ଆଜିର ଭାଗବତ ବାଣୀ
ଯେ ଜଗତର ମୂଳକାରଣ ଏବଂ ସମସ୍ତଙ୍କ ହୃଦୟରେ ପୁରୁଷରୂପେ ବିରାଜମାନ ଏବଂ ସମସ୍ତ ଜଗତର ଏକମାତ୍ର ସ୍ବାମୀ,ଯାହାଙ୍କ ହେତୁ ଏହି ସଂସାରରେ ଚୈତନ୍ୟର ବିସ୍ତାର ହୋଇଥାଏ, ସେହି ଭଗବାନଙ୍କୁ ମୁଁ ନମସ୍କାର କରୁଛି;
ମୁଁ ଭାବର ସହିତ ତାଙ୍କୁ ଧ୍ୟାନ କରୁଛି । ଏହି ସଂସାର ଯାହାଙ୍କ ଆଶ୍ରୟରେ ରହିଛି, ଯାହାଙ୍କ ସତ୍ତା ହେତୁ ପ୍ରତୀତ ହେଉଛି, ଯେ ଏହି ସଂସାରରେ ପରିବ୍ୟାପ୍ତ ହୋଇଛନ୍ତି ଏବଂ ସ୍ବୟଂ ଏହି ସଂସାରରୂପରେ ପ୍ରକଟ ହୋଇଛନ୍ତି ତଥା ଯେ ଏହି ସଂସାରଠାରୁ ଓ ଏହାର କାରଣ ପ୍ରକୃତିଠାରୁ ସର୍ବଥା ଅତୀତ, ମୁଁ ସେହି ସ୍ବୟଂପ୍ରକାଶ, ସ୍ବୟଂସିଦ୍ଧ,ସତ୍ତାତ୍ମକ ଭଗବାନଙ୍କର ଶରଣ ଗ୍ରହଣ କରୁଛି ।
ଯାହାଙ୍କ ମାୟାବଳରେ ଏ ସଂସାର ତାଙ୍କରି ଠାରେ ଅଧ୍ୟସ୍ତ,ଯାହାଙ୍କ ଯୋଗୁଁ ଏହି ସଂସାର କେତେବେଳେ ଦୃଶ୍ୟମାନ ହୁଏ ତ,କେତେବେଳେ ବିଲୟ ହୋଇଯାଏ, ଅଥଚ ଯେ ନିଜର ଅପ୍ରତିହତ ଦୃଷ୍ଟିରେ ଏହି ଉଭୟ ଅବସ୍ଥାକୁ ସାକ୍ଷୀରୂପେ ଦେଖୁଥାନ୍ତି,ଯେ ସବୁରି ମୂଳ ଓ ନିଜର ମଧ୍ୟ ମୂଳ, ସେହି ପରାତ୍ପର ପ୍ରଭୁ ମୋତେ ରକ୍ଷା କରନ୍ତୁ
ଶ୍ରୀ ଜଗନ୍ନାଥ ଶରଣଂ