Spread the love

ଗୁଜୁରାଟ :କଥାରେ ଅଛି ଗୁରୁ ସମାଜକୁ ଭଲ ବାର୍ତ୍ତା ଦିଅନ୍ତି । ପିଲାଙ୍କୁ ଜୀବନରେ ଆଗକୁ ବଢିବାକୁ ଭଲ ରାସ୍ତା ଦେଖାନ୍ତି । ସେଇଥି ଲାଗି ତ ଶିକ୍ଷକଙ୍କୁ ଦେଖିଲେ ରାସ୍ତାଘାଟରେ ପିଲାମାନେ ହାତଯୋଡ଼ି ନମସ୍କାର କରନ୍ତି । କିନ୍ତୁ ଗୁଜୁରାଟରୁ ଏମିତି ଏକ ଖବର ଆସିଛି ଯାହା ଶିକ୍ଷକଙ୍କ ଜାତିରେ ଲଗାଇଦେଇଛି କଳଙ୍କର ଛିଟା । ଅର୍ଥାତ୍‌ ଘୋଟାଲାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ଗିରଫ କରିଛି ସିଆଇଡି । ଯାହା କେବଳ ଗୁଜୁରାଟ ନୁହେଁ ବରଂ ପୁରା ଦେଶରେ.

ନାଁ ତାଙ୍କର ବିନୋଦ ପଟେଲ । ବିନୋଦ ହେଉଛନ୍ତି ସେହି ପ୍ରିନ୍ସିପାଲ, ଯିଏ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ଲକ୍ଷେ କି ଦୁଇଲକ୍ଷ ନୁହେଁ କି କୋଟିଏ ନୁହେଁ ବରଂ ୬ ହଜାର କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଆସିଛି । ଯେଉଁଥି ପାଇଁ ସିଆଇଡି ତାଙ୍କୁ ହେପାଜତକୁ ନେଇଛି । ବିନୋଦ ଗୁଜୁରାଟର ଭେମାପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲେ । ଶିକ୍ଷକତା ସହ ବିଜେଡ୍‌ ଗ୍ରୁପର ବଡ଼ ଏଜେଣ୍ଟ ମଧ୍ୟ ଥିଲେ । ହେଲେ ଜଣେ ଶିକ୍ଷକ ଥିବା ପରେ ବି କେମିତି ଏତେ ବଡ଼ ଦୁର୍ନୀତି କଲେ ତାହାକୁ ନେଇ ପୁରା ରାଜ୍ୟରେ ଭୂ-କମ୍ପ ସୃଷ୍ଟି ହୋଇଛି ।

ତାଙ୍କ ପେଶା ଶିକ୍ଷକ, ନିଶା ଥିଲା ଦୁର୍ନୀତି । ସେଇଥି ଲାଗି ତ ଏତେ ମାତ୍ରାରେ ଦୁର୍ନୀତି କରିବାକୁ ସେ ପଛାଇନଥିଲେ । ସୂଚନା ଅନୁସାରେ, ୧୩ ଶହ ନିବେଶଙ୍କଠାରୁ ୭୦ କୋଟି ଟଙ୍କାର ଠକେଇ କରିଛନ୍ତି । ଯେଉଁମାନେ ଏଠାରେ ନିବେଶ କରୁଥିଲେ ସେମାନଙ୍କଠାରୁ ବିନୋଦ ପାଖାପାଖି ୧ କୋଟି ଟଙ୍କାର କମିସନ ନେଉଥିବା ବେଳେ ମର୍ସଡିଜ୍‌ କାର ବି ଗିଫ୍ଚ ଆକାରରେ ନେଉଥିଲେ । ହେଲେ ଏବେ ପୁରା ଘଟଣା ଉପରୁ ପରଦା ଉଠିବା ପରେ ଜଣାପଡିଛି କି ବିନୋଦଙ୍କ ସହ ୧୦ ଅପରାଧୀଙ୍କୁ ହେପାଜତକୁ ନେଇଛି ସିଆଇଡି । 

ସୂଚନା ଅନୁସାରେ, ଭିନ୍ନଭିନ୍ନ ୱେବସାଇଟ୍‌ ତିଆରି କରି ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବିନୋଦ । ଖାଲି ଏତିକି ନୁହେଁ ବରଂ ୧୧ ହଜାରରୁ ଅଧିକ ନିବେଶକଙ୍କୁ ଚୂନା ଲଗାଇ ୪୨୨ କୋଟିରୁ ଉର୍ଦ୍ଧ୍ବ ଠକେଇ ବି କରିଥିଲେ ।

କେବଳ ଗୋଟିଏ ସ୍ଥାନରୁ ଯଦି ଏମିତି ଠକେଇ କରିଛନ୍ତି ତାହାଲେ ପୁରା ରାଜ୍ୟରୁ କେତେ ମାତ୍ରାରେ ଠକେଇ କରିଥିବେ ତାହା ସ୍ପଷ୍ଟ ଅନୁମେୟ। ସେପଟେ ଏହି ମାମଲାରେ ବିନୋଦଙ୍କ ଅନେକ ସହକର୍ମୀ ବି ସାମିଲ ଥିବା ନେଇ ସୂଚନା ରହିଛି । କିନ୍ତୁ ଶିକ୍ଷକ ଥାଇ ବି ଏତେ ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିବା ପରେ ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି

ସୌଜନ୍ୟ :ଆସିଲା ତଥ୍ୟ ସମ୍ବାଦ ଡିଜିଟାଲ

Related Post

Leave a Reply

Your email address will not be published. Required fields are marked *

You Missed