Spread the love

ଯେବେବି ଆପଣଙ୍କ ଜୀବନରେ ଚାରିଦିଗ ଅନ୍ଧକାର ଦିଶୁଥାଏ, ତେବେ ଇଆଡେ ସିଆଡେ ନ ଯାଇ ସିଧା ଭଗବତ୍ ଗୀତାକୁ ଖୋଲନ୍ତୁ । ଯେଉଁ ଶ୍ଲୋକ ବାହାରିବ ତାଙ୍କୁ ବାରମ୍ବାର ପଢି ଚାଲନ୍ତୁ ।ଭଗବାନଙ୍କୁ ହ୍ରୁଦୟରେ ବସାନ୍ତୁ ଓ ନିଜ ଦ୍ୱାରରେ ବସାନ୍ତୁ । କାହା ଦୁଆରକୁ ଯାଆନ୍ତୁ ନାହିଁ । କାହିଁକି ନା ସମସ୍ତଙ୍କ ଦୁଆର ବନ୍ଦ ଥିଲାବେଳେ ସେହି ଭଗବାନଙ୍କ ଦୁଆର ଖୋଲା ଥାଏ ।

ଯେଉଁ ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସ୍କାର । ବ୍ୟାପାର ପୂର୍ବରୁ ବ୍ୟବହାର ଓ ଭଗବାନଙ୍କ ପୂର୍ବରୁ ପିତାମାତାଙ୍କୁ ଚିହ୍ନି ଯାଏ । ତା ଜୀବନରେ କେବେ ବି କୌଣସି ଅସୁବିଧା ଆସିନଥାଏ ।

ଜୀବନର ଦୋଳି ଯଦି ପଛ ଆଡକୁ ଯାଏ ତେବେ ଭୟ କର ନାହିଁ । ବିଶ୍ବାସ ରଖ, ଏହା ଆଗକୁ ମଧ୍ୟ ଆସିବ । କାରଣ ଧୈର୍ଯ୍ଯ ରଖୁଥିବା ମଣିଷ, ଆତ୍ମବିଶ୍ବାସର ନୌକାରେ ବସି କଷ୍ଟ ରୂପକ ନଦୀକୁ ସଫଳତାର ସହିତ ଅତିକ୍ରମ କରିପାରେ ।

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *

You Missed