Spread the love

ଲୟୋଲା ବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ଭୁବନେଶ୍ୱର (ଦର୍ଶନ ସମୀକ୍ଷା)

୨୪ ଜାନୁଆରୀ ୧୯୯୯ରେ, ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜେ. ବି. ପଟ୍ଟନାୟକଙ୍କ କରକମଳରେ ଲୟୋଲା ବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ କଟକ-ଭୁବନେଶ୍ୱର ଆର୍କ ବିଶପ ରେଭରେଣ୍ଡ ଫାଦର ରାଫେଲ ଚିନାଥ (SVD), ପ୍ରୋଭିନ୍ସିଆଲ୍ ଫାଦର ଚାର୍ଲି ପେରେଇରା (SJ), ଫାଦର ଜର୍ଜ ହେସ୍ (SJ), ଏବଂ ଫାଦର ଇଗ୍ନାସିଅସ୍ (SVD) ଉପସ୍ଥିତ ଥିଲେ।
ଏହି ପ୍ରତିଷ୍ଠାନଟି ଓଡ଼ିଶା ପ୍ରଦେଶରେ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତା ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିଅଛି ।
୧୫ ମାର୍ଚ୍ଚ ୨୦୦୧ ରେ, ଲୟୋଲା ବିଦ୍ୟାଳୟ ପ୍ରଥମଥର ପାଇଁ ଦ୍ୱାର ଖୋଲିଲା ଏବଂ UKG ରୁ କ୍ଲାସ୍ V ପର୍ଯ୍ୟନ୍ତ ପ୍ରାୟ ଛଅଶହ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲା। ଏପ୍ରିଲ ୨୦୦୮ ରେ, ବିଦ୍ୟାଳୟ ICSE କାଉନସିଲ୍ ବୋର୍ଡ୍, ନୂଆଦିଲ୍ଲୀରୁ ସ୍ୱୀକୃତି ପତ୍ର ପ୍ରାପ୍ତ କଲା।

ଚଳିତ ଶିକ୍ଷା ବର୍ଷର ପ୍ରଥମ ଦିନ, ସୋମବାର ତା ୧୭.୦୩.୨୦୨୫ରିଖ ଠାରୁ , ଲୟୋଲା ବିଦ୍ୟାଳୟ ଏହାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଗତ ୨୫ ବର୍ଷର ଅତୀତ ଉପରେ ପର୍ଯ୍ୟାଲୋଚନା, ବର୍ତ୍ତମାନର ମୂଲ୍ୟାୟନ ଏବଂ ଭବିଷ୍ୟତକୁ ଅନୁମାନ କରିବା ପାଇଁ ଏକ ସାମୂହିକ ପ୍ରୟାସ କରୁଅଛି । ଯେଉଁମାନେ ଏହି ସଂସ୍ଥାନର ପରିଚୟକୁ ଗଢ଼ି ତୋଳିଛନ୍ତି ସେମାନଙ୍କର ଅନୁଭବ, ପ୍ରେରଣା ଏବଂ ଅଦମ୍ୟ ପ୍ରଚେଷ୍ଟାକୁ ମନେ ପକାଇବାକୁ ବିଭିନ୍ନ ପ୍ରକାରର ବିଶେଷ କାର୍ଯ୍ୟକ୍ରମ ଯଥା ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ନାଚ ଗୀତ ଏବଂ ପ୍ରତିଯୋଗିତା ଆୟୋଜନ କରୁଅଛି ।

ଏହି ଅବସରରେ ମୁଖ୍ୟ ଅତିଥି ରୌପ୍ୟ ଜୟନ୍ତୀ ଲୋଗୋ ଉନ୍ମୋଚନ କରିବେ ।

Leave a Reply

Your email address will not be published. Required fields are marked *