Spread the love

ଏ ଦୁନିଆରେ ସବୁକିଛି ଅସ୍ଥାୟୀ ତେଣୁ କିଛି ପାଇଗଲ ବୋଲି ଏତେବି ଗର୍ବ କରନି,କାରଣ ଦିନେ ନା ଦିନେ ସବୁକିଛି ହରେଇବାକୁ ପଡିଥାଏ।

ସବୁବେଳେ ହସିବା ଶିଖ କାରଣ ହସ ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର,ଯାହା ଶତୃର କଠୋର ଓ ନିଷ୍ଠୁର ହ୍ରୁଦୟକୁ ମଧ୍ଯ ପରାଜିତ କରିଥାଏ।

କାହାର ହ୍ରୁଦୟ ଭାଙ୍ଗି କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲା ପରେ ଅନ୍ୟକୁ କ୍ଷମା କରିବା ବହୁତ କଷ୍ଟ।

ବିଶ୍ବାସ କରୁଥିବା ଲୋକକୁ ଧୋକା ଭଲ ପାଉଥିବା ଲୋକକୁ ଘୃଣା ସାହାଯ୍ୟ କରିଥିବା ଲୋକକୁ ଭୁଲିଯିବା ଜଣେ ଅମଣିଷ ହି କରିପାରେ।

      

ସେଥିପାଇଁ ଆମେ ସଜାଗ ହୋଇବା
ଅପରିଚିତକୁ ଦେଖି,
ବିଶ୍ଵାସରେ ବିଷ ଭରି ଦେବେ ସେତ
କେହି ନ ପାରିବେ ରଖି ।

ସୂର୍ଯ୍ୟମୁଖୀ ଫୁଲ ପାଖରୁ ଆପଣ ଏକାଗ୍ରତା ଶିଖିପାରିବେ ।

କାହା ଆଗରେ କେବେ ବି ନିଜର ଶତୃ ବିଷୟରେ କହିବ ନାହିଁଁ କିମ୍ବା କାହା ସହିତ ଶତୃତା ଅଛି କାହା ଆଗରେ ପ୍ରକାଶ କରିବ ନାହିଁଁ ।ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି ତ ଜାଣି ନିଅ ଦିନେ ତୁମ ପଛରେ ଭିଡ଼ ଜମା ହେବ ।

              

Leave a Reply

Your email address will not be published. Required fields are marked *

You Missed