ଆଜିର ଅନୁଚିନ୍ତା
ବାସ୍ତବରେ ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନରେ ପରିବର୍ତ୍ତନ ର ଇଚ୍ଛା ରଖନ୍ତି, ଯେ ଜୀବନକୁ ମୁଁ ଏକ ସରସ ସୁନ୍ଦର ଭାବରେ ଗଢି ତୋଳିବି, କିନ୍ତୁ ପରିବର୍ତ୍ତନ ହେବା ପାଇଁ ଆମକୁ ବହୁତ ବିଳମ୍ବ ଲାଗିଯାଏ, ଫଳରେ ଆମକୁ ପରିବର୍ତ୍ତନ ହେବା ପାଇଁ ଆଉ ସମୟ ହିଁ ମିଳେନାହିଁ। ତେଣୁକରି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିରାଶ ର ଜୀବନ ବିତେଇବାକୁ ପଡେ।।
ତେଣୁକରି ଜୀବନରେ ଯାହା ଭାବନ୍ତି ତାକୁ ସଂଗେ ସଂଗେ ହିଁ କରିବାକୁ ଚେଷ୍ଟା କରନ୍ତୁ, ନଚେତ ଆଗକୁ ଆଉ କେବେ ମଧ୍ୟ କରିବାକୁ ସମୟ ହେବ ନାହିଁ।।
ଆଉ ହଁ ବେଳେବେଳେ ଆମକୁ ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ । ତେଣୁ କାର୍ଯ୍ୟରେ ହାରିଗଲେ ନିରାଶ ନ ହୋଇ ନିଜ ମନୋବଳ ଦୃଢ ରଖି କାର୍ଯ୍ୟ କରନ୍ତୁ ଦେଖିବେ ସଫଳତା ର ଶୀର୍ଷରେ ନିଶ୍ଚୟ ପହଞ୍ଚିବେ ।।
ଅଳ୍ପ ଗଳ୍ପଟିଏ
ମନ୍ଦିର ବାହାରେ ଲେଖା ଥିବା ଏକ ନିରାଟ ସତ୍ୟ । ଯଦି ଉପବାସ କଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥିବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତା । ତେଣୁ ଉପବାସ ଅନ୍ନର ନୁହଁ ବିଚାରର କର। ମଣିଷ ନିଜେ ପ୍ରଥମେ ଠିକ୍ ହେବା ଦରକାର । ଯେତେବେଳେ ଚଢେଇ ଜୀବିତ ରହିବାକୁ ଚାହେଁ ସେ ପିମ୍ପୁଡିକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । କିନ୍ତୁ ସେହି ଚଢ଼େଇ ମରିଗଲା ପରେ ପିମ୍ପୁଡ଼ି ହିଁ ତାକୁ ଖାଏ।ସେଇଥିପାଇଁ ଏହି କଥାକୁ ଧ୍ୟାନ ରଖିବା ଦରକାର କି ସମୟ ଓ ପରିସ୍ଥିତି କେଉଁ ସମୟରେ ମଧ୍ୟ ବଦଳିପାରେ । ତେଣୁ କେବେବି କାହାକୁ ଅପମାନ କରିବା ଅନୁଚିତ୍ । କେବେବି କାହାକୁ ନିଜଠାରୁ କମ୍ ଗଣନା କରିବା ଅନୁଚିତ୍ । ତୁମେ ଶକ୍ତିଶାଳୀ ହୋଇପାର କିନ୍ତୁ ସମୟ ତୁମଠାରୁ ବଳବାନ । ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମାଚିସ୍ କାଠି ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ । କେହି କେତେ ବି ଶକ୍ତିଶାଳୀ ହୋଇଯାଉ ନା କାହିଁକି କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନ ଥାଏ । ବିଧିର ବିଡମ୍ବନା ଅନୁସାରେ କଣ୍ଠ ଦେଲା କୋଈଲୀକୁ କିନ୍ତୁ ରୂପ ଦେଲା ନାହିଁ । ରୂପ ଦେଲା ମୟୂରକୁ କିନ୍ତୁ ଇଚ୍ଛା ଦେଲା ନାହିଁ । ଇଚ୍ଛା ଦେଲା ମଣିଷକୁ କିନ୍ତୁ ସନ୍ତୋଷ ଦେଲା ନାହିଁ। ସନ୍ଥକୁ ସନ୍ତୋଷ ଦେଲା କିନ୍ତୁ ସଂସାର ଦେଲା ନାହିଁ । ଦେଲା ସଂସାର ଚଲାଇବାକୁ ଦେବାଦେବୀଙ୍କୁ ଶକ୍ତି, କିନ୍ତୁ ତାଙ୍କଠାରୁ ମଧ୍ୟ ମୋକ୍ଷ ଚ୍ଛିନ୍ନ କରିଦେଲା ।
କରିବୁନି କେବେ ମଧ୍ୟ ଗର୍ବ ନିଜ ଉପରେ “ଏ ମଣିଷ”
ଭଗବାନ ତୋରି ଆଉ ମୋରି ପରି କେତେ ଯେ ପିଣ୍ଡ ମାଟିରେ ଗଢି ମାଟିରେ ମିଶାଇ ଦେଇଚ୍ଛି । ସଂସାରରେ ମଣିଷ 3ଟି ସ୍ବାର୍ଥପାଇଁ ପରିଶ୍ରମ କରିଥାଏ ————–
1:- ମୋ ନାମ ଉଚ୍ଚା ହେଉ 2:- ମୋ ଜୀବନଶୈଳୀ ଓ ବେଶଭୂଷା ଭଲ ହେଉ 3:- ମୋ ଘରଦ୍ବାର ଭଲ ହେଉ । କିନ୍ତୁ ମଣିଷ ମଲାପରେ ସର୍ବପ୍ରଥମେ ଏହି 3ଟି ଜିନିଷର ପରିବର୍ତ୍ତନ ଦେଖାଦେଇଥାଏ ।
1:- ନାମ (ସ୍ବର୍ଗିୟ)
2:-ଜୀବନଶୈଳୀ ବେଶଭୂଷା,(ମୁଠାଏ ପାଉଁଶ)
3:- ଘରଦ୍ବାର (ଶ୍ମଶାନ)
ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁନୁ ଗୋଟିଏ ପଥର ଥରେ ମନ୍ଦିରକୁ ଗଲାପରେ ସେ ଭଗବାନ ହୋଇଯାଏ କିନ୍ତୁ ମଣିଷ ପ୍ରତିଦିନ ଯାଏ ତଥାପି ସେ ପଥର ହୋଇ ରହିଥାଏ । ଗୋଟିଏ ନାରୀ ପୁତ୍ରଟିଏ ଜନ୍ମଦେଲା ପରେ ତାର ଯୌବନ ତ୍ୟାଗ କରିଥାଏ କିନ୍ତୁ ସେହିପୁତ୍ର ସୁନ୍ଦର ପତ୍ନୀପାଇଁ ନିଜ ମାଆକୁ ତ୍ୟାଗ କରିଥାଏ ।
ଜୀବନରେ ସବୁ ସମୟରେ ଆମେ ଜୟ ଚାହିଁଥାଉ କେବଳ ଫୁଲଦୋକାନ ଏକମାତ୍ର ସ୍ଥାନ ଯେଉଁଠି ଆମେ ଯାଇ କହିଥାଉ ହାର ଦରକାର କାରଣ ଆମେ ଭଗବାନଙ୍କୁ କେବେ ଜୟ କରି ପାରିବୁ ନାହିଁ । ଧୀରେ ପଢନ୍ତୁ ଏହା ବହୁତ ମୂଲ୍ୟବାନ ଅଟେ । ସେଇଥୀପାଇଁ କଥାରେ ଅଛି :- वक्त का पता नहीं चलता अपनों के साथ, पर अपनों का पता चलता है वक्त के साथ, वक्त नहीं बदलता अपनों के साथ, अपने जरुर बदल जाते हैं वक्त के साथ
ବନ୍ଧୁ ଏ ଜୀବନ ବହୁତ ମୂଲ୍ୟବାନ, କାହିଁକି ନା ଏ ଜୀବନ ଯାହା ହେଉନା କାହିଁକି ଏହା ମାତ୍ର ଥରେ ମିଳିଥାଏ
ହେଲେ …… ବନ୍ଧୁ ନିଜ ଜୀବନପ୍ରତି ତ ସମସ୍ତଙ୍କର ଲୋଭ ଅଛି କିନ୍ତୁ ସମସ୍ତେ ଏହି ସତ୍ୟକୁ ଅନୁଭବ କରନ୍ତି ନାହିଁ। ତଥାପି ଏହି ସତ୍ୟକୁ ଏତେ ଜଣଙ୍କ ପାଖକୁ ପଠାଅ ଯେପର୍ଯ୍ୟନ୍ତ ପୁଣିଥରେ ଏହା ନିଜ ପାଖକୁ ଫେରି ଆସୁ …………….