Spread the love

ଶ୍ରୀନାରଦ କହୁଛନ୍ତି:- ଇହଲୋକରେ ମନୁଷ୍ୟର କେବଳ ସେହି ଜନ୍ମ,ସେହି କର୍ମ, ସେହି ଆୟୁ, ସେହି ମନ ଓ ସେହି ବଚନ ହେଉଛି ସଫଳ, ଯାହାଦ୍ୱାରା କି ସର୍ବାତ୍ମା ସର୍ବେଶ୍ବର ଶ୍ରୀହରିଙ୍କର ସେବନ କରାଯାଏ । ବାସ୍ତବରେ ଆତ୍ମା ହିଁ ହେଉଛି ସକଳ କଲ୍ୟାଣର ଚରମ ସୀମା ଏବଂ ଆତ୍ମଜ୍ଞାନ ପ୍ରଦାନ କରୁଥିବା ଶ୍ରୀହରି ହିଁ ହେଉଛନ୍ତି ସକଳ ପ୍ରାଣୀଙ୍କର ପ୍ରିୟ ଆତ୍ମା । ଗଛର ମୂଳରେ ଜଳସେଚନ କଲେ ଯେପରି ତାର ଗଣ୍ଡି,ଶାଖା, ଉପଶାଖା ଆଦି ସମସ୍ତଙ୍କର ପରିପୋଷଣ ହୋଇଯାଏ ଏବଂ ଭୋଜନଦ୍ବାରା ପ୍ରାଣକୁ ତୃପ୍ତ କରିଦେଲେ ଯେପରି ସମସ୍ତ ଇନ୍ଦ୍ରିୟ ପୁଷ୍ଟ ହୋଇଯାଆନ୍ତି, ଭଗବାନଙ୍କ ଶ୍ରୀହରିଙ୍କ ପୂଜା ହେଉଛି ସେହିପରି ସମସ୍ତଙ୍କର ପୂଜା।

ଶ୍ରୀଶୁକଦେବ କହୁଛନ୍ତି:- ଯାହାଙ୍କର ଚିତ୍ତ ପବିତ୍ରକୀର୍ତ୍ତି ଶ୍ରୀହରିଙ୍କ ପରମ ମଧୁର ଚରଣକମଳର ମକରନ୍ଦ ରସରେ ମଜ୍ଜିଯଏ,ଯେତେ ବାଧାବିଘ୍ନ ଆସିଲେ ଓ ଯେତେ ପ୍ରତିବନ୍ଧକ ଠିଆ ହେଲେ ମଧ୍ୟ, ପରମହଂସଙ୍କର ପ୍ରିୟ ଶ୍ରୀବାସୁଦେବ ଭଗବାନଙ୍କର ଚରିତ-ଶ୍ରବଣରୂପୀ ପରମକଲ୍ୟାଣମୟୀ ମାର୍ଗ ସେ ପ୍ରାୟତଃ ଛାଡ଼ନ୍ତି ନାହିଁ ।

Related Post

Leave a Reply

Your email address will not be published. Required fields are marked *