ଅପ୍ରିୟ କଥା !
“ମୁଁ ଲୁହ”
ଫଟୋ ବି କଥା କହେ !
ମୋତେ ଯେତେ ଘୃଣା କଲେ ବି ମୁଁ ପାଖେ ପାଖେ ଥାଏ।ମୁଁ ଜିବାତ୍ମାକୁ ସେତିକି ନିଜର ବୋଲି ଭଲ ପାଏ । ହଁ,ସମୟ ସହିତ ମୋତେ ତାଳ ଦେଇ ଚାଲିବାକୁ ହୁଏ । କେତେବେଳେ ଖୁସିରେ ତ କେତେବେଳେ ଦୁଃଖରେ । ଦୁଃଖରେ ମଣିଷର କଷ୍ଟକୁ ଲାଘବ କରିବା ପାଇଁ ଝରି ଝରି ମନକୁ ହାଲକା କରିଦିଏ।ଆମେରିକା ରାଷ୍ଟ୍ରପତି ହୁଅନ୍ତୁ କି ଭାରତର ପ୍ରଧାନ ମନ୍ତ୍ରୀ ହୁଅନ୍ତୁ । ସମସ୍ତଙ୍କ ଆଖିରେ ବାସ କରେ । ସମୟ ଚକ୍ରରେ କରୋନା ମୋତେ ସକ୍ରିୟ କରିଦେଇଛି। ସମସ୍ତଙ୍କ ଆଖି ଭିଜେଇ ଦେଇଛି ମୁଁ । ଶିଳ୍ପପତି ହୁଅନ୍ତୁ ବା କର୍ମଚାରୀ । ସମସ୍ତେ ମୋତେ ନିଜର କରିଛନ୍ତି । ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ସବୁରି ଆଖିରେ ମୁଁ । ରାଜରାସ୍ତାର ପେଟ ପାଇଁ ଭିକ୍ଷା ମାଗୁଥିବା ଭିକାରୀ ହୁଅନ୍ତୁ କି ରାଜ ପ୍ରାସାଦରେ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିବା ରାଜକୀୟ ବ୍ୟକ୍ତି ହୁଅନ୍ତୁ ।
ସତରେ, ଏମିତି ଦୁନିଆରେ କେହି ନାହାଁନ୍ତି ଯାହା ଆଖିରେ ମୁଁ ନଥାଏ । ଖୁସିରେ ହେଉ ବା ଦୁଃଖରେ ହେଉ । ଦୁଇଟି ଧାରରେ ମୁଁ ଝରୁଥାଏ । ପ୍ରଭୁ ଶ୍ରୀରାମ / ପାଣ୍ଡବଙ୍କ ବନବାସରେ ହେଉ କି ମନ୍ଥରା/କୌରବଙ୍କ ଅଟ ହାସ୍ୟରେ ହେଉ ।ଖଣ୍ଡି କୁଡ଼ିଆରେ ହେଉ କି ହାଇ ପ୍ରୋଫାଇଲ୍ ଅଟାଳିକାରେ । ଜ୍ଞାନୀ ହେଉ ବା ଅଜ୍ଞାନୀ ହେଉ ।ଚାହିଁଲେ ବି ମୋତେ କେହି ଦୂରେଇ ପାରିବେନି ।କାରଣ ମୁଁ ସମୟର ସୁଅରେ ଝର୍ ଝର୍ ହୋଇ ଝରୁଥାଏ ।