Spread the love

ସନ୍ତାନ ଜନ୍ମ ପରେ ପିତା ତାର ଜନ୍ମ ପ୍ରମାଣପତ୍ର ଆଣିଥାଏ । ପିତାର ମୃତ୍ୟୁ ପରେ ସନ୍ତାନ ତାର ମୃତ୍ୟୁ ପ୍ରମାଣ ପତ୍ର ଆଣିଥାଏ । ମନୁଷ୍ଯ ନା ତ ନିଜ ନାମ ସଂସାରରେ ନିଜେ ଲେଖିପାରେ ନା ଲିଭାଇପାରେ । ହେଲେ ମଧ୍ୟ ମୁଢ ମନୁଷ୍ୟ କଣ ଟିକେ ଜାଣି ଯାଉଛି ଯେ ଖାଲି ଜୀବନସାରା ନାମ ପଛରେ ଗୋଡାଉଛି । ଏହି କର୍ମଭୁମିରେ ନିଜର ଯିଏ ନିଜ କର୍ମକୁ ଦିବ୍ଯ କରିଦିଏ ତା ଜନ୍ମମଧ୍ଯ ଦିବ୍ଯ ହୋଇଯାଏ ଓ ତା ନାମ ଇତିହାସରେ ଲିପିବଦ୍ଧ ହୋଇଯାଏ ଯାହାକୁ ନା ତ କେହି ପୁନଃ ଲେଖିପାରନ୍ତି ନା ଲିଭାଇପାରନ୍ତି ।

ମା’ ହିଁ ଜୀବନ, ମା’ ହିଁ ଆଇନା, ମା’ ରୁ ହିଁ ସଂସାର । ମା’ ଠାରୁ ଶ୍ରେଷ୍ଠ ନା କିଛି ଶବ୍ଦ ଅଛି, ନା ଶ୍ରେଷ୍ଠ ସ୍ପର୍ଶ କିଛି ଅଛି, ନା ଶ୍ରେଷ୍ଠ ପ୍ରେମ ଅଛି । ମା’ ଠାରୁ ବଡ଼ ନା କିଛି କବଚ ଅଛି, ନା ବଡ଼ କର୍ମକାର କିଛି ଅଛି। ଈଶ୍ୱର ମଧ୍ୟ ମା କୁ ନମସ୍କାର କରିଥାନ୍ତି । ମା’ ଜଗତର ସ୍ୱର୍ଗ ଅଟେ। ମା’ ପୃଥିବୀକୁ ପୋଷଣ କରିଥାଏ । ଯେବେ ଜଗତ ଦୁଃଖି କରାଏ, ମା’ ଜୀବନରେ ପ୍ରକାଶ ଭରିଥାଏ ।

ଶୁଆ ମରିଚ ଖାଇ ମଧ୍ଯ ସବୁବେଳେ ମିଠା କଥା କହୁଥାଏ, କିନ୍ତୁ ସବୁଠାରୁ ବଡ ଦୁଃଖର କଥା ଯେ, ମଣିଷ ଏତେ ମହଙ୍ଗା ଚିନି ଖାଇ ମଧ୍ଯ ସବୁ ବେଳେ ଯନ୍ତ୍ରଣା ଦାୟକ କଥା ହିଁ କହିଥାଏ

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *

You Missed