ଗୀତଗୋବିନ୍ଦର_ପ୍ରଶଂସା ନିଜର କାବ୍ୟ ଗୀତ ଗୋବିନ୍ଦକୁ ପ୍ରଶଂସା କରି ଜୟଦେବ କହିଛନ୍ତି – ରେ ମଧୁ ! ଯେ ପର୍ଯ୍ୟନ୍ତ ଜୟଦେବଙ୍କର ବାଣୀ, ରାଧାକୃଷ୍ଣଙ୍କର ରାସ ବର୍ଣ୍ଣନା ମାଧୁର୍ଯ୍ୟ ଭକ୍ତିମଧୁ ଦେଉଛି , ସେ ପର୍ଯ୍ୟନ୍ତ ତୋର ଚିନ୍ତା କରିବା ବ୍ୟର୍ଥ ଅର୍ଥାତ୍ ମଧୁର ମିଠାଗୁଣ ନିରର୍ଥକ ! ହେ ଶର୍କରେ ! ଏହା ତୁଳନାରେ ତୁମେ କର୍କଶ ଅଟ । ହେ ଅଙ୍ଗୁର ! ଏହି କାବ୍ୟ ଥିଲା ପର୍ଯ୍ୟନ୍ତ ତୁମକୁ କିଏ କାହିଁକି ନେବ ? ହେ ଅମୃତ ! ଗୀତଗୋବିନ୍ଦ ଆଗରେ ତୁମେ ମୃତପରି | ଆରେ ହେ ପାଚିଲା ଆମ୍ବ ! ତୁମେ ସମାନ ନ ହୋଇ କାନ୍ଦ । ହେ କାନ୍ତାଧର ! ତୁମେ ପୃଥିବୀ ତଳକୁ ଚାଲିଯାଅ | ଏ ସମସ୍ତ ମଧୁର ଦ୍ରବ୍ୟ ସରସ ଜୟଦେବଙ୍କ ବାଣୀ ଆଗରେ ନୀରସ ଅଟେ l
ଶ୍ଲୋକ : –
ସାଧ୍ଵୀ ମାଧ୍ବୀକ ! ଚିନ୍ତା ନ ଭବତି ଭବତଃ ଶର୍କରେ କର୍କରାଽସି,
ଦ୍ରାକ୍ଷେ ଦ୍ରକ୍ଷ୍ୟନ୍ତି କେ ତ୍ୱାମମୃତ ! ମୃତମସି କ୍ଷୀର ! ନୀର° ରସସ୍ତେ !
ମାକନ୍ଦ ! କ୍ରନ୍ତ କାନ୍ତାଧର ! ଧରଣତଳ° ଗଚ୍ଛ ଯଚ୍ଛନ୍ତି ଯାବତ୍,
ଭାବ° ଶୃଙ୍ଗାର ସାରସ୍ଵତମୟ ଜୟଦେବସ୍ୟ ବିଷ୍ଵଗ୍ ବଚ଼ା°ସି
ଅର୍ଥ: ମାଧ୍ବୀକ – ମଧୁ, ମହୁଆ ବିଷ୍ଵଗ୍ – ସର୍ବତ୍ର, ବଚା°ସି – ବାଣୀ , ମାକନ୍ଦ- ମିଠାଫଳ
ଆଜିର ସାଧୁବାଣୀ
ଘରେ ବ୍ୟୁବହୃତ ପାଣି ଟ୍ୟାପ୍ ରୁ ପାଣି ବନ୍ଦ ପରେ ପାଣି ଝରିଲେ ଘର ର ଅମଙ୍ଗଳ ହୋଇଥାଏ ।।
ଟି.ଭି., ବିଜୁଳି ସୁଇଚ୍ ଆଦି ଆଗ୍ନେୟ କୋଣରେ ରହିବା ଉଚିତ। ବୃଦ୍ଧଙ୍କ ପାଇଁ ପୂର୍ବ ଦିଗ ଶୁଭ ହୋଇଥାଏ | ପୂର୍ବକୁ ମୁଣ୍ଡ ରଖି ଶିଓଇଲେ ଆତ୍ମିକ ଶକ୍ତି ବଢେ ।।
ବୋହୁ ବାପ ଘରେ ଆଉ ଶାଶୂଘରେ ଏକାଦିନ ରେ ଭୋଜନ କଲେ ଅମଙ୍ଗଳ ହୋଇଥାଏ ।।
ଛେଳି ଖୁରାର ଧୂଳି,ଘୁଷୁରି ଗୋଡ଼ ର ଧୁଳି, ଛାଞ୍ଚୁଣି ର ଧୁଳି ଏବଂ ରଜସ୍ପଳା ନାରୀର ପାଦ ଧୁଳି ଠାକୁର ଘରେ ପଡିଲେ ଅଶୁଭ ହୋଇଥାଏ ।।
ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁ ନାହିଁ ତେବେ ପକେଟ ରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ । ଏହା ଦ୍ବାରା କିଛି ଲାଭ ମିଳିଥାଏ ।।
ଜୟ ଜଗନ୍ନାଥ