Spread the love

ହମିରପୁର ନିଃଶୁଳ୍କ ଯୋଗକେନ୍ଦ୍ର ର ବାର୍ଷିକୋତ୍ସବ …..
ରାଉରକେଲା:=(ଦର୍ଶନ ସମୀକ୍ଷା) ହମିରପୁର ନିଃଶୁଳ୍କ ଯୋଗକେନ୍ଦ୍ର ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଯୋଗଗୁରୁ ଆରତୀ କରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଗୁରୁ ନରେନ୍ଦ୍ର ବେହେରା, ଗୁରୁ ଗଙ୍ଗାଧର ଦାଶ, ମହିଳା ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନୀ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଗ ର ଆବଶ୍ୟକତା ଓ ଉପଯୋଗୀତା ସମ୍ପର୍କରେ ମତ ରଖିଥିଲେ।

ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭଉଣୀ ମାନେ ହେଉଛନ୍ତି ଘରର ଖୁଣ୍ଟ ସଦୃଶ୍ୟ। ସେମାନେ ନିରୋଗ ରହିଲେ ସମ୍ପୁର୍ଣ୍ଣ ପରିବାର ନିରୋଗ ରହିବ। ଏଥିପାଇଁ ଯୋଗ କୁ ପ୍ରାଧାନ୍ୟ ଦେବା ସହ ସମୟାନୁବର୍ତ୍ତିତା, ନିରନ୍ତର ପ୍ରୟାସ, ମାନସିକ ଶାନ୍ତି,ଖାଇବା ପିଇବାରେ ସନ୍ତୁଳନ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଆଧି ଓ ବ୍ୟାଧି , ସପ୍ତାହକୁ ୬୦୦ ମିନିଟ ଯୋଗ କରିବା ଓ ଯୋଗ ସହ ବିଜ୍ଞାନ କିପରି ଅଙ୍ଗାଅଙ୍ଗୀ ଭାବେ ଜଡିତ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କେନ୍ଦ୍ର ତରଫରୁ ଯଜ୍ଞର ଆୟୋଜନ କରାଯାଇଥିଲା।

ଏଥିରେ ପୁରୋହିତ ଅରବିନ୍ଦ ପଣ୍ଡା ଓ କର୍ତ୍ତା ଭାବେ ଗଙ୍ଗାଧର ଦାଶ ଓ ଆରତୀ କର ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ ଜ୍ୟୋସ୍ନାରାଣୀ ରାଉତଙ୍କୁ ଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଜୁରାଣୀ ଗୋଥ, ସୁଚିତ୍ରା ମହାନ୍ତି, ସାଗରିକା ଆଚାର୍ଯ୍ୟ, ପ୍ରିତୀ ଶର୍ମା,ଉମା ପୋଦ୍ଦାର,ମୈ।ସମୀ ସରକାର, ଉର୍ମିଳା
ସାହୁ, ଜ୍ୟୋସ୍ନାରାଣୀ ରାଉତ, କଳ୍ପନା ପଣ୍ଡା, ବିଷ୍ଣୁପ୍ରିୟା ଦାଶ, ସୁଷମା ପାତ୍ର, ସରସ୍ଵତୀ ପାତ୍ର, ପଦ୍ମାବତୀ ପାତ୍ର, ଗୀତା ଦେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଆବାହିକା ଶ୍ରୀମତୀ କର ଏକ କବିତା ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You Missed