“ସଂସାରରେ ଧର୍ମକର୍ମ, ଚରିତ୍ର ରକ୍ଷା ବା ସାଧନା ଓ ତପସ୍ୟାର ବିଶେଷ ପ୍ରୟୋଜନ ଅଛି । ଜଗତରେ ସକଳ ଭାବ, ସକଳ କାମନା ହିଁ ଅଭ୍ୟାସପୁଷ୍ଟ । ଯାହା ପ୍ରତିନିତ୍ୟ କରାଯାଏ, ତାହା ଏକପ୍ରକାର ଆତ୍ମିକ ସଂସ୍କାର ବା ପ୍ରକୃତିଗତ ହୋଇ ପ୍ରତିଷ୍ଠିତ ହୁଏ । ସୁତରାଂ ଦୈନନ୍ଦିନ ଜୀବନରେ ମାନବ ଯାହା ଅଭ୍ୟାସ କରିବ, ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ତାହାର ସେହି ଶକ୍ତି ସର୍ବାପେକ୍ଷା ଅଧିକ କାର୍ଯ୍ୟକାରୀ ହେବାର ବିଶେଷ ସମ୍ଭାବନା । କର୍ମ ଓ କାମନା ଅନୁସାରେ ମନୁଷ୍ୟ ଗଠନର ଯେତେବେଳେ ପରିବର୍ତ୍ତନ ଓ ବିକୃତି ହେଉଅଛି, ସେତେବେଳେ ମାନସିକ ପ୍ରକୃତି ମଧ୍ୟ ସେଥିରେ ବିଶିଷ୍ଟ ଭାବରେ ପରିବର୍ତ୍ତିତ ହେବା ନିଶ୍ଚିତ – ଏ କଥାଟି ବୁଝିବାକୁ ଅଧିକ ବୁଦ୍ଧି ବ୍ୟୟ କରିବାକୁ ପଡିବ ନାହିଁ ।” ଶ୍ରୀଶ୍ରୀଠାକୁର ନିଗମାନନ୍ଦ.
==========================
“ସର୍ବଦା ପ୍ରସନ୍ନ ଏବଂ ଚିନ୍ତାଶୁନ୍ୟ ରହିବା ଏକ ଦିବ୍ୟ ଗୁଣର ପରିଚାୟକ ହୋଇଥାଏ .ସମସ୍ୟା ଆସିବ ଆଉ ଚାଲିଯିବ, କିନ୍ତୁ ସମସ୍ୟା କୁ ସଠିକ ଭାବରେ ସମାଧାନ କରିବା ଏକ ବୁଦ୍ଧିମାନର କାମ ହୋଇଥାଏ !!”
“ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ହେଲେ ଗୋଟିଏ ରାତି ମାତ୍ର ଅପେକ୍ଷା କରିବାକୁ ପଡ଼ିଥାଏ , କିନ୍ତୁ ହଜିଯାଇଥିବା ବିଶ୍ବାସ କୁ ସାରା ଜୀବନ ଅପେକ୍ଷା କରିଲେ ବି ଆଉଥରେ ଫେରି ନଥାଏ !!”
“ମଣିଷ ଘର ବଦଳାଇ ଥାଏ ,ବସ୍ତ୍ର ବଦଳାଇ ଥାଏ ଆଉ ସମ୍ପର୍କ ମଧ୍ୟ ବଦଳାଇ ଦେଇଥାଏ .ହେଲେ ତଥାପି ସେ ଦୁଃଖୀ ରହିଥାଏ .କାହିଁକିନା ସେ ନିଜ ସ୍ବଭାବ କେବେ ବଦଳାଇ ପାରି ନଥାଏ !!”
“ବ୍ରହ୍ମା ,ବ୍ୟାସ ,ବାଲ୍ମୀକି ଙ୍କୁ ଛାଡିଦେଲେ ଆଉ କେହି ଚତୁର୍ଥ ଲେଖକ ହୋଇପାରିବେ ନାହିଁ . କାହିଁକିନା ମୂଳ ଲେଖାର ନକଲ କରିବା ବା କିଛି ଶବ୍ଦ ଏପଟ ସେପଟ କରିବା ଦ୍ବାରା ହିଁ କେବଳ ସାମୟିକ ପ୍ରଶଂସା ମିଳିଥାଏ !!”