Spread the love

ଓଁ ଶ୍ରୀ କ୍ରୀଷ୍ଣାୟ ନମଃ

ଆଜିର ଗୀତା ବାଣୀ

ଯେଉଁମାନେ ଯୋଗର ଲକ୍ଷ୍ୟ ରଖନ୍ତି ସେମାନଙ୍କ ପାଇଁ କର୍ମଯୋଗ ଅଧିକ ଉପଯୁକ୍ତ ଅଟେ, ଏବଂ ଯେଉଁମାନେ ଯୋଗର ଉଚ୍ଚ ଅବସ୍ଥାରେ ଉପନୀତ, ସେମାନଙ୍କ ପାଇଁ କର୍ମ ସନ୍ନ୍ୟାସର ପଥ ଅଧିକ ଉପାଦେୟ ଅଟେ ।

ଯୋଗ ଶବ୍ଦ ଉଭୟ ସାଧ୍ୟ ଏବଂ ଲକ୍ଷ୍ୟପ୍ରାପ୍ତିର ସାଧନକୁ ବୁଝାଇଥାଏ । ଆମେ ଯେତେବେଳେ ଏହାକୁ ସାଧ୍ୟ ଭାବରେ ଗ୍ରହଣ କରିଥାଏ, ସେତେବେଳେ ତାହାର ଅର୍ଥ “ଭଗବାନଙ୍କ ସହିତ ମିଳିତ ହେବା” ନିରୂପଣ କରେ । ଯେତେବେଳେ ଆମେ ଏହାକୁ ଲକ୍ଷ୍ୟପ୍ରାପ୍ତିର ଏକ ମାଧ୍ୟମ ବିବେଚନା କରିଥାଏ, ଆମେ ଯୋଗକୁ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ଏକ ‘ମାର୍ଗ’ ସ୍ଥାନ ପ୍ରଦାନ କରିଥାଏ ।

ଦ୍ୱିତୀୟ ଅର୍ଥରେ, ଯୋଗ ଭଗବାନଙ୍କ ପାଖରେ ପହଂଚିବା ପାଇଁ ଏକ ଶିଡ଼ି ସଦୃଶ ଅଟେ । ସର୍ବନିମ୍ନ ସୋପାନରେ, ଜୀବର ଚେତନା ଜାଗତିକ ବିଷୟରେ ବୁଡି ରହିଥିବା କାରଣରୁ ଜୀବ ସାଂସାରିକ ବନ୍ଧନରେ ଛନ୍ଦି ହୋଇ ଯାଇଥାଏ । ଯୋଗର ଶିଡ଼ି, ଜୀବକୁ ସେହି ସ୍ତରରୁ କ୍ରମଶଃ ସର୍ବୋଚ୍ଚ ସୋପାନକୁ ଉନ୍ନୀତ କରିଥାଏ, ଯେଉଁ ସୋପାନରେ ବ୍ୟକ୍ତି ଚେତନା ଦିବ୍ୟ ଚେତନାରେ ନିମଗ୍ନ ହୋଇଯାଏ । ଶିଡ଼ିର ସୋପାନଗୁଡ଼ିକର ଭିନ୍ନ ଭିନ୍ନ ନାମ ରହିଛି, କିନ୍ତୁ ପ୍ରତ୍ୟେକ ନାମରେ ଯୋଗ ଶବ୍ଦ ଯୁକ୍ତ ରହିଥାଏ । ଯୋଗ-ଆରୁରୁକ୍ଷ ସେହି ସାଧକଗଣ ଅଟନ୍ତି ଯେଉଁମାନେ ଭଗବାନଙ୍କ ସହିତ ମିଳିତ ହେବାକୁ ଇଚ୍ଛାକରି ଶିଡ଼ି ଚଢ଼ିବାକୁ ଆରମ୍ଭ କରୁଥାଆନ୍ତି । ଯୋଗ ଆରୂଢ଼ ସେମାନେ ଅଟନ୍ତି, ଯେଉଁମାନେ ଶିଡ଼ିର ସର୍ବୋଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ।

ସଂଗୃହିତ

ନମୋ ଭଗବତେ ବାସୁଦେବାୟ

Related Post

Leave a Reply

Your email address will not be published. Required fields are marked *

You Missed