Spread the love

ଶପଥ ଗ୍ରହଣ ସମାରୋହରେ ବିଜେପି ନେତୃତ୍ୱ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ସୁନ୍ଦର ବାର୍ତ୍ତା ଦେଲେ ।

ବାର୍ତ୍ତା ୧-
ବିରୋଧୀ ଦଳ ସରକାରର ଶତ୍ରୁ ନୁହନ୍ତି । କିମ୍ବା ବିରୋଧୀ ଦଳର ନେତାଏ ଅସ୍ପୃଶ୍ୟ ନୁହେଁ । ପ୍ରଥମେ ବିଜେପିର ରାଜ୍ୟ ନେତୃତ୍ଵ ଏବଂ ପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସକୁ ଯାଇ ନବୀନଙ୍କୁ ଶପଥ ସମାରୋହ ପାଇଁ ନିମନ୍ତ୍ରଣ ଦେବା ସତରେ ପ୍ରଶଂସନୀୟ । ଏପରି ଦୃଶ୍ୟ ବର୍ତ୍ତମାନର ରାଜନୀତିରେ ବିରଳ । ଶପଥ ସମାରୋହ ମଞ୍ଚରେ ଜଣେ ବର୍ଷୀୟାନ, ଲୋକପ୍ରିୟ ଜନନେତାଙ୍କୁ ଯଥୋଚିତ ସମ୍ମାନ ଦେଇଥିବାରୁ ବିଜେପିର ନେତୃତ୍ଵ ନିଶ୍ଚୟ ଅଭିନନ୍ଦନର ପାତ୍ର ।

ବାର୍ତ୍ତା -୨
ନବୀନ ପ୍ରମାଣିତ କଲେ ଯେ ରାଜନୀତିରେ ମୂଲ୍ୟବୋଧ, ବିନମ୍ରତା, ସହୃଦୟତା , ସିଷ୍ଟାଚାରଠାରୁ ଆଉ ବଡ଼ କଥା କିଛି ନାହିଁ। ଦୀର୍ଘ ବର୍ଷର ଶାସନ ପରେ ନିଜ ପ୍ରମୁଖ ବିରୋଧୀଙ୍କଠାରୁ ପରାଜୟ ଲଭିବା ପରେ, ତାଙ୍କରି ଉତ୍ସବରେ ନିମନ୍ତ୍ରଣ ରକ୍ଷା କରି ସାମିଲ ହେବା ନିହାତି ରାଜନୀତିରେ ଅନନ୍ୟ ଉଦାହରଣ । ସେମାନଙ୍କୁ ଶୁଭେଚ୍ଛା, ସଦିଚ୍ଛା ଜଣାଇବା ନିହାତି ବଡ଼ ହୃଦୟର ପରିଚୟ । ଏହାହିଁ ବୋଧେ ଭାରତୀୟ ଗଣତନ୍ତ୍ରର ଅସଲ ସ୍ୱଭାବ ହେବା ଆବଶ୍ୟକ । ନବୀନଙ୍କ ଏପରି ଆଚରଣ ବର୍ତ୍ତମାନର ରାଜନୀତି ଏବଂ ରାଜନୀତିକ ଦଳ ପାଇଁ ଅନୁକରଣୀୟ ନିଶ୍ଚୟ ।

ଅନୁରୋଧ ଟିଏ

ଯେଉଁମାନେ ରାଜନୀତି ପାଇଁ ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଖରାପ କରିଛନ୍ତି ଏବଂ ଏବେ ମଧ୍ୟ ସମ୍ପର୍କ ବିଗାଡ଼ିବାରେ ବ୍ୟସ୍ତ ଅଛନ୍ତି, ସେମାନଙ୍କ ପାଇଁ ପଦିଏ । ଆଜିର ଶପଥ ଗ୍ରହଣ ସମାରୋହରେ ନିଜ ନିଜ ନେତାଙ୍କୁ ଦେଖନ୍ତୁ । କିଛି ଶିଖିବାକୁ ଚେଷ୍ଟା କରନ୍ତୁ । ଯାହା ସହ ରାଜନୀତି ପାଇଁ ସମ୍ପର୍କ ଖରାପ କରିଛନ୍ତି; ମୋଦୀ – ନବୀନଙ୍କ ପରି ତାଙ୍କ ସହ ଆଜିଠାରୁ ସମ୍ପର୍କ ଯୋଡ଼ନ୍ତୁ । ରାଜନୀତି ରାଜନୀତି ବାଟରେ ହେଉ; ସମ୍ପର୍କ ସବୁବେଳେ ଅତୁଟ ଥାଉ ।
ଏତିକି କରନ୍ତୁ । ନିଜ ପରିବାର ମଙ୍ଗଳ ହେବ । ସମାଜର ମଙ୍ଗଳ ହେବ!

Leave a Reply

Your email address will not be published. Required fields are marked *