Spread the love

ହେଇପାରେ ଏକ ସୁଦୀର୍ଘ ପଥର ପରିସମାପ୍ତି,,,,
ହେଇପାରେ ଏକ ଯୁଗର ଅବସାନ,,,,
ହେଇପାରେ ଏକ ପୂର୍ଣ୍ଣଚ୍ଛେଦ,,,,
ବା ହେଇପାରେ ଏକ ରାଜନୈତିକ ପରାସ୍ତ
ସବୁ ପରେ ବି ରାଜନୈତିକ ଚିନ୍ତାଧାରାରୁ ଉର୍ଦ୍ଧ୍ବରେ ରହି ଯଦି ସମଗ୍ର ଓଡିଆ ଜାତି ଚିନ୍ତା କରିବେ ତେବେ ଏହା ମଧ୍ୟ ମନ ମଧ୍ୟକୁ ଆସିବ ଯେ ଦୀର୍ଘ ପଚିଶି ବର୍ଷର ଶାସନ ମଧ୍ୟରେ ଆପଣ ସୃଷ୍ଟି କରିଥିବା ଅନେକ ଉଦାହରଣ ଚୀରସବୁଜ ହୋଇ ରହିବ।

ଆପଣ ଦେଇଛନ୍ତି ଓଡ଼ିଶାକୁ ଏକ ନୂତନ ପରିଚୟ । ଓଡ଼ିଶା ଖେଳ ଜଗତରେ ସୃଷ୍ଟି କରିଛନ୍ତି ଅନନ୍ୟ ପ୍ରତିଭା। ହକି ମାଧ୍ୟମରେ ପହଞ୍ଚାଇ ପାରିଛନ୍ତି ଓଡ଼ିଶାକୁ ବିଶ୍ଵଦରବାରରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆଣିଛନ୍ତି ବୈପ୍ଲବିକ ପରିବର୍ତ୍ତନ। ଶିକ୍ଷାକୁ ଦେଇଛନ୍ତି ନୂଆ ଦିଶା ତଥା ଛାତ୍ରଛାତ୍ରୀମାନଙ୍କୁ ଦେଇଛନ୍ତି ନୂଆ ପରିଚୟ।
ସବୁ ପରେ ଆପଣଙ୍କ ବ୍ୟକ୍ତିତ୍ଵ ସରଳ ଓ ନିଷ୍କପଟ। ଆପଣଙ୍କ ବାଣୀ ମଧୁର ତଥା ହୃଦୟ ସ୍ପର୍ଶୀ। ହାରିବା ଆଉ ଜିତିବା ମଧ୍ୟରେ ହୋଇପାରେ ଅନେକ ଫରକ୍ କିନ୍ତୁ ଆପଣ ହରିନାହାନ୍ତି।

ଇତିହାସର ପୃଷ୍ଠା ଯେବେବି ଲେଉଟା ଯିବ ସେତେବେଳେ ଆପଣଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ଥିବା ଅବସ୍ଥାରେ ହିଁ ଦୃଶ୍ୟମାନ ହେବ।
ଦୀର୍ଘ ପଚିଶି ବର୍ଷ ଶାସନ ମଧ୍ୟରେ ଆପଣ ସମଗ୍ର ଓଡ଼ିଆ ଜାତିର ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ବନାଇପରିଛନ୍ତି।
ଏକ ନୂତନତ୍ଵ ଅନ୍ୱେଷଣରେ ହୋଇପାରେ ଏହା ଏକ ପରାଜୟ କିନ୍ତୁ ଆପଣ ସବୁବେଳେ ନୂତନ ଆଉ ସବୁବେଳେ ନବୀନ।
ତେଣୁ ଆପଣଙ୍କ ନିକଟରେ ଏ ସମଗ୍ର ଓଡ଼ିଆ ଜାତି ଚୀରରୁଣି।

Related Post

Leave a Reply

Your email address will not be published. Required fields are marked *

You Missed