କରୁଣାର ବାରି ଢାଳିଦିଅ ପ୍ରଭୁ ଜଗତର ହିତ ପାଇଁ,ତୁମ ଜଶବାନା ଉଡୁଥାଉ ସଦା ମନ୍ଦିର ଶୀର୍ଷରେ ଥାଇ । ହସ ଭରିଦିଅ ସବୁରି ଓଠରେ ହସୁ ଏ ସାରା ବ୍ରହ୍ମାଣ୍ଡ, ଭୁଲିବେନି କେବେ ଭକତ ତୁମକୁ ପ୍ରତିଭା ତୁମ ଅଖଣ୍ଡ ।ଜଗତର ନାଥ ପ୍ରଭୁ ଜଗନ୍ନାଥ ନାମ ଜଗତେ ବିଖ୍ୟାତ, ଜଗତଜନଙ୍କ ହିତ ପାଇଁ ପ୍ରଭୁ ତୁମେ ସଦା ସମର୍ପିତ । ଆସିଥାଏ ଯିଏ ଥରେ ଶ୍ରୀମନ୍ଦିର ଶ୍ରୀମୁଖ ଦର୍ଶନ ପାଇଁ, ଶୂନ୍ଯହସ୍ତେ କେବେ ଫେରେନାହିଁ ଯାଏ ତୁମ ଆଶୀର୍ବାଦ ପାଇ। ଜୟ ଜଗନ୍ନାଥ।
ହେଲେ ସତ୍ୟର ସହଚର
ମନରେ ରହେନାହିଁ ଡର
ଆତ୍ମବିଶ୍ୱାସ ଦୃଢ଼ତର
କରିଲେ ହୁଏ ଉପକାର ।
ଜୀବନରେ ସବୁ କିଣି ପାରିବ ହେଲେ ଆଶୀର୍ବାଦ କି ଭଲପାଇବା କିଣି ହେବ ନାହିଁ। ତାହା ଆମର କର୍ମ ଅନୁସାରେ ଆମକୁ ମିଳିଥାଏ ।
ଉପଦେଶ ଏମିତି ଏକ ସତ୍ୟ ଯାହାକୁ ଆମେ କେବେ ବି ଗୁରୁତ୍ଵ ଦେଇ ଶୁଣି ନଥାଉ,ଆଉ ପ୍ରଶଂସା ଏମିତି ଏକ ଧୋକା ଯାହାକୁ ଆମେ ହୃଦୟ ସହ ଧ୍ୟାନ ଦେଇ ଶୁଣି ଥାଉ।
ଶକ୍ତି ଏବଂ ଅର୍ଥ ଜୀବନର ଫଳ! କିନ୍ତୁ ପରିବାର ଏବଂ ବନ୍ଧୁମାନେ ଜୀବନର ମୂଳ! ଆମେ ଫଳ ବିନା ଚଳି ପାରିବା କିନ୍ତୁ ROOTS ବିନା କଦାପି ଠିଆ ହୋଇପାରିବା ନାହିଁ ।
ମହାପ୍ରଭୁ କହୁଛନ୍ତି — ବ୍ରାହ୍ମଣ ହେଉଛନ୍ତି ମୋର ପରମ ଆରାଧ୍ୟ । ମୋର ଅନୁଚରମାନଙ୍କ ଦ୍ବାରା ଆପଣମାନଙ୍କୁ ଯେଉଁ ଅପମାନିତ କରାଗଲା, ମୁଁ ଭାବୁଛି ତାହା ମୋ ଦ୍ବାରା କରାଯାଇଥିବା ଅପମାନ । ତେଣୁ ମୁଁ ପ୍ରାର୍ଥନା କରୁଛି ଯେ, ଆପଣମାନେ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ । ସେବକମାନେ ଅପରାଧ କଲେ, ଜଗତଲୋକେ ସେମାନଙ୍କର ସ୍ବାମୀ ( ମାଲିକ )କୁ ହିଁ ଦୋଷ ଦିଅନ୍ତି;କାରଣ ସେବକ ଭଲ କରୁ, କି ମନ୍ଦ କରୁ,ତାହାର ନିନ୍ଦା ବା ପ୍ରଶଂସା ମାଲିକ ହିଁ ପାଏ । ଚର୍ମରୋଗ ଯେପରି ଶରୀରର ଚମଡାକୁ ଦୂଷିତ କରିଦିଏ,ସେବକ କରିଥିବା ମନ୍ଦକର୍ମ ସେହିପରି ପ୍ରଭୁଙ୍କୁ ନିନ୍ଦିତ କରିଦିଏ ।
ଶ୍ରୀ ଜଗନ୍ନାଥ ଶରଣଂ