*ସନାତନ ଜାଗ୍ରଣ ମଞ୍ଚ ରାଉରକେଲାରେ ତିଆରି କରିବ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ,
ରାଉରକେଲା, ଦର୍ଶନ ସମୀକ୍ଷା :- ରାଉରକେଲା ସନାତନ ଜାଗରଣ ମଞ୍ଚ ଓ ସ୍ମାଇଲ୍ ଫରେଭର ଫାଉଣ୍ଡେସନ୍ଙ୍କ ସହଯୋଗରେ, ଶ୍ରୀରାମ ମନ୍ଦିର, ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷିକୀର ଶୁଭ ଅବସରରେ, ବିଶ୍ୱର ସବୁଠୁ ବଡ଼ ଲଡ୍ଡୁର ତିଆରି କରାଯିବ। ଏଥି ନେଇ ସ୍ଥାନୀୟ ମେ ଫାୟାର ଭିଲେଜ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଗତ କାଲି ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ମାଇଲ ଫାଉଣ୍ଡେସନ ର ମୁଖ୍ୟ ସନ୍ତୋଷ ବିଶ୍ୱାଳ ସୂଚନା ଦେଇ କହିଲେ ଯେ, ଏହି ଅଭୁତପୂର୍ବ ପ୍ରଥମ କାର୍ଯ୍ୟକ୍ରମରେ 24 ଟନ୍ ଓଜନର ଲଡ୍ଡୁ ତିଆରି ହେବ, ଯାହା ଏବେର 8,000 କିଲୋର ଲଡ୍ଡୁର ବର୍ତ୍ତମାନ ରେକଡ଼କୁ ଭାଙ୍ଗିବ। ଏହି ମହା ଲଡ୍ଡୁ ସନାତନୀ ସମ୍ପ୍ରଦାୟର ଏକତା, ଆସ୍ଥା ଓ ସଂସ୍କୃତିକ ଗର୍ବର ପ୍ରତିକ ହେବ ବୋଲି ସେ କହିଥିଲେ ।
ଏହା ରାଉରକେଲାର ଜାତୀୟ ଓ ଆନ୍ତର୍ଜାତୀୟ ଗୌରବକୁ ପ୍ରତିଷ୍ଠା କରିବ l
ଏହି ଭବ୍ୟ ଆୟୋଜନ ଶହରର ସମୃଦ୍ଧ ପରମ୍ପରାକୁ ଉଜାଗର କରି ଏକତା ଓ ଆସ୍ଥାର ଉତ୍ସବ ପାଇଁ ଅଞ୍ଚଳର ଲୋକମାନଙ୍କୁ ଏକତ୍ର କରିବ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଉପଦେଷ୍ଟା ହରିହର ରାଉତରାୟ, ମୋନାଲିସା ଲାକ୍ରା ଙ୍କ ସମେତ ଲଡ଼ୁ ପ୍ରସ୍ତୁତ କରି ମିସ୍ତ୍ରୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ସେମାନେ ଅଧିକ ସୂଚନା ଦେଇ କହିଲେ ଯେ, ଆସନ୍ତା 22 ତାରିଖ ରେ, ଏକ ଭବ୍ୟ ରାଲି ଆୟୋଜିତ ହେବ l ଏଥିରେ ଏକ 6 କିମି ଲମ୍ବା ତୀରଙ୍ଗା ଦେଖାଯିବ। ଏହି ରାଲି ମେଫେୟାର୍ ଵର୍ଲ୍ଡ୍ କପ୍ ଭିଲେଜ୍ରୁ ଆରମ୍ଭ ହୋଇ ହନୁମାନ୍ ଵାଟିକା ଦେଇ ସେକ୍ଟର 8 ସାଇ ମନ୍ଦିରରେ ସମାପ୍ତ ହେବ।
ଲଡ୍ଡୁ ତିଆରି ସମୟରେ ଉଚ୍ଚତମ ଖାଦ୍ୟ ସୁରକ୍ଷା ମାନକ ଅନୁସରଣ କରାଯିବ l
କାର୍ଯ୍ୟକ୍ରମର ନେତୃତ୍ୱ ନେବେ
ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ l ଏଥିପାଇଁ ଆୟୋଜିତ କମିଟି ରେ ଉପାଧ୍ୟକ୍ଷ ରାଜେଶ ରାୟ,
ସଚିବଭାବେ ଅରୁଣ ପୁହାଣ,
ଯୁଗ୍ମ ସଚିବ ଦିବ୍ୟ ଲିଟୁ ବୋହିଦାର, ମିଡିଆ ସମ୍ପର୍କ ଅଧିକାରୀ ମୋନାଲିସା ଲlକ୍ରା ରହିଛନ୍ତି l ଏହି କମିଟି ରେ
ଅଧ୍ୟକ୍ଷ ଦାୟିତ୍ୱ ରେ ଦିଲିପ୍ ରାୟ ରହିଥିବା ବେଳେ ପରାମର୍ଶଦାତା ଭାବେ ହରିହର ରାଉତରେ, ଆର୍ଯ୍ୟ ପଟ୍ନାୟକ, ସୁଭୋ ପଟ୍ନାୟକ, ସାଂସ୍କୃତିକ ସମନ୍ୱୟକାରୀ ଭାବେ ମୁସ୍କାନ ଓ ତନୁଶ୍ରୀ ରହିଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସକାଳ ସହର ବାସି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି l