Spread the love

ମାଆଙ୍କର ଦିନ ମଙ୍ଗଳବାର ଟି ହୁଅଇ ବିଶେଷ ପୂଜା ମଙ୍ଗଳ ଗୀତ ରେ ଦେଉଳ ଉଛୁଳେ ବାଜଇ ମଙ୍ଗଳ ବାଜା ।

ବାଟ ମଙ୍ଗଳା ଙ୍କ ବଡ଼ ପର୍ବ ସେତ ଶାରଦୀୟ ଦଶହରା ଷୋଳଦିନ ଧରି ଷୋଡ଼ଶପଚାରେ ପୂଜା ହୋଇଥାଏ ପରା ।

ଚଇତ୍ର ମାସର ମଙ୍ଗଳବାର ଓ ବାସନ୍ତୀକ ଦୁର୍ଗା ପୂଜା ଆଶିଷ ର ବାରି ଝରିଝରି ଯାଏ ଉଡଇ ମଙ୍ଗଳ ଧ୍ବଜା।

ହୁଏ ଯାଗ ଯଜ୍ଞ ଭକ୍ତି ସମର୍ପଣ ଉର୍ଦ୍ଧ ବାହୁ ହୋଇ ଭକ୍ତ ମାଆ ନାମ ଗାଇ ମାଆ ନାମ ଧ୍ୟାଇ ଜାଳୁଥାନ୍ତି ସବୁ ଦୀପ ।

ଜୟ ଜୟ ଜୟ ମା ବାଟ ମଙ୍ଗଳା ପାଦରେ କୋଟି ପ୍ରଣାମ ତୁମରି ମହିମା ବର୍ଣ୍ଣିଲି ମାଆ ଗୋ ଗାଇ ଗାଇ ତୁମ ନାମ ।

ତୁମେ ଦୟା କ୍ଷମା ତୁମେ ବୁଦ୍ଧି ସିଦ୍ଧି ତୁମେ ମୋର ଗତି ମୁକ୍ତି ଦୋଷ ତୃଟି କୁ ମୋ କ୍ଷମା ଦେବ ମାଆ ମୁଁ କରେ ମିନତି ।

କିଛି ଲୋକଙ୍କ ସହିତ ଏମିତି ଭଲପାଇବା ହୋଇଯାଇଥାଏ ଯେ,ସେ ଆମ ସହିତ ଛଳନା କରୁଛନ୍ତି ଜାଣିବା ପରେ ମଧ୍ଯ ତାଙ୍କ ପ୍ରତି ଆମର ଭଲପାଇବା କେବେ କମି ନଥାଏ।

ଏ ଦୁନିଆରେ କାହାକୁ ତୁମେ ସାଙ୍ଗ କରିବ।ପକ୍ଷୀକୁ… ସେ ତ ଉଡିଯିବ।ଫୁଲକୁ…ସେ ତ ଝଡିଯିଵ।ଜହ୍ନକୁ…ସେତ ବୁଡି ଯିଵ।ଆଉ ମଣିଷକୁ…ସେ ତ ସମୟର ସହ ବଦଳି ଯିବ।

ସହାଧ୍ୟାୟୀ, ସଦାଧ୍ୟାୟୀ ଏବଂ ସତତ ଉଦ୍ୟମୀ ପ୍ରଜ୍ଞାବାନ ବ୍ୟକ୍ତିମାନେ ସ୍ୱୀୟ ଅଧ୍ୟବସାୟ ବଳରେ ଅନୁପମ ବନ୍ଧନମୁକ୍ତ ‘ନିର୍ବାଣ’ ଉପଲବ୍ଧି କରିପାରନ୍ତି।

ଯାହାର ମନ ଦୃଢ ନୁହେଁ, ଯିଏ ସତ୍ଜ୍ଞାନ ଶିକ୍ଷା ରହିତ ଏବଂ ଯାହାଙ୍କର ଆତ୍ମପ୍ରତ୍ୟୟ ଅଟଳ ନୁହେଁ, ସେପରି ବ୍ୟକ୍ତିର ଜ୍ଞାନ କଦାପି ପରିପୂର୍ଣ୍ଣ ହୋଇପାରେ ନାହିଁ।

      

ମଣିଷର ମନ ପଢ଼ି ହୁଏ ନାହିଁ
ସେ ଅତି ଗହନ ପାଠ ,
ମୁହେଁ ଖେଳୁଥାଏ ହସର ଚମକ
ମନରେ ଜାଗେ କପଟ ।

ଜୀବନରେ ଏହି ମାନଙ୍କୁ କେବେ ବି କଷ୍ଟ ଦେବେନି,ଯିଏ ତୁମକୁ ଜନ୍ମ ଦେଇଛନ୍ତି,ଯିଏ ତୁମ ସହ ଜନ୍ମ ନେଇଛନ୍ତି,ଯିଏ ତୁମ ପାଇଁ ଜନ୍ମ ନେଇଛି ଆଉ ଯିଏ ତୁମ ପାଖରୁ ଜନ୍ମ ନେବ ।

କିଛି କଥା ଓଠ କହିପାରେ ନାହିଁ,ସେଇ କଥା ଆଖି କହିଦିଏ ଦୁଇ ଠୋପା ଲୁହ ଗଡ଼େଇକି ହେଲେ ଆଖିର ସେ ଅକୁହା କଥା ନିଜ ଛଡା ଆଉ କେହି ବି ବୁଝପାରନ୍ତି ନାହିଁ ।

ଆପଣଙ୍କୁ କେହି ଦୂରେଇ ଦେଲା ବୋଲି ମନ ଦୁଃଖ କରନ୍ତୁ ନାହିଁ, ବରଂ ନିଜକୁ ଏମିତି Qualified କରିଦିଅନ୍ତୁ ଯେ ସେ ଆପଣଙ୍କୁ ଦେଖିଲା ପରେ ଯେପରି ନିଜକୁ ନିଜେ Question କରିବ ଯେ ମଣିଷ ଚିହ୍ନିବା ରେ ମୁଁ ଭୁଲ୍ କରିଦେଲି ।

             

Related Post

Leave a Reply

Your email address will not be published. Required fields are marked *

You Missed