୍ମ’; -ଏକାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା, ବ୍ୟତିପାତ, ଗ୍ରହଣ, ହୋଲି, ଦୀପାବଳୀ, ଅକ୍ଷୟତୃତୀୟା ପ୍ରଭୃତି ଦିନରେ ଯେଉଁ ଶାସ୍ତ୍ରବିହିତ କର୍ମ କରାଯାଏ, ତାହା କାଳକୃତ ନୈମିତ୍ତିକକର୍ମ’;
(ଗ) ପରିସ୍ଥିତିକୃତ ନୈମିତ୍ତିକ କର୍ମ’- ସନ୍ତାନ ଜନ୍ମ ହେଲେ, ପୁତ୍ର ବା ପୁତ୍ରୀର ବିବାହ ହେଲେ, କାହାର ମୃତ୍ୟୁ ହୋଇଗଲେ, ସନ୍ଥମହାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେଲେ ଯେଉଁ ଶାସ୍ତ୍ରବିହିତ କର୍ମ କରାଯାଏ ତାହା ପରିସ୍ଥିତିକୃତ ନୈମିତ୍ତିକ କର୍ମ’ ନାମରେ ପ୍ରସିଦ୍ଧ।
(୩) #କାମ୍ୟ_କର୍ମ—ମାନ-ସମ୍ମାନ ପାଇବା, ସମାଜରେ ପ୍ରସିଦ୍ଧ ହେବା, ପୁତ୍ର ଲାଭ କରିବା, ପ୍ରଚୁର ଧନ ଲାଭ କରିବା, ମନ ଅନୁକୂଳ ବସ୍ତୁ ପ୍ରଭୃତି ଇଷ୍ଟର ପ୍ରାପ୍ତି ଉଦ୍ଦେଶ୍ୟରେ ଏବଂ ରୋଗ ଦୂର କରିବା, ବିପଦ ଦୂର କରିବା, ଋଣ ପରିଶୋଧ କରିବା ପ୍ରଭୃତି ଅନିଷ୍ଟର ନିବୃତ୍ତି ଉଦ୍ଦେଶ୍ୟରେ କରାଯାଉଥୁବା ଶାସ୍ତ୍ରୀୟ କର୍ମକୁ ‘କାମ୍ୟ କର୍ମ’ କୁହାଯାଏ I
(୪) #ପ୍ରାୟଶ୍ଚିତ୍ତକର୍ମ—ନିଜର ପାପ ଦୂର କରିବା ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମକୁ ‘ପ୍ରାୟଶ୍ଚିତ୍ତ କର୍ମ’ କୁହାଯାଏ I ଏହା ଦୁଇ ଭାଗରେ ବିଭକ୍ତ—ବିଶେଷ ପ୍ରାୟଶ୍ଚିତ୍ତ ଓ ସାଧାରଣ ପ୍ରାୟଶ୍ଚିତ୍ତ। (କ) ବିଶେଷ ପ୍ରାୟଶ୍ଚିତ୍ତ କର୍ମ କାହାଦ୍ବାରା ମୂଷା, ବିଲେଇ, ପାରା ଆଦି ମରିଗଲେ, ସେହି ଜ୍ଞାତ ପାପ ଦୂର କରିବା ପାଇଁ ଧର୍ମସିନ୍ଧୁ, ନିର୍ଣ୍ଣୟସିନ୍ଧୁ ପ୍ରଭୃତି ଧର୍ମଗ୍ରନ୍ଥରେ କଥିତ ପ୍ରାୟଶ୍ଚିତ୍ତ କର୍ମ କରିବାକୁ ବିଶେଷ ପ୍ରାୟଶ୍ଚିତ୍ତ କର୍ମ’ କୁହାଯାଏ (ଖ) ବିଶେଷ ପ୍ରାୟଶ୍ଚିତ୍ତ କର୍ମ’ – ଜ୍ଞାତ ଓ ଅଜ୍ଞାତ ସମସ୍ତ ପାପ ଦୂର କରିବା ଉଦ୍ଦେଶ୍ୟରେ କରାଯାଉଥିବା ଶୁଭକର୍ମ, ଯଥା—ଗଙ୍ଗାସ୍ନାନ, ଏକାଦଶୀବ୍ରତ, ନାମଜପ, ସେବା ପ୍ରଭୃତିକୁ ସାଧାରଣ ପ୍ରାୟଶ୍ଚିତ୍ତ କର୍ମ’ କୁହାଯାଏ। (୫) #ଆବଶ୍ୟକକର୍ତ୍ତବ୍ୟ_କର୍ମ —କୃଷି, ବାଣିଜ୍ୟ, ଚାକିରି ଆଦି ଜୀବିକା ସମ୍ବନ୍ଧୀୟ ଏବଂ ଖାଇବା, ପିଇବା, ଶୋଇବା, ଉଠିବା ଇତ୍ୟାଦି ଶରୀର ସମ୍ବନ୍ଧୀୟ କର୍ମକୁ ‘ଆବଶ୍ୟକ କର୍ତ୍ତବ୍ୟ -କର୍ମ’ କୁହାଯାଏ।
Leave a Reply