Spread the love

ଭୁବନେଶ୍ରର ରାଜଧାନୀରେ ଚାଞ୍ଚଲ୍ୟ. ଅତୀତରେ ଆପାର୍ଟମେଣ୍ଟ ରୁ ଅଦ୍ଭୁତ ଧରଣର ଚୋରି ପରେ ମାତିଲେଣି ଅପହରଣ କାରି ଗ୍ୟାଙ୍ଗ.ଆଉ ଏକ ଚଞ୍ଚଲ୍ୟ ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳରେ.ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ ହେଇଛି । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କରୁଛନ୍ତି ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ ଖାଲି । ମହିଳା ଜଣକ ବିବାହିତା ହୋଇଥିବାବେଳେ ତାଙ୍କ ସ୍ଵାମୀ ଆମେରିକାରେ ଚାକିରି କରୁଛନ୍ତି।
ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ଠାରୁ ସେ ଅଲଗା ହୋଇ ବାପା ମାଆଙ୍କ ପାଖରେ ଏକ ଆପାର୍ଟମେଣ୍ଟରେ ରହିଆସୁଥିଲେ । ମହିଳା ଜଣକ ପ୍ରତିଦିନ ସତସଙ୍ଗ ବିହାର ଯାଉଥିଲେ ।

ତେବେ ଗତକାଲି ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ପରେ ଘର ଲୋକ ଖୋଜାଖୋଜି କରି ପାଇ ନଥିଲେ । ସନ୍ଧ୍ୟାରେ ପରିବାର ଲୋକଙ୍କୁ ଏକ ଫୋନ୍ କଲ ଆସିଥିଲା । କୋଟିଏ ଟଙ୍କା ଦିଅ ନହେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ ଅପହରଣକାରୀ । ଏନେଇ ଥାନାରେ ତୁରନ୍ତ ଅଭିଯୋଗ କଲେ ମହିଳାଙ୍କ ବାପା । ଚନ୍ଦକା ଥାନା ପୋଲିସ ଏକ ୬ ଜଣିଆ ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି । ମହିଳାଙ୍କ ମୋବାଇଲ ଟ୍ରାକିଂ କରି ଲୋକେସନ ଠାବ କରିଛି । ମହିଳାଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ କମିଶନରେଟ୍ ପୋଲିସର ଟିମ୍ ପଠାଯାଇଛି । ପରିବାର, ସହାୟିକା, ପଡୋଶୀ ଓ ସତସଙ୍ଗ ବିହାର କର୍ତ୍ତୁପକ୍ଷଙ୍କୁ ପଚରାଉଚୁରା କରାଯାଉଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି ରହିଛି। ଅପହରଣ ପଛରେ ଇଣ୍ଟରଷ୍ଟେଟ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଉଛି । ଏବେ ପ୍ରଶ୍ନ ଉଠୁଛି ମହିଳାଙ୍କର କାହା ସହ ପୂର୍ବ ଶତ୍ରୁତା ଥିଲା କି ? ଅପହରଣ ପଛରେ ସ୍ଵାମୀଙ୍କ ହାତ ରହିଛି କି ?।

Related Post

Leave a Reply

Your email address will not be published. Required fields are marked *

You Missed