ଆଜି ହେଉଛି ଦେଵଉତ୍ଥାନ ଏକାଦଶୀ : ଶ୍ରୀହରୀ ବିଷ୍ଣୁ ଉଠିବେ ଯୋଗନିଦ୍ରାରୁ…
ଏମିତିରେ ବର୍ଷକୁ ୨୪ ଟି ଏକାଦଶୀ ରହିଥାଏ, ଏକାଦଶୀରେ ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କ ବ୍ରତ ରଖି ପୂଜା କରାଯାଇଥାଏ l ସମସ୍ତ ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ, କିନ୍ତୁ ବର୍ଷ ସାରା ପଡୁଥିବା ଏକାଦଶୀର ଅଲଗା ଅଲଗା ମହତ୍ୱ ରହିଛି l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ମାସ ର ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ଦେଵଉତ୍ଥାନ ଏକାଦଶୀ ବୋଲି କୁହାଯାଇଥାଏ l ବର୍ଷର ସମସ୍ତ ଏକାଦଶୀ ଠାରୁ ଦେଵଉତ୍ଥାନ ଏକାଦଶୀ ର ଅଲଗା ମହତ୍ୱ ରହିଥାଏ l କାହିଁକି ଦୀର୍ଘ ଚାରି ମାସ ପରେ ଶ୍ରୀହରୀ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ଥାଆନ୍ତି l ଭଗବାନ ବିଷ୍ଣୁ ଉଠିବା ମାତ୍ରକେ ଚତୁର୍ମାସ ସମାପ୍ତ ହୋଇଯାଇ ଥାଏ ଏବଂ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇ ଥାଏ l ଏହାଛଡା ଭଗବାନ ବିଷ୍ଣୁ ଉଠିବା ପରେ ତୁଳସୀଙ୍କ ସହିତ ଶାଳଗ୍ରାମଙ୍କ ବିବାହ ମଧ୍ୟ ହୋଇଥାଏ l ତେଣୁ ଏହି ଏକାଦଶୀ ଖୁବ ଫଳଦାୟୀ ଅଟେ l
ମାନ୍ୟତା ଅନୁସାରେ ଏହିଦିନ ବ୍ରତ ରଖୁଥିବା ବ୍ୟକ୍ତିର ୭ଜନ୍ମ ର ପାପ ଦୂର ହୋଇଥାଏ l
= ବିଷ୍ଣୁ ପୁରାଣ ଅନୁସାରେ ଦେବଉତ୍ଥାନ ଏକାଦଶୀରେ ବିଷ୍ଣୁ ସହସ୍ର ନାମ ପାଠ କରି ଶ୍ରୀହରୀ ବିଷ୍ଣୁଙ୍କୁ ଧଳା ପୁଷ୍ପ ଓ ତୁଳସୀ ଅର୍ପଣ କରିବା ଦ୍ୱାରା ଜିବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l
= ଶ୍ରୀହରୀ ବିଷ୍ଣୁ ହେଉଛନ୍ତି ବିଶ୍ୱର ପାଳନ କର୍ତା ତେଣୁ ତାଙ୍କ ନିକଟରେ ତାଙ୍କ ନିକଟରେ ନିଜ ମନରୁ ଅହଂକାର ,ଘୃଣା, ଗର୍ବ, ଲୋଭ, ଅସତ୍ୟ କୁ ଅର୍ପଣ କରି ଦିଅନ୍ତୁ l ଜୀବନ ର ସମସ୍ତ ଅସୁବିଧା ଆପେ ଆପେ ଦୂରେଇଯିବ l
= ଆମେ ଯଦି ଆଜିର ଦିନରେ ନାରାୟଣ ସେବା କରିବା ତେବେ ୧ ଜନ୍ମ ର ପୁଣ୍ୟ ପ୍ରାପ୍ତି ହେବ , ତେଣୁ ଆଜିର ଦିନରେ ନିହାତି ନାରାୟଣ ସେବା କରନ୍ତୁ l
= ଯଦି ଆଜିର ଦିନରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଦୁଗ୍ଧ ରେ ଅର୍ଘ୍ୟ ଦେବ ତେବେ ଜୀବନ ର ସମସ୍ତ କ୍ଳେଶ ଦୂର ହୋଇଯିବ ଏବଂ ଜୀବନ ସୁଖମୟ ହୋଇଯିବ l