ମୃତ୍ୟୁ ପରେ ଜୀବତ୍ମା ର ଯାତ୍ରା
ଜୀବତ୍ମା ପ୍ରାଣ, ମନ ଓ ଇନ୍ଦ୍ରିୟ ମାନଙ୍କ ସହିତ ନିଜ ପୂର୍ବ ଶରୀର କୁ ତ୍ୟାଗ କରି ଅନ୍ୟ ଏକ ନୂତନ ଶରୀର ଧାରଣ କରେ!ସେ ନିଜ ପୂର୍ବ ଜନ୍ମ ନିର୍ବାହ ର ଅବିଦ୍ୟା, ଶୁଭା ଶୁଭ କର୍ମ ତଥା ସଂସ୍କାର ଗୁଡ଼ିକ ନିଜ ସହିତ ନେଇ ଥାଏ!
ଯେପରି ସମ୍ବାଳୁଆ ଅନ୍ୟ ଏକ ନୂତନ ପତ୍ର କୁ ଧରିବା ପରେ ପୂର୍ବ ପତ୍ର କୁ ଛାଡିଦିଏ, ସେହି ପରି ଭାବରେ ଵର୍ତମାନ ର ଶରୀର କୁ ଛାଡିବା ପୂର୍ବରୁ ଜୀବତ୍ମା ଆଗାମୀ ଶରୀର ଧାରଣ କରେ!ତେଣୁ ସଂଖ୍ୟ ଦୃଷ୍ଟି ରେ ଉଭୟ ଜୀବ ଓ ଇନ୍ଦ୍ରିୟ ମାନଙ୍କ ବ୍ୟାପକତା ତଥା ନୂତନ ଶରୀର ଧାରଣ କଲାବେଳେ କର୍ମାନୁସାରେ ନୂତନ ଶରୀର ର କର୍ମାରମ୍ଭ, ବୌଦ୍ଧ ମତା ନୁ ସାରେ ଇନ୍ଦ୍ରିୟ ମାନଙ୍କ ସାହାଯ୍ୟ ବିନା ଶରୀର ରେ କର୍ମାରମ୍ଭ ତଥା ନୂତନ ଶରୀର ପରି ନୂତନ ଇନ୍ଦ୍ରିୟ ଗଣ ଙ୍କର ରଚନା, ବୈସେଶିକ ମତାନୁସାରେ କେବଳ ମନର ହିଁ ନୂତନ ଶରୀର ରେ ପ୍ରବେଶ, ଦିଗାମ୍ବର ଜୈନ ମତାନୁସାରେ ଶୁକ ପକ୍ଷୀ ଗୋଟିଏ ବୃକ୍ଷ କୁ ଛାଡି ଅପର ବୃକ୍ଷକୁ ପରି କେବଳ ମାତ୍ର ଜୀବତ୍ମା ପୁରୁଣା ଶରୀର କୁ ଛାଡି ନୂତନ ଶରୀର କୁ ଯାତ୍ରା କରିବା ଇତ୍ୟାଦି ଅ ସମୀଚିନ ଓ ବେଦ ବିରୁଦ୍ଧ ଅଟନ୍ତି!ପ୍ରକୁତ ରେ ଜୀବତ୍ମା ମନ, ପ୍ରାଣ, ଇନ୍ଦ୍ରିୟ ତଥା ତନ୍ମ ତ୍ର ଗୁଡ଼ିକ ସହିତ ପୁରୁଣା ଶରୀର ତ୍ୟାଗ କରେ!ଯେତେବେଳେ ଜୀବତ୍ମା ଶରୀର ତ୍ୟାଗ କରେ, ସେତେବେଳେ ସର୍ବ ପ୍ରଥମେ ମୁଖ୍ୟ ପ୍ରାଣ ଶରୀର କୁ ଛାଡି ଦିଏ ଏବଂ ତା ପରେ ଏହାକୁ ଅନୁସରଣ କରି ଅନ୍ୟ ସକଳ ପ୍ରାଣ ମଧ୍ୟ୍ୟ ଚାଲି ଯାଆନ୍ତି ଏ ସମସ୍ତ ପ୍ରାଣ ତାଂମାତ୍ରା ମାନଙ୍କୁ ଭୂମିକା ଅଥବା ମୂଳ ଆଧାର ବିନା କଦାପି ଅବସ୍ଥାନ କରିପାରିବେ ନାହିଁ!ତାନମାତ୍ର ଗୁଡ଼ିକ ପ୍ରାଣ ସଂଚରଣ ନିମନ୍ତେ ଭୂମିକା ରଚନା କରିଥାନ୍ତି!
ପ୍ରାଣ ଗୋଟିଏ ଶରୀର କୁ ତ୍ୟାଗ କରି ଅପର ଏକ ଶରୀର କୁ ଧାରଣ କରିବା ପରେ ହିଁ କେବଳ ଆନନ୍ଦ ସମ୍ଭବ ହୁଏ!ବିଷୟ ନିବହର ତନ୍ମତ୍ରାଗଣ ପ୍ରାଣର ବାହନ ଅଟନ୍ତି!ତନ୍ମାତ୍ରାର ସ୍ଥିତିରେ ଇନ୍ଦ୍ରିୟଗଣ ତଥା ପ୍ରାଣର ସ୍ଥିତି ସମ୍ଭବ!ସେମାନେ ପରସ୍ପର ଅବିଛିନ୍ନ ଅଟନ୍ତି!ପ୍ରାଣ ବିନା ଜୀବତ୍ମା ନୂତନ ଶରୀର ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ!
ମରଣ କାଳ ଉପସ୍ଥିତ ହେଲେ ପ୍ରୟାଣ କରୁଥିବା ଜୀବତ୍ମା ସହିତ ଯିବା ପାଇଁ ପ୍ରାଣ ଓ ଇନ୍ଦ୍ରିୟନିବହ ସମ୍ପୂର୍ଣ ଭାବେ ନିଷ୍କ୍ରିୟ ହୋଇଯାଆନ୍ତି!
ଯଜ୍ଞରେ ଆହୁତି ରୂପରେ ସମର୍ପିତ ଦୁଧ ଓ ଘୃତ ଇତ୍ୟାଦି ପଦାର୍ଥ ଏକ ସୂକ୍ଷ୍ମ ଆକାର ଧାରଣ କରନ୍ତି!ଏହା ‘ଅପୂର୍ବ ‘ନାମରେ ଅଭିହିତ ଯାହା ଯଂଜ୍ଞକର୍ତ୍ତା ଙ୍କ ସହିତ ସମ୍ପର୍କିତ !ମରଣ ପରେ ଜୀବ ଜଳ ସହିତ ସଂଯୁକ୍ତ ହୋଇ ପ୍ରୟାଣ କରେ !ଯଂଜ୍ଞରେ ଆହୁତି ରୂପେ ସମର୍ପିତ ଜଳ ଇତ୍ୟାଦି ପଦାର୍ଥ ଏହି ସୂକ୍ଷ୍ମ ଅପୂର୍ବ ରେ ରହିଥଏ !
ତର୍ପଣରେ ପ୍ରଦତ୍ତ ଜଳ ଅପୂର୍ବ ରୂପରେ ସୂକ୍ଷ୍ମ ଆକାର ଧାରଣ କରେ :ଜୀବତ୍ମା ସହିତ ସମ୍ପର୍କ ସ୍ଥାପନ କରି ଜୀବତ୍ମାକୁ ତାହାର ପୁଣ୍ୟ ଫଳ ପାଇବା ନିମନ୍ତେ ସ୍ୱର୍ଗଲୋକକୁ ନେଇଯାଏ !
ଜାଗଯଂଜ୍ଞାଦି କରୁଥିବା ବ୍ୟକ୍ତିଗଣ ସ୍ବର୍ଗରେ ଦେଵତାମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ତଥା ଦେବତାମାନଙ୍କ ସହିତ ସେମାନେ ନିଜେ ମଧ୍ୟ ଆନନ୍ଦ ଉପଭୋଗ କରନ୍ତି !ସେହି ପୁଣ୍ୟାତ୍ମା ବ୍ୟକ୍ତିଗଣ ଦେବତାମାନଙ୍କ ସଖା ଓ ସେବକ ଭାବରେ ସେମାନଙ୍କ ଉପସ୍ଥିତି ତଥା ସେବା ଦ୍ୱାରା ଦେବତାମାନଙ୍କ ଆନନ୍ଦ ସଂଚାର କରନ୍ତି !ସେମାନେ ଚନ୍ଦ୍ରଲୋକରେ ଆନନ୍ଦ ଉପଭୋଗ କରନ୍ତି ଏବଂ ସେମାନଙ୍କ ପୁଣ୍ୟଫଳ କ୍ଷୟ ହେବାପରେ ସେମାନେ ମର୍ତ୍ତ୍ୟଲୋକକୁ ଫେରିଆସନ୍ତି !
ସ୍ୱର୍ଗ ଲୋକରୁ ପ୍ରତ୍ୟାବର୍ତନ କରୁଥିବା ଜୀବତ୍ମା ମାନଙ୍କ ର କିଛି କିଛି ସଞ୍ଚିତ କର୍ମ ଭୋଗ କରିବାକୁ ବାକି ରହିଥାଏ ଯାହାକି ସେମାନଙ୍କ ପରବର୍ତ୍ତୀ ଜୀବନ ନିର୍ଦ୍ଧାରଣ କରେ!ଏହି ଅଭୁକ୍ତ କର୍ମ ପ୍ରଭାବରେ ଜୀବତ୍ମା ଗଣ ଭୁଲୋକ କୁ ପ୍ରତ୍ୟାବର୍ତନ କରନ୍ତି କର୍ମ ନିର୍ବାହର ପୁଣ୍ୟ ଫଳ ଭୋଗ କରିବା ନିମନ୍ତେ ଜୀବତ୍ମା ଗଣ ଚନ୍ଦ୍ର ଲୋକ ପ୍ରାପ୍ତ ହୁଅନ୍ତି ଏବଂ ସେଠାରେ ସେମାନେ ଜଳ ରୁପି ଶରୀର ଲାଭ କରନ୍ତି!ଯେପରି ସୂର୍ଯ୍ୟ ରଶ୍ମିରେ କରକା ଓ ଅଗ୍ନି ତାପରେ ଘୃତ ବିଗଳିତ ହୁଏ!, ସେହିପରି ନିର୍ଦ୍ଧାରିତ ସ୍ୱର୍ଗ ସୁଖ ଭୋଗ କ୍ରମେ ନିଃ ଶେଷିତ ହେଉଥିବା ବିଚାର ଜନିତ ବିଷାଦ ଜ୍ୱାଳାରେ ଜୀବତ୍ମା ମାନଙ୍କ ର ଜଳରୂପୀ ଶରୀର ମଧ୍ୟ ବିଗଳିତ ହୁଏ!ଏହାପରେ ଅବଶିଷ୍ଟ କର୍ମ କୁ ଧାରଣ କରି ଜୀବର ନିନ୍ମ ଗତି ହୁଏ!
ସଂଗୃହିତ ।
ଜୟ ଶ୍ରୀ ଜଗନ୍ନାଥ