Spread the love

ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ଓଡିଶା ଅମଲା ସଂଘ l

ଭୁବନେଶ୍ବର ୦୬/୦୪/୨୫: (ଦର୍ଶନ ସମୀକ୍ଷା) ଆଜି ୦୬.୦୪.୨୦୨୫ ତାରିଖ ରେ ଓଡିଶା ଅମଲା ସଂଘ ର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ରେଡକ୍ରସ ଭବନ, ଭୁବନେଶ୍ବର ଠାରେ ରାଜ୍ୟ ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ଦାସ ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଦୟ ବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ପାତ୍ର, ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନାରାୟଣ ଦାଶ, ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରାସିଆ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ବଳିଆରସିଂ, ମିଡିଆ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଗୋବିନ୍ଦ ଦଳାଇ, Coordination ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଏବଂ ରାଜ୍ୟ ନେତୃବୃନ୍ଦ ଓ ଜିଲ୍ଲା ଅମଲା ସଂଘ ନେତୃବୃନ୍ଦ ମାନେ ପ୍ରମୁଖ ଉକ୍ତ ବୈଠକରେ ଯୋଗଦାନ କରିଥିଲେ l

ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନଙ୍କର ମୁଖ୍ୟ ଦାବୀ କନିଷ୍ଠ ସହାୟକ Level-9, 2017 ମସିହାରୁ ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା l ପଦବୀ ପୁନର୍ଗଠନରେ ବିଳମ୍ବ ହେଉଥିବା ଏବଂ ପଦୋନ୍ନତି କୁ ସ୍ଥଗିତ ରଖାଯାଇଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଥିଲା l ସଂଘ ପକ୍ଷରୁ ପ୍ରକାଶ ଯେ, ୨୦୨୪ ମସିହା ପ୍ରାରମ୍ଭରେ ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କୁ ସ୍ଵତନ୍ତ୍ର କ୍ୟାଡର ଭୁକ୍ତ କରାଯାଇଥିଲା l ସେମାନଙ୍କ ନୂତନ ଭାବରେ ପଦବୀ ପୁନର୍ଗଠନ କରାଯିବା ସହିତ ନୂତନ ସେବା ନିୟମାବଳୀ ପ୍ରଣୟନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଥିଲା l

ଏହା ମ ସ୍ଵରୂପ ଜିଲ୍ଲା ସ୍ତରୀୟ ବେଡି ଉପରେ କରୋଡା ମାଡ ଭଳି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପଦବୀ ପୁନର୍ଗଠନକୁ ଆଳ କରି ଜିଲ୍ଳା ସ୍ତରୀୟ ଅମଲାଙ୍କ ପଦୋନ୍ନତି ବିନା କାରଣରେ ସ୍ଥଗିତ ରଖାଯାଇଛି l ଏହା ଦ୍ବାରା ଅନେକ ଜିଲ୍ଲା ସ୍ତରୀୟ ଅମଲା ବିନା ପଦୋନ୍ନତିରେ ବାଧ୍ୟ ହୋଇ ଅବସର ଗ୍ରହଣ କରି ଆର୍ଥିକ କ୍ଷତି ସହୁଛନ୍ତି l ରାଜ୍ୟ ସଂଘ ର ସଭାପତିଙ୍କ ଠାରୁ ପ୍ରକାଶ ଯେ, ରାଜସ୍ଵ ବିଭାଗ ଦ୍ଵାରା ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ସୁଚାରୁରୂପେ ତାର କାର୍ଯ୍ୟ ସମ୍ପାଦନ କରିପାରୁନାହିଁ ଏବଂ ସେଥିପାଇଁ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ପକ୍ରିୟା ବିଳମ୍ବ ହେଉଛି l

ସେ କହିଥିଲେ ଯେ, ଯଦି ସଙ୍ଘ ର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବିଶ୍ୱାସ କୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ଗ୍ରହଣ କରନ୍ତା, ତେବେ ପଦବୀ ପୁନର୍ଗଠନ ର କୌଣସି ପ୍ରକାରର ଅସୁବିଧା ହୋଇନଥାନ୍ତା l ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୬୯୮, ତା-୦୬-୦୧-୨୦୨୪ ରିଖ, ପତ୍ର ସଂଖ୍ୟା ୭୦୮, ତା – ୦୬-୦୧-୨୦୨୪ ରିଖ ଏବଂ ସଂଖ୍ୟା ୮୮୯୮, ତା – ୧୫-୦୩-୨୦୨୪ ରିଖ ଅନୁଯାଇ ରାଜସ୍ଵ ଅମଲା ମାନେ କାର୍ଯ୍ୟରତ ନିର୍ଦ୍ଧିଷ୍ଟ ବିଭାଗ କୁ ନେଇ ରାଜସ୍ଵ ଅମଲା ମାନଙ୍କ ପଦବୀ ପୁନର୍ଗଠନ କରିବା କଥା, ଏହା ହୋଇଥିଲେ ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କ ପଦବୀ ପୁନର୍ଗଠନ କାର୍ଯ୍ୟ ବହୁ ଦିନ ପୂର୍ବରୁ ଶେଷ ହୋଇସାରିଥାନ୍ତା |

କିନ୍ତୁ ରାଜସ୍ଵ ବିଭାଗ ଦ୍ବାରା ପଦବୀ ପୁନର୍ଗଠନ ପାଇଁ ଗଠନ କରାଯାଇଥିବା କମିଟି ଏହାକୁ ଅଣଦେଖା କରି ରାଜସ୍ଵ ଅମଲାମାନେ କାର୍ଯ୍ୟରତ ଅନ୍ୟାନ୍ୟ ବିଭାଗକୁ ପତ୍ର ଲେଖି ସେମାନେ ନିଜସ୍ଵ ପଦବୀ ପୁନର୍ଗଠନ କରିବେ କି ନାହି ବୋଲି ମତାମତ ଲୋଡିଛନ୍ତି | ଏହାଦ୍ବାରା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପୋରକ୍ତ ବିଜ୍ଞପ୍ତି ଗୁଡିକୁ ଅଣଦେଖା କରାଯାଉଥିବା ଭଳି ମନେ ହୁଏ | ଜିଲ୍ଲା ସ୍ତରରେ ଅମଲା ମାନଙ୍କର କାର୍ଯ୍ୟ ବୃଦ୍ଧି, ଜଣ ସଂଖ୍ୟା ବୃଦ୍ଧି ସହିତ ଜନସାଧାରଣ ଙ୍କ ଆବଶ୍ୟକତା ଏବଂ ବୃଦ୍ଧି ପାଉଥିବା ରାଜସ୍ୱ ମାମଲା ଗୁଡିକୁ ଦୃଷ୍ଟି ରେ ରଖି ରାଜ୍ୟ ର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ମାନେ ଦେଇଥିବା ପଦବୀ ପୁନର୍ଗଠନ ପ୍ରସ୍ତାବ କୁ ମଧ୍ୟ ସରକାର ଗ୍ରହଣ କରୁନାହାନ୍ତି, ଯଦ୍ଵାରା କି ଏହାର ପ୍ରଭାବ ସିଧା ଜଣ ସାଧାରଣଙ୍କ ଉପୟରେ ପଡୁଛି | ଉପରିସ୍ଥ ଅଧିକାରୀ ମାନଙ୍କୁ ସାକ୍ଷାତ କଲେ ମଧ୍ୟ ପଦବୀ ପୁନର୍ଗଠନ ଏବଂ ପଦୋନ୍ନତି ସ୍ଥଗିତ ହେବା ଉପରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହି | ସବୁକିଛି ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଭଳି ମାନେ ହେଉଛି |

ରାଜ୍ୟ ସରକାର ଜିଲ ସ୍ତରୀୟ ଅମଲାଙ୍କ ମୁଖ୍ୟ ଦାବି କନିଷ୍ଠ ସହାୟକ Level-9, ସାଧାରଣ ଓ ବିବିଧ ବିଭାଗ ଆଦେଶ ସଂଖ୍ୟା ୬୯୮,୭୦୩, ୭୦୯ ତା ୬।୧।୨୪ ରିଖ ଓ ୮୮୯୮/ ତା ୧୫/୦୩/୨୪କୁ ରଦ୍ଦ କରିବା, ଜିଲ୍ଲା ଅମଲା ମାନେ ପ୍ରତ୍ୟେକ ୪ ବର୍ଷରେ ପ୍ରୋମୋସନ ପଦବୀ ସୃଷ୍ଟି ଏବଂ ପୁନର୍ଗଠନ, ସ୍ଵଚ୍ଛତା ଓ ଠିକ୍ ସମୟରେ ପ୍ରୋମୋସନ ସୁବିଧା ନିମନ୍ତେ କାମନ କ୍ୟାଡର କରାଯାଉ, ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ଏବଂ ପୁରୁଣା ପେନସନ ଯୋଜନାକୁ ଗୁରୁତ୍ବ ର ସହ ଯଦି ଗ୍ରହଣ ନ କରନ୍ତି ତାହେଲେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗ ଅମଲା ମାନଙ୍କ ସମୂହ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ରାଜ୍ୟ ସଂଘ ଆଗାମୀ ଦିନ ରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ଏଥିପାଇ ସରକାର ଦାୟୀ ରହିବେ | ଏହି ପ୍ରରିପ୍ରେକ୍ଷୀ ରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ରାଜ୍ୟ ସଂଘ କୁ ଅନୁରୋଧ କରିଥିଲେ |

Related Post

Leave a Reply

Your email address will not be published. Required fields are marked *

You Missed