Spread the love

“ସମୟ” ଏବଂ “ଭାଗ୍ୟ” କେତେବେଳେ ଚାଲିଯିବ କେହି କହି ପାରିବେ ନାହିଁ।ତେଣୁ “ସମୟ” ଏବଂ “ଭାଗ୍ୟ” ଉପରେ କେବେ ହେଲେ ଅହଙ୍କାର କରିବା ଉଚିତ୍ ନୁହେଁ।

ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି ତେବେ ତାକୁ ଖୁସିରେ ରହିବାକୁ ଦିଅନ୍ତୁ।ନଚେତ୍ ଏହାଠାରୁ ଅଧିକ ସମ୍ପର୍କ ଯୋଡିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ।

ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା।

ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ।

      

ମାନବ ଜୀବନ ଅଙ୍ଗୁର ସଦୃଶ୍ୟ
ଖଟା ମିଠା କି ଅମୃତ,
ଆନ କେଉଁ କ୍ଷଣ ବିଷ କି ବିଷମ
ସୁଧୀଜନେ ଅନୁଭୂତ ।

କେହି ଯଦି ତୁମକୁ ବିନା କାରଣରେ କଷ୍ଟ ଦିଏ ଦିନେ ନା ଦିନେ ସେ ନିଜ ଆଡୁ ଭୁଲ୍ ର ଶାସ୍ତି ପାଇବ ଏବଂ ଅନୁତାପ କରିବ ।
କେବେ ପ୍ରତିଶୋଧର କଥା ଭାବନ୍ତୁ ନାହିଁ ।

ଯାହା ବାନ୍ଧିଲେ ବାନ୍ଧି ହୋଇଯାଏ ଆଉ ଛିଡେଇଲେ ଛିଡି ଯାଏ ତାକୁ ବନ୍ଧନ କୁହାଯାଏ , ଆଉ ଯାହା ଆପେ ଆପେ ତିଆରି ହୁଏ ଶେଷ ଯାଏଁ ଛିଡେ ନାହିଁ ତାକୁ ସମ୍ବନ୍ଧ କୁହାଯାଏ ।

ନିଜେ ଜବାବ୍ ଦେବା ଦ୍ଵାରା ମଣିଷ କମ୍ Realise କରିଥାଏ, ସମୟ ଯେଉଁ ଜବାବ୍ ଦିଏ ମଣିଷ ତାକୁ ପୂର୍ଣ୍ଣତାର ସହିତ Realise କରିଥାଏ ।

              
   

ଚାହା ସହିତ ବିସ୍କୁଟ ଗୋଟିଏ ଭଲ ଶିକ୍ଷା ଦେଇଥାଏ….

କାହା ସହିତ ଅଧିକ ବୁଡ଼ିଗଲେ ନିଜେ ସେତିକି ଭାଙ୍ଗି ଯିବେ….

ଏକତା ହିଁ ଶକ୍ତି

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

Related Post

Leave a Reply

Your email address will not be published. Required fields are marked *