ଅଣସର ଘରେ ଜ୍ବରରେ କମ୍ପୁଛ,
ଆହେ ପ୍ରଭୁ ଜଗନ୍ନାଥ।
କରନ୍ତକି ମୋତେ ତୁମର ସେବକ,
ମୋଡନ୍ତି ମୁଁ ତୁମ ଗୋଡ ହାତ। ।
କୌଣସି ଶତ୍ରୁ ଠାରୁ ଯାହା ଶିକ୍ଷା ମିଳିଥାଏ ତାହା କୌଣସି ପୁସ୍ତକ, ଶିକ୍ଷକ ଠାରୁ ମିଳି ନ ଥାଏ ।
ଭୋକିଲା କୁ ମୁଠାଏ ଅନ୍ନ, ବିପଦରେ ଥିବା ଲୋକକୁ ଟିକିଏ ସାହାଯ୍ୟ, ଦୁଃଖିତ ଲୋକଙ୍କୁ ଟିକେ ସାନ୍ତ୍ଵନା ଦେବା ହିଁ ପ୍ରକୃତ ମାନବିକତାର ପରିଚୟ । ମାନବିକତା ବିହିନ ଲୋକ ଠାରେ ଧନ ଥିଲେ କି ମୂଲ୍ୟ ସେ ଦରିଦ୍ର ଠାରୁ ହୀନିମାନ ।
ଅମଣିଷ ଚିହ୍ନିବାର ସହଜ ଉପାୟ ହେଉଛି…ଯେଉଁ ମଣିଷ ନିଜ ବାପା ମାଆଙ୍କର ହେଇ ପାରିଲା ନାହିଁ,ସେ କେବେ କାହାର ନୁହଁ ।
ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ,,, ଯେତେବେଳେ ସତ୍ଯ ଓ ଅସତ୍ୟର ଲଢେଇ ହେବ ସେତେବେଳେ ସତ୍ଯ ଏକୁଟିଆ ଛିଡା ହେବ ଆଉ ଅସତ୍ଯର ଦଳ ବହୁତ ବଡ ହେବ,କାରଣ ଅସତ୍ଯ ପଛରେ ମୂର୍ଖଙ୍କ ଗହଳି ରହିବ।
ଲକ୍ଷ୍ୟ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି, ନିଜର ଇଛା ଶକ୍ତି ଓ ଆତ୍ମ ବିଶ୍ବାସ ଯଦି ଥିବ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ, ଏଥିରେ ସନ୍ଦେହ ନାହିଁ।
ମନେରଖନ୍ତୁ ଖରାପ ସମୟ ଜୀବନ ସାରା ରହେ ନାହିଁ କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହା ହିଁ ସାରାଜୀବନ ମନେ ରହିଥାଏ।
ଆଜି ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ କେହି ନାହାଁନ୍ତି,କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ବି ନାହାଁନ୍ତି,କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କ ଅଭାବ ନାହିଁ।
Leave a Reply