Spread the love

କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ପାଳିତ।
କଟକ,ତା ୦୭-୧୧-୨୦୨୪ରିଖ, କଟକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆଜି ରେଭେନ୍ସା କଲିଜିଏଟ୍ ସ୍କୁଲସ୍ଥିତ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ମେୟର, ଶ୍ରୀ ସୁବାସ ସିଂ ବରେଣ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ।

ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ। କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ବହୁ ପ୍ରତିଷ୍ଠିତ ବିଚାରପତି ଏଠାରୁ ସୃଷ୍ଟି ହୋଇଛନ୍ତି ବୋଲି ମତବ୍ୟକ୍ତ କରି ନିଷ୍ଠାର ସହ ସମସ୍ତ କାର୍ଯ୍ୟ କରିପାରିଲେ ଆମେ ସବୁ କ୍ଷେତ୍ରରେ ଗୌରବାନିତ ହୋଇପାରିବା ବୋଲି କହିଥିଲେ।

ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଉଦଘାଟନୀ ଉତ୍ସବରେ ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ରହିଲେ ଛାତ୍ରଛାତ୍ରୀ ମାନେ ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ।
କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କଟକ ଏକ ସାଧାରଣ ସହର ନୁହେଁ । ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ କଟକର ବହୁ ପରିଚିତ ରହିଛି। କଟକ ସହରରେ ଏହି ରେଭେନ୍ସା କଲିଜିଏଟ ବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ବିଦ୍ୟାଳୟ ଭାବରେ ପରିଚିତ। ମୁଁ ଜାଣିବାକୁ ପାଇଛି ଯେ ଏହି ବିଦ୍ୟାଳୟରୁ ବହୁବ୍ୟକ୍ତି ବିଶେଷ ତାଙ୍କର ଛାତ୍ର ଜୀବନ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି । ଛାତ୍ର ଛାତ୍ରୀମାନେ ବିଦ୍ୟା ସହ କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିପାରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ମତଵ୍ୟକ୍ତ କରିଥିଲେ।ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସରକାରଙ୍କର ସମସ୍ତ ଦ୍ବାରା ଉଦ୍ଧିଷ୍ଟ ଯୋଜନାମାନକୁ ସଦୁପଯୋଗ କରିବା ଉପରେ ଗୁରୁତ୍ୱାରୋପ କରି ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଆଣିବାପାଇଁ ଛାତ୍ର ଛାତ୍ରୀମାନେ ଉଦ୍ୟମ ଜାରି ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ଏହି ଉଦଘାଟନ ଅବସରରେ କହିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଡକ୍ଟର ଶ୍ରୀ ସନ୍ତୋଷ କୁମାର ରାଉତଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିଁ ମହୋତ୍ସବ ସମ୍ବନ୍ଧୀୟ କାର୍ଯ୍ୟସୂଚୀ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭରେ ଡଃ ରାଉତ ସୂଚନା ପ୍ରଦାନ କରିଥିଲେ।

ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତି ସୋନାମିକା ରାୟ , ବ୍ଲକ୍ ଶିକ୍ଷା ଅଧିକାରୀ ଅଭିଜିତା ଭାସ୍କର, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦେବ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାୟ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ଛlତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ରେଭେନ୍ସା କଲିଜିଏଟ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଗତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ………..,…… ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଶ୍ରୀ ଅକ୍ଷୟ କୁମାର ଷଡ଼ଙ୍ଗୀ, ବିଶ୍ଵନାଥ ମିଶ୍ର ଏବଂ ଜିଲ୍ଲା ଜନଜାତି ସଂଯୋଜିକା ଡକ୍ଟର ସୁଚିସ୍ମିତା ମହାନ୍ତି ସଂଯୋଜନା ଓ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ସମଗ୍ରଶିକ୍ଷା ଓ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ , ରେଭେନ୍ସା କଲିଜିଏଟ୍ ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ସି ଆର ସି ସି ମାନେ ପ୍ରତ୍ୟକ୍ଷ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ର ମୂଲ୍ୟାୟନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ବିଚାରକ ଭାବରେ ଯୋଗଦେଇ ରାଜ୍ୟସ୍ତରୀୟ ସୁରଭି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ ।

Leave a Reply

Your email address will not be published. Required fields are marked *