ପ୍ରାତଃ ଚିନ୍ତନ
==========================
ରୋଗ ନ ହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ଏବଂ ରୋଗ ହେଲେ ଔଷଧ ସେବନ କରାଯାଏ। ଠିକ୍ ସେହିପରି ମନୁଷ୍ୟର ବ୍ୟସ୍ତତାର କାରଣ କାମ କ୍ରୋଧ ଲୋଭ ମୋହ ଈର୍ଷା ଭୟ ଇତ୍ୟାଦି ଉପସ୍ଥିତ ହେଲେ ସେଥିପାଇଁ ଉପଯୁକ୍ତ ଔଷଧ ସେବନ କରାଯାଏ ଏବଂ ସେମାନଙ୍କର ଆସିବା ଶିଥିଳ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥାଏ।
ସେମାନଙ୍କର ଉପସ୍ଥିତିରେ ପ୍ରତିପକ୍ଷ ଭାବନା ଆଣିବା ପାଇଁ ବେଦାନ୍ତ ଶାସ୍ତ୍ରରେ ବିଧାନ କରାଯାଇଛି। ଯେମିତି କି କୋୖଣସି ବସ୍ତୁ ପ୍ରତି ଯଦି ଲୋଭ ସୃଷ୍ଟି ହୁଏ ତାହେଲେ ବସ୍ତୁଟି କେମିତି ଲୋଭନୀୟ ନୁହେଁ ତାହା ଚିନ୍ତନ କରିବା। ସେହିପରି ସେମାନଙ୍କର ଆସିବାର ବେଗକୁ ଶିଥିଳ କରିବା ପାଇଁ ପ୍ରତିଦିନ ବେଦାନ୍ତ ଶାସ୍ତ୍ର ଚିନ୍ତନ ଓ ପ୍ରାର୍ଥନାର ବିଧାନ କରାଯାଇଛି। ସବୁଆଡୁ ବିଚାର କରି ଯେତେବେଳେ ମନୁଷ୍ୟ ଏହି ମାର୍ଗରେ ପ୍ରବୃତ୍ତ ହୁଏ ଧିରେଧିରେ ସେ ତା’ର ସୁଫଳ ପାଇଥାଏ।”
==========================