Spread the love

ଜୟ ଜଗନ୍ନାଥ

ଦୈନନ୍ଦିନ ଜୀବନ: ନିୟନ୍ତ୍ରଣକାରୀ ଚତୁର୍ନି ତି।
ଶ୍ରୀକୃଷ୍ଣ ଚେତନାରେ ଅଗ୍ରସର ହେବାକୁ ଆନ୍ତରିକ ଭାବେ ଇଚ୍ଛା କରୁଥିବା ଯେ କେହି ବ୍ୟକ୍ତି ନିମ୍ନଲିଖିତ ଚାରିଗୋଟି ପାପଯୁକ୍ତ କାର୍ଯ୍ୟକଳାପକୁ ପରିହାର କରିବା ପାଇଁ ଅବଶ୍ୟ ଚେଷ୍ଟା କରିବାକୁ ହେବ:


୧.ମାଛ,ମାଂସ ବା ଅଣ୍ଡା ଭୋଜନ। ଏହିସବୁ ଖାଦ୍ୟ ଉତ୍ତେଜନା ଓ ଅଜ୍ଞାନତା ଦ୍ବାରା ପରିପୃକ୍ତ ହୋଇ ରହିଥାଏ ।ତେଣୁ ଈଶ୍ବରଙ୍କ ନୀକଟରେ ସେସବୁ ଅର୍ପଣ କରାଯାଇପାରିବନାହିଁ।ଯେଉଁ ବ୍ୟକ୍ତି ଏସବୁ ଖାଦ୍ୟ ଖାଏ ସେ ନିରୀହ ଅସହାୟ ପଶୁକୁଳ ବିରୁଦ୍ଧରେ ଏକ ହିଂସାମୂଳକ ଷଡ଼ଯନ୍ତ୍ର କାର୍ଯ୍ୟରେ ସାମିଲ ହୁଏ ଏବଂ ତାଦ୍ବାରା ସେ ନିଜର ଆଧ୍ୟାତ୍ମିକ ଅଗ୍ରଗତିକୁ ରାସ୍ତାରେ ହିଁ ମାରିଦେଇ ବନ୍ଦ କରିଦିଏ।
୨.ଜୁଆଖେଳ:ଜୁଆଖେଳ ସର୍ବଦା ବ୍ୟକ୍ତିକୁ ଉଦବେଗ ମଧ୍ୟକୁ ଠେଲିଦିଏ ଏବଂ ଅତିଶୟ ଲାଳସା,ଈର୍ଷା ଓ କ୍ରୋଧର ପ୍ରକୋପ ବଢାଏ।
୩.ମାଦକଦ୍ରବ୍ୟ ସେବନ: ନିଶାଦ୍ରବ୍ୟ,ମଦ୍ୟ,ତମାଖୁ,କୋଫେନ୍ ମିଶ୍ରିତ ଖାଦ୍ୟ ଓ ପାନୀୟ ପ୍ରଭୃତି ମନ ଓ ମସ୍ତିଷ୍କକୁ ଆଚ୍ଛନ୍ନ କରିପକାଏ,ଇନ୍ଦ୍ରିୟମାନଙ୍କୁ ଅତ୍ୟଧିକ ଉତେଜିତ୍ତ କରେ ତଥା ଭକ୍ତିଯୋଗର ଶୃଙ୍ଖଳା ବୁଝିବା କୁ ଅନୁସରଣ କରିବା ଦିଗରେ ଅସମ୍ଭବ ବାଧା ସୃଷ୍ଟି କରେ।
୪. ଅବୈଧ ଯୌନକ୍ରିୟା:

ବିବାହ ବାହାରେ ଯୌନକ୍ରିୟା କିମ୍ବା ବିବାହ କ୍ଷେତ୍ରରେ ପ୍ରଜନନ ବ୍ୟତୀତ ଅନ୍ୟ ଯେକୌଣସି ଉଦ୍ଦେଶ୍ୟରେ ଯୌନ ସମ୍ଭୋଗକୁ ଅବୈଧ ଯୌନକ୍ରିୟା କୁହାଯାଏ।ସମ୍ଭୋଗ ସକାଶେ ଯୌନକାର୍ଯ୍ୟ ବ୍ୟକ୍ତିକୁ ଦେହ ସହିତ ଜଡିତ ରହିବାକୁ ବାଧ୍ୟ କରେ,ବ୍ୟକ୍ତିକୁ ଦେହ ସହିତ ଲିପ୍ତ କରି ରଖେ ଏବଂ ଶ୍ରୀକୃଷ୍ଣ ଚେତନାଠାରୁ ବ୍ୟକ୍ତିକୁ ଦୂରକୁ ଠେଲିନିଏ।ଶାସ୍ତ୍ରରୁ ଶିକ୍ଷା ମିଳେ ଯେ ପାର୍ଥିବ ପୃଥିବୀ ସହିତ ଆମକୁ ବାନ୍ଧି ରଖିବାରେ ଯୌନତା ହେଉଛି ସର୍ବାଧିକ ପ୍ରଭାବଶାଳୀ ଶକ୍ତି। ଶ୍ରୀକୃଷ୍ଣ ଚେତନାରେ ଅଗ୍ରସର ହେବାକୁ ଆନ୍ତରିକ ଭାବେ ଚାହୁଁଥିବା ଯେ କେହି ବ୍ୟକ୍ତି ଯୌନତାକୁ ସର୍ବନିମ୍ନ ବା ସମ୍ପୂର୍ଣ୍ଣ ବର୍ଜନ କରିବା ଆବଶ୍ୟକ।

Related Post

Leave a Reply

Your email address will not be published. Required fields are marked *