ନିଜ ସୁଖ ପାଇଁ କରାଯାଇଥିବା କର୍ମ ସୀମିତ ସୁଖ ଦେଇଥାଏ;କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନିତ୍ଯନୂତନ ଆନନ୍ଦ ଦେଇଥାଏ।
ଅନ୍ୟକାହା ପାଇଁ କିଛି ଭଲ କାର୍ଯ୍ୟଟି କରିଥିଲେ,କିଏ ତୁମକୁ ସାବାସି ଦେଉ ନଦେଉ ତୁମ ଅନ୍ତରାତ୍ମା ତୁମକୁ ଗର୍ବିତ ଅନୁଭବ କରାଏ।ଆପେ ଆପେ ମନ ଏକ ଅଜଣା ଆନନ୍ଦରେ ଆନନ୍ଦିତ ହୋଇଯାଏ।ଯାହା କି ତୁମେ ମେଞ୍ଚେ ଧନ ପାଇଲେ ମିଳିନଥାଏ,ସ୍ବାଦିଷ୍ଟ ଭୋଜନ କଲେ ମିଳି ନଥାଏ,ଦାମି ସୁନ୍ଦର ପୋଷାକ ପରିଧାନ କଲେ ମିଳିନଥାଏ, କିମ୍ବା ନରମ ଶଯ୍ୟା ରେ ଶୋଇଲେ ମିଳିନଥାଏ।
ମନୁଷ୍ଯର ଆକୃତି ନେଇ ଜନ୍ମ ହୋଇଗଲେ ପ୍ରକୃତ ମନୁଷ୍ଯ ହୋଇପାରିବ ନାହିଁ।ନିଜର ବିଚାର,ବିବେକ ଦ୍ବାରା ଆତ୍ମପରିକ୍ଷଣ ଓ ଆତ୍ମନିରୀକ୍ଷଣ କରି ଜୀବନ ସଂଗ୍ରାମର ସଂଘର୍ଷ ପାଇଁ ସଜ୍ଜିତ ରହିବା ଦରକାର।ସମସ୍ତଙ୍କୁ ସ୍ନେହ,ଦୟା,ସେବା,ଦାନ ତଥା ପରୋପକାର କରିବା ଉଚିତ୍।ସମସ୍ତ ମନୁଷ୍ଯ ନିକଟରେ ଜ୍ଞାନ, ଶାନ୍ତି, ପବିତ୍ରତା ଓ ଅପାର ଶକ୍ତି ପୂର୍ଣ୍ଣ ମାତ୍ରାରେ ଅଛି।ସେସବୁକୁ ଚିହ୍ନି, ନିଜର ଚେତନା ଉପରେ ଦୃଷ୍ଟି ରଖି କାର୍ଯ୍ୟକଲେ ନିଜ ଜୀବନକୁ ସଫଳ ହେବା ସହ ଶାନ୍ତି ଓ ଆନନ୍ଦ ରେ କାଟିପାରିବା।
ଜୟ ଜଗନ୍ନାଥ
ଶ୍ରୀ ଜଗନ୍ନାଥ ଚେତନା ବାଣୀ
ଜଗନ୍ନାଥ ଚେତନା ମହାସତ୍ ସଂଙ୍ଗ
ଶ୍ରୀଜଗନ୍ନାଥଙ୍କ ସେବାରେ -“ପ୍ରଭାତୀ”।