ଚିଟ୍ଫଣ୍ଡ ଦୋଷୀଙ୍କୁ ଜେଲ୍ରେ ଠୁଙ୍କିବୁ
-ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଲେ ଅମିତ ଶାହ
-ବିଜେପି ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ
-୧୮ ମାସରେ ଚିଟ୍ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍ରେ ପୂରାଇବୁ
-ଚିଟ୍ଫଣ୍ଡ ଦୋଷୀଙ୍କୁ ଜେଲ୍ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ
-ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ- ଶାହ!.
-ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ
-ମୋଦି ଦେଶକୁ ସୁରକ୍ଷିତ , ସମୃଦ୍ଧ ବନାଇଛନ୍ତି- ଶାହ
-ଆଗାମୀ ୨୫ ବର୍ଷ , ଭାରତର ୨୫ ବର୍ଷ ହେବ- ଶାହ
-ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି!.
-ନବୀନ ବାବୁ କିଛି କରୁନାହାନ୍ତି , ତାଙ୍କ ବାବୁମାନେ ଶାସନ କରୁଛନ୍ତି
-ବିଜେପି ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ , ବାବୁ ନୁହେଁ
-ବିଜେପିକୁ ବିଜୟୀ କରାନ୍ତୁ , ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ବନାନ୍ତୁ!.
ମୋଦି ୩ ଶହ ପାର୍ କରିଗଲେଣି
-ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଲେ ଅମିତ ଶାହ
-ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି
-ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ
-ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି!.
-ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି , ମୋଦି ୩ ଶହ ପାର୍ କରିଗଲେଣି
-ସାତ ପର୍ଯ୍ୟାୟ ପରେ ୪ଶହ ପାର୍ ହୋଇଯାଇଥିବ- ଶାହ
-ଓଡ଼ିଶାକୁ କେବଳ ୪ ଶହ ପାର୍ ନୁହେଁ , ଏଠାରେ ବି ପଦ୍ମ ଫୁଟିବା ଦରକାର
-ଓଡ଼ିଶାର କଳା , ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର
-ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି
-ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି!.ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି
-ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି
-ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ- ଶାହ
-ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ
-ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା
-ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ
-ସାରା ଦେଶରେ ଓଡ଼ିଶା ସମୃଦ୍ଧ , ଓଡ଼ିଶା ଲୋକ କିନ୍ତୁ ଗରିବ!.
-ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି
-କଥା ଦେଉଛି , ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ
-ଓଡ଼ିଶାରେ ସବୁ ଅଛି , କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ
-ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି!.
-କଥା ଦେଉଛି , ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ
-ନବୀନ ସରକାର , ଖାଲି ଅଖାର ସରକାର- ଶାହ
-ମୋଦି ଚାଉଳ ଦେଉଛନ୍ତି , ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି
-ଖାଲି ଅଖାରେ ପେଟ ପୁରେନି , ଯଦି ଦେବା କଥା ଚାଉଳ ଦିଅନ୍ତୁ
-ରତ୍ନଭଣ୍ଡାର ଚାବି ହଜିଲାଣି , ନକଲି ଚାବି ବାହାରିଲାଣି!.
ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ
-ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ- ଶାହ
-ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି- ଶାହ
-ପେସା ଆଇନ ମଧ୍ୟପ୍ରଦେଶରେ ଲାଗୁ ହୋଇଛି, ଏଠି ବି ଲାଗୁ କରିବୁ!.