କର୍କଶ ବଚନେ ଅନ୍ଯର
ହୃଦେ ନଦେଇ ଦୁଃଖ ,
ରହିବା ମଉନ ସେଠାରେ
ଭୁଲି ଆପଣା ସୁଖ ।
ଯେତେ ପର୍ଯ୍ୟନ୍ତ ନିଜେ ହାର୍ ମାନିବେନି, ସେତେ ପର୍ଯ୍ୟନ୍ତ କିଏ ତୁମକୁ ହରେଇ ପାରିବେ ନାହିଁଁ ।
ଯେତେବେଳେ ବାହୁର ଶକ୍ତି ହଜିଯାଏ, ମଣିଷ ତା’ର ପାପୁଲିରେ ଭବିଷ୍ୟତ ଖୋଜେ ।
ସଂସାରର ସବୁଠାରୁ ବଡ ସମ୍ପତ୍ତି ହେଉଛି ମଣିଷର ନିଜ ବୁଦ୍ଧି।ସବୁଠାରୁ ଭଲ ଅସ୍ତ୍ର ହେଉଛି ଧର୍ଯ୍ୟ,ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ବାସ,ସବୁଠାରୁ ଭଲ ଔଷଧ ହେଉଛି ହସ ଆଉ ଖୁସି।କିନ୍ତୁ ଏହା ସମସ୍ତେ ଜାଣି ମଧ୍ଯ ଏସବୁ ପାଇଁ ମଣିଷ ପାଖରେ ସମୟ ନାହିଁ।