Spread the love

କନ୍ଧମାଳ: ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସାଂସଦଙ୍କୁ ଦାବିପତ୍ର ଦେଲେ ସଂଘ କର୍ମକର୍ତ୍ତା..

କନ୍ଧମାଳ : ଜିଲ୍ଲା ହୋମଗାର୍ଡ ସଂଘ ଆଇନ୍ ପରାମର୍ଶ ଆଇନ୍ ଜୀବି ତଥା ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି ,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ଅଜିତ କୁମାର ପଟ୍ଟନାୟକ ଙ୍କ ତତ୍ବାବଧାନରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ସାକ୍ଷାତ କରି ସର୍କିଟ ହାଉସ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ପ୍ରଥମେ ସଂଘ କର୍ମକର୍ତ୍ତା ଙ୍କ ନିଷ୍ପତ୍ତି ଅନୁଯାଇ ସାଂସଦ ମହାଶୟ ଙ୍କୁ ଉପଢୌକନ ଏବଂ ପୁଷ୍ପଗୋଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ତତ୍ ସହିତ ପୂର୍ବ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାରେ କିଛି ହୋମଗାର୍ଡ କର୍ମଚାରୀ ମାନ ଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ବିଭିନ୍ନ ମିଥ୍ୟା କେସରେ ଜଡ଼ିତ କରି ଚାକିରିରୁ ନିଲମ୍ବିତ କରିଛନ୍ତି l ସେମାନେ ବର୍ତ୍ତମାନ ହାଇକୋର୍ଟର ଆଶ୍ରୟ ନେଇ ଡିଗ୍ରୀ ହାସଲ କରିଛନ୍ତି। ସେମାନ ଙ୍କ ସମସ୍ୟାର କିପରି ସରଳ ସମାଧାନ ଆଇନ୍ ଗତ ମାଧ୍ୟମରେ କରାଯାଇ ପାରିବ ସେ ବିଷୟରେ ହୋମଗାର୍ଡ ସଂଘର ଆଇନ୍ ପରାମର୍ଶ ଦାତା ବରିଷ୍ଠ ବିଜେପି ନେତା ଆଇନଜୀବି ଭଗବାନ ମହାନ୍ତି ଏବଂ ଅଜିତ କୁମାର ପଟ୍ଟନାୟକ ସାଂସଦ ମହାଶୟ ଙ୍କ ସହିତ ଆଲୋଚନା କରିଥିଲେ l ଶ୍ରୀ ଯୁକ୍ତ ସାଂସଦ ମହାଶୟ ଖୁବଶୀଘ୍ର କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ନିମନ୍ତେ ଚେଷ୍ଟା କରିବା ପାଇଁ ମତପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ତଥା ପ୍ଲାଟୁନ କମାଣ୍ଡର ଅଖୟ କୁମାର ରାୟ ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ ,ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, ସଂଘର କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ ସାଫରିନ ଖାନ୍, ଚିଦାନନ୍ଦ ଦାସ, ନୃସିଂହ ଡାକୁଆ , ସଞ୍ଜୀବ ନାୟକ ଉପସ୍ତିତ ଥିଲେ l ଜିଲ୍ଲା ସଦର ମହୁକୁମା ରେ ହୋମଗାର୍ଡ ସଂଘ କାର୍ଯ୍ୟାଳୟ ଵା ହୋମଗାର୍ଡ କାର୍ଯ୍ୟାଳୟ ଭବନ ଟିଏ କରାଗଲେ ଅତି ଉତ୍ତମ ହୁଅନ୍ତା l କରଣ ଦୂର ଦୁରାନ୍ତ ଥାନା ମାନଙ୍କ ରୁ ଜିଲ୍ଲା ହେଡ଼ କ୍ଵାଟର୍ କୁ ଜେ କୌଣସି ସରକାରୀ ଡିୟୁଟି ରେ ହଉ କିମ୍ବା ହୋମଗାର୍ଡ କର୍ମଚାରୀ ମାନେ କୌଣସି ଦୂର ଜିଲ୍ଲା କୁ ଯାଇ ଫେରୁଥିବା ବେଳେ ନିଜ ଗ୍ରାମ କୁ ଯିବା ନିମନ୍ତେ କୌଣସି ବସ୍ ର ସୁବିଧା ନ ଥାଏ l ସେଇ ସମୟରେ ସେଇ କର୍ମଚାରୀ ମାନେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି l ଫୁଲବାଣୀ ରେ ସେମାନଙ୍କ ରହିବା ପାଇଁ ସେଇ ସମୟରେ କୌଣସି ସୁବିଧା ନ ଥାଏ ଯାହାକି ହୋମଗାର୍ଡ ସଂଘ କାର୍ଯ୍ୟାଳୟ ଭବନ ଟିଏ କରାଗଲେ ସେଇ କାର୍ଯ୍ୟାଳୟ ରେ ଟିକେ ଆଶ୍ରୟ ନେଇଁ ନିଜ ଅଞ୍ଚଳ କୁ ସୁବିଧାରେ ଯାଇ ପାରନ୍ତେ l କନ୍ଧମାଳ ଜିଲ୍ଲା ରେ ନିରୀହ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ସରକାର ଙ୍କ ଡିଉଟି ଦେବା ପରିବର୍ତ୍ତେ ନିଜ ଘରେ ଘରୋଇ କାର୍ଯ୍ୟ ରେ ନିୟୋଜିତ କରି ନାହିଁନ ଥିବା ନିର୍ଯାତନା ଦେଉଛନ୍ତି l ନିରୀହ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଅଧିକାରୀ ମାନେ ନିଜ ଘରେ ରୋଷେଇ କରିବା ଠାରୁ ଆରମ୍ବ କରି ପିଲା ଧରିବା, କୁକୁର ବୁଲେଇଵା, କୁକୁର ମଳମୂତ୍ର ସଫା କରିବା, ଲେଟିନ୍ ସଫା କରିବା, ଲୁଗା ସଫା କରିବା ଆଦି ବହୁ ନିର୍ଯାତନା ଦେଇ ନାହିଁନ ଥିବା ହଇରାଣ ହରକତ କରୁଛନ୍ତି l କୌଣସି ହୋମଗାର୍ଡ ଯଦି ସେଭଳି କାର୍ଯ୍ୟ କରିବାକୁ ଵାରଣ କରେ ତାକୁ ଚାକିରୀ ରୁ ବହିଷ୍କାର କରିବା ର ଧମକ୍ ଦେଇ ଡରେଇ କି ରଖି ଥାନ୍ତି ଉଚ୍ଚ କର୍ମଚାରୀ ମାନେ l ନିରୀହ ହୋମଗାର୍ଡ କର୍ମଚାରୀ ମାନେ ନିଜର ସହ ପରିବାର ର ପେଟ ପାଟଣା କୁ ଆଖି ଆଗରେ ରଖି ଉଚ୍ଚ କର୍ମଚାରୀ ମାନଙ୍କ ଘରେ ସେଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଇଥାନ୍ତି l ତେଣୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ କନ୍ଧମାଳ ସାଂସଦ ଙ୍କ ଜରିଆରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ବିଶେଷ ବିଶେଷ ଅନୁରୋଧ କରାଯାଉଛି କି ରାଜ୍ୟ ରେ ଥିବା ସମସ୍ତ ନିରୀହ ହୋମଗାର୍ଡ କର୍ମଚାରୀ ମାନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ଙ୍କ ଘରୋଇ କାର୍ଯ୍ୟ ଵା ବ୍ୟକ୍ତିଗତ କାର୍ଯ୍ୟ ରେ ନିୟୋଜିତ କରାନ୍ତ ନାହିଁ l

Related Post

Leave a Reply

Your email address will not be published. Required fields are marked *

You Missed