Spread the love

କଟକ ଜଗତପୁର ନିକଟସ୍ଥ ଭଇରିପୁର ଠାରେ ମା ଭାଗବତୀ ବିଦ୍ୟା ପିଠ ପରିସରରେ ଅଭିରାମ ଫାଉଣ୍ଡେସନ ତରଫରୁବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଅଛି,

ସଂଗଠନ ର ମୁଖ୍ୟ ଲକ୍ଷ ଗୋଟିଏ ପରିବାର ଗୋଟିଏ ବୃକ୍ଷ, ପଶୁ ପକ୍ଷୀଙ୍କ ପରି ପୋଷ୍ୟ କରିବେ ପ୍ରତିଦିନ ପରିବାରର ସଦସ୍ୟଙ୍କ ପରି.ପୂର୍ବରୁ ସଂଗଠନ ର ସଦସ୍ୟ ବୃନ୍ଦ ଅନେକ ବୃକ୍ଷ ରୋପଣ କରି ଆସୁଥିଲେ, ଯେତେବେଳେ ସଭାପତି ଙ୍କର ପିଲାଟି ଦିନରୁ ବୃକ୍ଷ ଲତା ପ୍ରତି ଦ୍ରୁବଳତା ସ୍ପୃହା ଥିଲା ଆଉ ଏଭଳି କାର୍ଯ୍ୟ ଦେଖି ଅନେକ ପ୍ରଶଂସା କରିଲେ, ତାଙ୍କୁ ଆହୁରି ଅନୁପ୍ରାଣିତ କରିଥିଲା.ଏବଂ ଦିନକୁ ଦିନ ଜଙ୍ଗଲ ରୁ ବୃକ୍ଷ କଟାଯାଉଛି ସେ ଲୁଚା ଚାପା ହେଉ ବା ଘର ଦ୍ୱାରା ତୋଳିବା ଉଦେଶ୍ୟରେ ଯାହା ଦିନକୁ ଦିନ ପରିବେଶ ପ୍ରତି ବିପଦ ସୃଷ୍ଟିହେଉଛି ବାରମ୍ବାର ବାତ୍ୟା, ଘଡ଼ଘଡ଼ି, ଭୁତ୍ସଳନ, ବାଦଲଫଟା ବର୍ଷା ଯୋଗୁଁ ଅନେକ ଧନଜୀବନ ପିଲାପରିବାର ସର୍ବ ସ୍ୱାନ୍ତ କରିଦେଉଛି.ବନ୍ୟ ଜନ୍ତୁ ଘର ମୁଖା ହୋଇ ଅନେକ ଆକ୍ରମଣ କରି ଜୀବନ ହାନୀ କରୁଛନ୍ତି.ସେଇ ସବୁ ଯେପରି ପରିବେଶ ଏବଂ ମଣିଷ ଜୀବନ ଉଭୟ ସନ୍ତୁଳିତ ସୁରକ୍ଷିତ ରହିବ, ସବୁଜ ପରିବେଶ ବଳୟରେ ଗାଁ ଏବଂ ସହର ସୁସ୍ଥ ନିରାମୟ ରହିବେ,ସେଥିପାଇଁ ତାଙ୍କର ମାନଂକୁ ବେଶ ଆନ୍ଦୋଳିତ କରିଥିଲା.ଏଦିଗରେ ସାହି ବସ୍ତି ବୁଦ୍ଧିଜୀବୀ ଙ୍କ ଉତ୍ସହିତ ର ମନୋଭାବ ତାଙ୍କୁ ଏଦିଗରେ ସାରା ରାଜ୍ୟ ରେ ଅନେକ ସ୍ଥାନରେ ପ୍ରତିଦିନ ବୃକ୍ଷ ଲଗାଇବା,

ସେମାନଙ୍କ ପ୍ରତି ପ୍ରତିଦିନ ଯତ୍ନ କରି ଅନ୍ତତଃ ଟିକେ ବଡ଼ ହେବା ଯାଏ ସେମାନଂକୁ ପ୍ରତ୍ୟକ୍ଷ ଯତ୍ନ ନେବା ଆହୁରି ପ୍ରେରଣା ଦେଇଛି.ବୃକ୍ଷ ତ ସମସ୍ତେ ଲଗାଇ ଗଣମାଧ୍ୟମରେ ଛାଇ ହୋଇ ଯାଉଛନ୍ତି କିନ୍ତୁ ଖୁବ କମ ତାଙ୍କର ଯତ୍ନ ନେଉଛନ୍ତି.ସରକାରୀ ବେସରକାରୀ ରାସ୍ତା କର ବନ ବିଲ ବାରି ବଗିଚା, ଗଛ ଲଗାଇବା ସହ ଶୁଖିଲା ମଞ୍ଜି ସିଞ୍ଚନ ଜାରି ରହିବା ସହ ପ୍ରଚାର ପ୍ରସାର ଘରେ ଘରେ ଜୋରଦାର କରାଯିବ, ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଧର୍ମାନନ୍ଦ-ସାହୁ, ସଂପାଦକ- ଅଶୋକ ମହାନ୍ତି, ଉପଦେଷ୍ଟା-ଧ୍ରୁବ ଚରଣ ଜେନା, ବରିଷ୍ଠ ସଭ୍ୟ- ଅମର ନାଥ
କର, ହୃଷିକେଶ ସାହୁ, ବୁଲୁ ବାରିକ,
କୋଷାଧ୍ୟକ୍ଷ-ଦେଵେନ୍ଦ୍ର ସାହୁ, ଭାଗୀରଥି ପ୍ରଧାନ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କାର୍ଯ୍ୟରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *