Spread the love

ମା ସନ୍ତୋଷୀ ବ୍ରତ କଥା

ପୌରାଣିକ କାହାଣୀ ଅନୁଯାଇ ଜଣେ ସାଧବ ଙ୍କର 7 ଟି ପୁଅ ଥିଲେ ସେଥିମଧ୍ୟରୁ 6 ଜଣ କାମ କରୁଥିଲେ ମଧ୍ୟ ସବା ସାନ ପୁଅ ଅଳସୁଆ ଥିଲା ଏବଂ କୌଣସି କାର୍ଯ୍ୟ କରୁନଥିଲା I ସେଥିପାଇଁ ସମସ୍ତେ ଖାଇସାରିବା ପରେ ସମସ୍ତଙ୍କର ବଳକା ଅଇଁଠା କୁ ଏକତ୍ରିତ କରି ସେହି ସାଧବ ସାନ ପୁଅକୁ ଖାଇବାକୁ ଦିଆଯାଉଥିଲା I

ଏହା ଜାଣିପାରିବା ପରେ ସାଧବ ସାନ ପୁଅ ଜଣଙ୍କ ରାଗିକି ଘର ଛାଡିକି ପଳେଇଥିଲା I ଏବଂ ଅନ୍ୟ ଏକ ରାଜ୍ୟରେ ଜଣେ ସାହୁକାର ଙ୍କ ଅଧୀନରେ କାମ କରି ବେଶ ନା କମାଇବାକୁ ଲାଗିଲା I ୟା ଭିତରେ ଦୀର୍ଘ 12 ବର୍ଷ ବିତିଯିବାରୁ ସାନ ପୁଅ ନ ଆସିବାରୁ ସାନ ବୋହୂକୁ ଅନ୍ୟ ଯା ଏବଂ ଶାଶୁ ବହୁତ ହଇରାଣ ଏବଂ ସମସ୍ତ କାମ କରାଉଥିଲେ I

ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ ଦୁଃଖରେ ଭାଙ୍ଗିପଡି ଜଙ୍ଗଲ ରେ ବୁଲିବା ବେଳେ ଦିନେ କିଛି ମହିଳା ପୂଜା କରୁଥିବାର ସାନ ବୋହୁ ଦେଖିଲା ଏବଂ ସେମାନଙ୍କ ଠାରୁ ପୂଜା ର ବିଧି ବୁଝି ନିଜ ସ୍ୱାମୀର ଫେରିବା ପାଇଁ ପୂଜା କରିଲା I

16 ଶୁକ୍ରବାର ନିଷ୍ଠାର ସହିତ ପୂରଣ କରିବା ପରେ ମା ସନ୍ତୋଷୀ ତା ସ୍ୱାମୀଙ୍କୁ ବିଦେଶରୁ ଫେରାଇ ଆଣିଥିଲେ I ସନ୍ତୋଷୀ ଙ୍କ କୃପାରୁ ସାନ ବୋହୁ ଏବଂ ସାନ ପୁଅ ଖୁଶିରେ ଜୀବନ କାଟିଲେ I

ପୂଜା ବିଧି:-

ଯେ କୌଣସି ଶୁକ୍ରବାର ରୁ 16 ଶୁକ୍ରବାର ଯାଏଁ ନିଷ୍ଠାର ସହିତ ପ୍ରତି ଶୁକ୍ରବାର ଦିନ ଉପବାସ ରଖି ଏକ କଳସ ସ୍ଥାପନା କରି ମା ଙ୍କୁ ପୂଜା କରାଯାଏ I ମା ଙ୍କ ଅତି ପ୍ରିୟ ଭୋଗ ଗୁଡ ଏବଂ ଚଣା ଅଟେ I

ତେବେ ଏହି 16 ଶୁକ୍ରବାର ଭିତରେ ଯେପରି ନିଜେ ଏବଂ ପରିବାର ଭିତରେ କେହି ଖଟା ନଖାନ୍ତି ସେଥିପାଇଁ ଧ୍ୟାନ ଦେବାକୁ ପଡିଥାଏ I ଖଟା କୁ ମା ସନ୍ତୋଷୀ ଙ୍କର ଚରମ ଶତ୍ରୁ ବୋଲି ବିବେଚନା କରାଯାଏ I 16 ଶୁକ୍ରବାର ଦିନ ମା ଙ୍କର ବ୍ରତ ଉଦଯାପନ କରିବା ଉଚିତ I

ଶେଷ ଦିନ ଖିରି ଚଣା ଶାଗ ରାନ୍ଧି 8 ଟି ଛୋଟ ବାଳକ ପିଲାଙ୍କୁ ଖାଇବାକୁ ଦିଆଯାଏ ଏବଂ ଖାଇସାରିବା ପରେ ସମସ୍ତଙ୍କୁ ଏକ ଫଳ ସହିତ ନିଜ ସକ୍ଷମ ଅନୁଯାଇ ଦକ୍ଷିଣା ଦେବା ଦ୍ୱାରା ମା ସନ୍ତୁଷ୍ଟ ହେଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି କୁହାଯାଏ I

ଜୟ ସନ୍ତୋଷୀ ମା

Leave a Reply

Your email address will not be published. Required fields are marked *