Spread the love

ସଂସାରରେ ୨ ପ୍ରକାରର ବୃକ୍ଷ ଲତା ଥାଏ।

ପ୍ରଥମତଃ-ଯିଏ ନିଜ ଫଳ ସ୍ୱୟଂ ଦେଇଥାଏ । ଯଥା- ଆମ୍ବ, ପିଜୁଳି, କଦଳୀ ଇତ୍ୟାଦି ।
ଦ୍ୱିତୀୟତ-ଯିଏ ନିଜ ଫଳକୁ ଲୁଚେଇ ରଖିଥାଏ । ଯଥା-ଆଳୁ, ସାରୁ, ପିଆଜ ଇତ୍ୟାଦି ।
ଯେଉଁ ବୃକ୍ଷ ନିଜେ ନିଜର ଫଳ ଦେଇଦିଏ, ସେହି ଗଛକୁ ସମସ୍ତେ ସାର ଓ ପାନୀୟ ଦେଇ ସୁରକ୍ଷିତ ରଖିଥାନ୍ତି ଏବଂ ପରେ ସେହି ବୃକ୍ଷ ପୁଣି ଥରେ ଫଳ ଦେବାକୁ ପ୍ରସ୍ତୁତ ହୋଇଯାଏ । କିନ୍ତୁ ଯେଉଁ ବୃକ୍ଷ ନିଜର ଫଳ ଲୁଚେଇକି ରଖିଥାଏ, ତାକୁ ମୂଳରୁ ଉପାଡି ଦିଆଯାଇଥାଏ, ତାର ନିଜର ଅସ୍ତିତ୍ବ ବୋଲି କିଛି ରହିନଥାଏ । ଠିକ ଏହିପରି…. ଯେଉଁ ବ୍ୟକ୍ତି ନିଜର ବିଦ୍ୟା, ଧନ, ଶକ୍ତି ସ୍ୱୟଂ ସମାଜସେବା ଓ ସମାଜର ମଙ୍ଗଳରେ ଲଗାଇଥାଏ, ତାହାର ସମସ୍ତେ ଧ୍ୟାନ ରଖିଥାନ୍ତି ଓ ସେ ବ୍ୟକ୍ତି ସର୍ବଦା ମାନ-ସମ୍ମାନ ପାଇଥାଏ । ସେହିପରି… ଯେ ନିଜ ବିଦ୍ୟା, ଧନ, ଶକ୍ତି ସ୍ଵାର୍ଥ ବଶବର୍ତ୍ତୀ ହୋଇ ଲୁଚାଇଥାଏ, କାହାକୁ ସାହାଯ୍ୟ କରିବାକୁ ମୁହଁ ମୋଡିଥାଏ, ତାର ଚେର ସହିତ ସବୁ ଉପୁଡି ଯାଇଥାଏ, ଅର୍ଥାତ ସମୟ ଥିବା ସତ୍ତ୍ବେ ଲୋକେ ତାକୁ ଭୁଲିଯାଇଥାନ୍ତି ।ପ୍ରକୃତି ମଧ୍ୟ କେତେ ମହତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥାଏ, ଖାଲି ବୁଝିବା, ଭାବିବା ଓ କାର୍ଯ୍ୟରେ ପରିଣତ କରିବା ଆବଶ୍ୟକ ।

🕉️ଜୟ ଜଗନ୍ନାଥ🕉️

Related Post

Leave a Reply

Your email address will not be published. Required fields are marked *