ମନକୁ ବିଶୁଦ୍ଧ କର
ଯଦି ମନକୁ ବିଶୁଦ୍ଧ କରିବା ଜାରି ରଖିବ, ଖରାପ ଭାବନା ମାନଙ୍କୁ ଛାଡିବ, ତାହାହେଲେ ଭଗବାନଙ୍କ କୃପା ଅନୁଭବ କରିପାରିବ। ନିରନ୍ତର ସଦ୍ ଭାବନା ମନରେ ଆଣିବାର ଚେଷ୍ଟା କର। ଭଲ ଭାବନା ଆସିଲେ, ଖରାପ ଭାବନା ଗୁଡିକ ଆପଣାଛାଏଁ ନଷ୍ଟ ହୋଇଯିବ। ଏହି ଭଲ ଭାବନା ଦ୍ୱାରା ସଦଗୁଣ ଗୁଡ଼ିକ ବୃଦ୍ଧି ପାଇବ ଏବଂ ଉତ୍ତମ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଏହିଭଳି ଅଭ୍ୟାସ ଆପଣଙ୍କୁ ପରମ ଶାନ୍ତି ଏବଂ ପରମ ଆନନ୍ଦ ଦେଇପାରିବ।
ମନେ ରଖନ୍ତୁ—ପରମ ଶାନ୍ତି ଏବଂ ଆନନ୍ଦ କେବଳ ଭଗବାନଙ୍କ ମଧ୍ୟରେ ଅଛି। ଏବଂ ଭଗବାନ କେବେ ବି ଆପଣଙ୍କୁ ଛାଡିନାହାନ୍ତି, ସେ ସଦା ଆପଣଙ୍କ ସହିତ ଅଛନ୍ତି। ନିତ୍ୟ ଆପଣଙ୍କ ଉପରେ ତାଙ୍କର କୃପାର ଅବିରତ ବର୍ଷା ହେଉଛି। ଆପଣ ସଦା ତାଙ୍କ ମଙ୍ଗଳମୟ ଛତ୍ରଛାୟା ତଳେ ଅଛନ୍ତି। ଭଗବାନ ଆପଣଙ୍କ ସମସ୍ତ ଚିନ୍ତା କରୁଛନ୍ତି ଏବଂ ସେ ନିଜେ ଆପଣଙ୍କ ଯୋଗକ୍ଷେମର ଭାର ବହନ କରିବାରେ ନିତ୍ୟ ଲାଗି ରହନ୍ତି।
ଓଁ ନମୋ ଭଗବତେ ବାସୁଦେବାୟ