ଖୋଲୁଛି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ କଳାସାମ୍ରାଜ୍ୟ ଗୁମର । କୋଟିପତି ହେବା ପଛର ଖିଅ ଖୋଜୁଛି ଆୟକର ବିଭାଗ । ଠକ ଦମ୍ପତି ହଂସିତା ଓ ଅନୀଲଙ୍କର ଭୁବନେଶ୍ୱର ସମେତ ୧୧ଟି ଠିକଣାରେ ଛାପା ମାରିଛନ୍ତି ଆୟକର ଚିମ୍ ।
ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଭୁବନେଶ୍ୱର କମ୍ପାନି, ଅଫିସ ଘର ସମେତ 12ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଠାବ ହୋଇଛି ଅନିଲ ମହାନ୍ତିଙ୍କ ପୋରସେ ଓ ଜାଗୁଆର ଦୁଇଟି କୋଟି କୋଟି ଟଙ୍କାର କାର । ସେପଟେ ଠକ ଦମ୍ପତିଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ ରଖିଛି କମିଶନରେଟ ପୋଲିସ ।
ଅସଲ ସ୍ୱାମୀ ବି ପଡିଲେ ଜାଲରେ ଖଣ୍ଡଗିରିର ଏକ ଆପାର୍ଟମେଣ୍ଟକୁ ଲୁଚି ପଳାଉଥିବା ସମୟରେ ତାଙ୍କୁ ଆୟକର ଅଧିକାରୀମାନେ ଧରିଛନ୍ତି। ସେ ହେଲେ ସରୋଜ ସାହୁ। ତାଙ୍କ ଘର ଗଞ୍ଜାମରେ। ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ହଂସିତାଙ୍କ ବେନାମୀ ସମ୍ପତ୍ତି ସରୋଜଙ୍କ ନାମରେ ରହିଥିବା ଆୟକର ବିଭାଗ ଜାଣିଥିଲା। ତେଣୁ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।