Spread the love

କଟକ ଏକ ଐତିହାସିକ ସହର ଏହାର ସଂସ୍କୃତି ଐତିହ୍ୟ ମହାନ୍। ବାରବାଟି ଦୁର୍ଗ ଠାରୁ ଆରମ୍ଭ କରି ନେତାଜୀ ଜନ୍ମସ୍ଥାନ ଓ ନୌବାଣିଜ୍ୟ ସଂଗ୍ରାହଳୟ, ଏବଂ ନାୟଲୟସଂଗ୍ରାହଳୟ କୁ ନେଇ କଟକ ନିଜକୁ ଗର୍ବ ଅନୁଭବ କରେ। ପ୍ରାକୃତିକ ସମ୍ପଦରେ ଭରପୁର। କଟକ ପ୍ରତି ପ୍ରବାସୀ ଭାରତୀୟ ମାନେ ନିଶ୍ଚିତ ଭାବରେ ଆକୃଷ୍ଟ ହୋଇପାରିବେ। ଶିଳ୍ପାୟନ କ୍ଷେତ୍ରରେ ଏଠାରେ ଉପଯୁକ୍ତ ଭିତ୍ତିଭୂମି ରହିଛି।

ଏ ସମସ୍ତ ତଥ୍ୟ କୁ ନେଇ ପ୍ରବାସୀ ଭାରତୀୟ ମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପାଇଁ ନିଶ୍ଚିତ ଆଗ୍ରହ ପ୍ରକାଶ କରିବେ ବୋଲି ମେୟର ଶ୍ରୀ ସୁବାସ ସିଂ ରେଭେନ୍ସା ବାଳିକା ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସରେ ପ୍ରକାଶ କରିଛନ୍ତି। ଆଜି ବାଳିକା ବିଦ୍ୟାଳୟ ଠାରେ ମେୟର ଶ୍ରୀ ସିଂ କାର୍ଯ୍ୟ କ୍ରମାକୁ ଉଦ୍ଘାଟିତ କରିବା ସହ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାଏ, ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଦେବପ୍ରସାଦ ଦାସ, ଜିଲ୍ଲା ଜାତି ଜନଜାତି ସଂଯୋନିକା ଡକ୍ଟର ଶୁଚିଶ୍ମିତା ମହାନ୍ତି, ପାଞ୍ଚଶାଖା ସେତୁ ଜିଲ୍ଲା ନୋଡାଲ ଅଧିକାରୀ ବିଭୁ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଙ୍କା ବେହେରା ଧନ୍ୟବାଦ୍ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Leave a Reply

Your email address will not be published. Required fields are marked *

You Missed