ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା :
ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାର ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଜି ୩ ଗୋଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ୩ ଗୋଟି ଦାବି ଗୁଡିକ ହେଲା ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ଚାକିରୀରେ ନିୟମିତ କରାଇବା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ସମାନ କାମ କୁ ସମାନ ଦରମା ଏପରି ବିଭିନ୍ନ ଦାବି ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ମୋହନ ସରକାର ଙ୍କ ଉଦ୍ଦେଶ୍ୟ ରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଯଦି ଲିଖିତ ଦାବି ଗୁଡ଼ିକର ତୁରନ୍ତ ସମାଧାନ କରା ନଯାଏ ତାହେଲେ ଆଗାମୀ ଦିନରେ ଏହି ଆଉଟସୋର୍ସିଙ୍ଗ ସଙ୍ଘ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ସଭାପତି କାହ୍ନା ପ୍ରଧାନ, ସମ୍ପାଦକ ବିକ୍ରମ ରାଉତ ଙ୍କ ସମେତ ସଙ୍ଘ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।