Spread the love

ମା ତୁଳସୀ ଭଗବାନ ଗଣେଶଙ୍କୁ କାହିଁକି ଦେଇଥିଲେ ଅଭିଶାପ…..
ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ବୃକ୍ଷ ଭାବରେ ତୁଳସୀ ଙ୍କୁ ଗ୍ରହଣ କରାଯାଇ ଥାଏ l ଯାହାକି ଭଗବାନ ଙ୍କ ପୂଜାରେ ସର୍ବଦା ସମର୍ପିତ ହୋଇଥାଏ, ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ବିନା ଅଧୁରା ରହିଥାଏ l କିନ୍ତୁ ଭଗବାନ ଗଣେଶ ଙ୍କୁ ତୁଳସୀ ଅର୍ପଣ କରିବା ବର୍ଜିତ ଅଟେ l ପୌରାଣିକ ମାନ୍ୟତା ଅନୁସାରେ ଏହାକୁ ନେଇ ଗୋଟିଏ ରୋଚକ ଘଟଣା ରହିଛି ଯେ ପ୍ରଭୁ ଗଜାନନ ଙ୍କୁ ତୁଳସୀ ଙ୍କ ନିକଟରୁ ଅଭିଶାପ ମିଳିଥିଲା ଯେଉଁଥିପାଇଁ ତୁଳସୀ ପତ୍ର ଗଣେଶ ଙ୍କ ପୂଜା ରେ ବ୍ୟବହାର ହୋଇ ନଥାଏ lମାତା ତୁଳସୀ ପ୍ରଭୁ ଗଜାନନ ଙ୍କୁ ଖୁବ ପ୍ରେମ କରୁଥିଲେ, ଏବଂ ସେ ନିଜ ମନର ଭାବନାକୁ ପ୍ରଭୁ ଗଣେଶଙ୍କୁ ଜଣାଇଥିଲେ l କିନ୍ତୁ ବିଘ୍ନରାଜ ତୁଳସୀଙ୍କ ବିବାହ କରିବାକୁ ମନାକରି ଦେଇଥିଲେ, ଏବଂ ଏହାର କାରଣ ସ୍ୱରୂପ ତୁଳସୀ କ୍ରୋଧିତ ହୋଇ ଗଣେଶ ଙ୍କୁ ଅଭିଶାପ ଦେଇଥିଲେ l ମାତା ତୁଳସୀ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଜେ ତୁମେ ଦୁଇଟି ବିବାହ କରିବ, ଏହାର ପ୍ରଭାବରେ କ୍ରୋଧିତ ହୋଇ ଗଣେଶ ମଧ୍ୟ ତାଙ୍କୁ ଅଭିଶାପ ଦେଇଥିଲେ l ଗଣପତି ତୁଳସୀଙ୍କ ଅଭିଶାପ ଦେଇଥିଲେ ଯେ ତୁମର ବିବାହ ଗୋଟିଏ ରାକ୍ଷସ ସହିତ ହେବ l ଏହି କାରଣରୁ ମାତା ତୁଳସୀ ଓ ଗଣେଶ ଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା l

ଏହି କାରଣରୁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ହୋଇନଥାଏ, ଏବଂ ଗଜାନନ ମଧ୍ୟ ତୁଳସୀଙ୍କ ଅଭିଶାପ କାରଣରୁ ୨ଟି ବିବାହ କରିଥିଲେ l ତାଙ୍କର ଦୁଇ ସ୍ତ୍ରୀ ହେଲେ ରିଦ୍ଧି ଓ ସିଦ୍ଧି l ଏବଂ ତୁଳସୀ ମଧ୍ୟ ରାକ୍ଷସ ରାଜ ଜଳନ୍ଧର ଙ୍କୁ ବିବାହ କରିଥିଲେ l ଜଳନ୍ଧର ସମୁଦ୍ର ରୁ ଉତ୍ପନ୍ନ ହୋଇଥିଲା l

Leave a Reply

Your email address will not be published. Required fields are marked *

You Missed