Spread the love

ଶନିଦେବ ଯାହା ଉପରେ ଖୁସି ଥାଆନ୍ତି ସେମାନଙ୍କୁ ଦୁଃଖ କେବେ ସ୍ପର୍ଶ କରେନି, ଆସନ୍ତୁ ଜାଣିବା ଶନିଦେବ କିପରି ଖୁସି ହେବେ।

ଗ୍ରହରାଜ ଶନିଦେବ ହେଉଛନ୍ତି କର୍ମଫଳ ଦIତା | କର୍ମ ଅନୁଯାୟୀ ସେ ଆଶୀର୍ବାଦ ଓ ଦଣ୍ଡ ଦିଅନ୍ତି | ସେ ନ୍ୟାୟଵାନ, ଉତ୍ତମ ବିଚାରକ, ସାଧକ, ତ୍ୟାଗୀ | ଶନି ଛଳ କରୁଥିବା, ମିଛ କହୁଥିବା, କପଟ କରୁଥିବା, ଅନ୍ୟକୁ ଷଡଯନ୍ତ୍ର, ଅତ୍ୟାଚାର କରି ହଇରାଣ କରୁଥିବା ଲୋକଙ୍କୁ ଉଚିତ ଶାସ୍ତି ଦିଅନ୍ତି |

ସେ ସୂର୍ଯ୍ୟଦେବ ଓ ଦେବୀଛାୟା ଙ୍କର ପୁତ୍ର | ସୂର୍ଯ୍ୟ ତାଙ୍କ ପିତା ହେଲେ ମଧ୍ୟ ସେ ଛଳ ଓ କପଟୀ ଥିବାରୁ ତାଙ୍କ ଶତ୍ରୁ ବୋଲି କୁହାଯାଏ | ଶନି ନୀଳ ରଙ୍ଗ ବସ୍ତ୍ର ପରିଧାନ କରିଥିବା ସହ ତାଙ୍କ ସ୍ୱରୂପ କଳା ରଙ୍ଗର | ତାଙ୍କର ବାହନ କାଉ |

ଶନିଙ୍କୁ ପ୍ରାୟ ସମସ୍ତେ ଭୟଭୀତ ଥାନ୍ତି | ଶନିଦଶା ପଡିଗଲେ କିଛି ବଡ ଅନିଷ୍ଟ ହେଇଯିବ ବୋଲି ପ୍ରାୟ ସମସ୍ତେ ଭାବନ୍ତି | କିନ୍ତୁ ସେତେ ଭୟଭୀତ ନହୋଇ ଶନି ଦେବତାଙ୍କୁ ଉପଯୁକ୍ତ ଉପାସନା କରି ଶାନ୍ତି କଲେ ଏବଂ କିଛି ସରଳ ପ୍ରତିକାର ଦ୍ୱାରା ଶନି ପୀଡାରୁ କିଛି ମାତ୍ରାରେ ମୁକ୍ତି ମିଳିପାରେ |

[1] ମିଛ କହିବା, କାହାକୁ ହଇରାଣରେ ପକେଇବା, କାହା ବିରୁଦ୍ଧରେ ଷଡଯନ୍ତ୍ର କରିବା, ଛଳ ଓ କପଟ କରିବାରୁ ଦୁରେଇ ରୁହନ୍ତୁ |

[2] ଶନିବାର ଦିନ ଆମିଷ ଓ ମଦ ଗ୍ରହଣ କରନ୍ତୁ ନାହିଁ |

[3] କୁଆ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ |

[4] ସଫେଇ କର୍ମଚାରୀ, ଭିକାରି ଓ କୁଷ୍ଠ ରୋଗୀଙ୍କୁ ଛତା, ତେଲ ଛଙ୍କା ଯାଇଥିବା ଖାଦ୍ୟ ଦାନ କରନ୍ତୁ ଓ ବସ୍ତ୍ର ଦାନ କରନ୍ତୁ |

[5] ଲୁହା ଦ୍ରବ୍ୟ ଦାନ କରନ୍ତୁ |

[6] ଶୁଖିଲା ଲଙ୍କା ପୋଡି ଖାଆନ୍ତୁ |

[7] କୌଣସି ଶୂନଶାନ ଜାଗାରେ ଶନିବାର ଦିନ ଛୋଟ କଜ୍ଵଳ ଡିବା ନେଇ ମାଟିରେ ଗାତ ଖୋଳି ପୋତି ଆସନ୍ତୁ |

[8] ମାଟିରେ ୪୩ ଦିନ ଧରି ତେଲ କିମ୍ବା ମଦ ଢାଲନ୍ତୁ |

[9] ପ୍ରତି ଶନିବାର ଦିନ ସନ୍ଧ୍ୟାକାଳରେ ଅଶ୍ୱସ୍ଥ ବୃକ୍ଷ ମୂଳରେ ରାଶି ପକେଇ ରାଶି ତେଲ ଦୀପ ଜଳାନ୍ତୁ ଏବଂ ତା ମୂଳରେ କିଛି ଚିନି ଭୋଗ ଦେଇ ୭ ଥର ପରିକ୍ରମା କରନ୍ତୁ |

[10] ଶନି ଦେବତାଙ୍କୁ ସନ୍ଧ୍ୟା କାଳରେ କଳା ଅପରାଜିତା ଚଢ଼େଇ ତାଙ୍କ ପାଖେ ରାଶି ତେଲ ଦୀପ ଜଳେଇ ୧୦୮ ଶନିଙ୍କର ବୀଜମନ୍ତ୍ର କିମ୍ବା ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ |

[11] ଶନିଙ୍କ ବୀଜମନ୍ତ୍ର – “ଓଁ ଶଂ ଶନିଶ୍ଚରIୟ ନମଃ” |

[12] ଶନିଙ୍କ ଗାୟତ୍ରୀ ମନ୍ତ୍ର – “ଓଁ ସୂର୍ଯ୍ୟପୁତ୍ରIୟ ବିଦ୍ମୟେ ମୃତ୍ୟୁରୁପାୟ ଧୀମହୀ ତନ୍ନ ସୌରୀ ପ୍ରଚୋଦୟାତ” |

[13] ତାଙ୍କର ରତ୍ନ ପଥର ହେଉଛି ନିଲମ; ଯାହାକି ରୁପା ମୁଦିରେ ୧୦୮ ଶନିଙ୍କ ବୀଜମନ୍ତ୍ର ଜପି ଉପଯୁକ୍ତ ଶୋଧନ କରାଯାଇ ଶନିବାର ଦିନ ଧାରଣ କଲେ ଶୁଭଫଳ ପ୍ରାପ୍ତି ହୁଏ |

ଆଜିର ଦିନଟି ସଭିଙ୍କ ପାଇଁ ମଙ୍ଗଳ ମୟ ହେଉ

Related Post

Leave a Reply

Your email address will not be published. Required fields are marked *