Spread the love

ରାଜଧାନୀରେ ଶ୍ରୀଧର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ ସହ ପାଠ୍ୟ ପୁସ୍ତକରେ ତାଙ୍କ ଜୀବନୀ ସନ୍ନିବେସିତ କରିବାକୁ ଜନ୍ମ ମହୋତ୍ସବରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦାବି ।

ଭୁବନେଶ୍ବର, ୧୧/୨: (ଦର୍ଶନ ସମୀକ୍ଷା) ବିଶ୍ଵ ବିଖ୍ୟାତ ଭାଷାକାର ତଥା ଧର୍ମକାର ଉଜ୍ଜ୍ୱଳତମ ନକ୍ଷତ୍ର ଜଗତ ଗୁରୁ ଶ୍ରୀଧର ସ୍ବାମୀ ସର୍ବକାଳୀନ ବନ୍ଦନୀୟ। ତାଙ୍କର ସ୍ମୃତି ରକ୍ଷା କରିବା ହିଁ ଓଡ଼ିଆ ଜାତିର ମୌଳିକ କର୍ତ୍ତବ୍ୟ। ଶ୍ରୀଧର ସ୍ବାମୀ ସ୍ମୃତି ପରିଷଦ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଶ୍ରୀମଦ୍ ଭାଗବତ ଗୀତାର ଟିକାକାର ଜଗତ ଗୁରୁ ଶ୍ରୀଧର ସ୍ଵାମୀଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସଭା ପ୍ରାରମ୍ଭରେ ମଞ୍ଚାସୀନ ସାଧୁ ସନ୍ଥ ମାନଙ୍କୁ ସେବା ପୂଜା କରାଯାଯାଇ ଯାର୍ଯ୍ୟକ୍ରମର ଶୁଭଆରମ୍ଭ କରାଯାଇଥିଲା।

ସଂସ୍କୃତି ପ୍ରବକ୍ତା, ଆଧ୍ୟାତ୍ମ ସେବକ ମନୋରଞ୍ଜନ ମହାନ୍ତିଙ୍କ ସଂଚାଳନରେ ତଥା ବିଜୟ କୁମାର ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଅଧ୍ୟାତ୍ମିକ କଥାକାର ଶ୍ରୀପାଦ କୃଷ୍ନଗତି ଦାସ ମହାରାଜ, ପ୍ରାଚାର୍ଯ୍ୟ ସୁଭାଷ ଚନ୍ଦ୍ର ଦାସ, ଆଧ୍ୟାତ୍ମିକ ପ୍ରବକ୍ତା ଭାଗବତ ପ୍ରସାଦ ଦାସ, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଏବଂ ସ୍ମୃତି ପରିଷଦର ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପୂଜ୍ୟପୂଜା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ନିଜ ବକ୍ତବ୍ୟରେ ଜଗତ ଗୁରୁଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ଓ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଏବଂ ଶ୍ରୀଧର ସ୍ୱାମୀଙ୍କ ଦାୟାଦ ମନୋରଞ୍ଜନ ପତି ଶ୍ରୀଧର ସ୍ୱାମୀଙ୍କ ନାମରେ ରାଜଧାନୀର ଏକ ପ୍ରମୁଖ ସ୍ଥାନକୁ ନାମିତ କରିବାପାଇଁ ଦାବି କରିଥିଲେ।ଏହି ପରିପ୍ରେକ୍ଷୀରେ ଡାକ୍ତର ବିଷ୍ଣୁ ଚରଣ ମିଶ୍ର ଏବଂ ଡାକ୍ତର ଅକ୍ଷୟ ମିଶ୍ରଙ୍କୁ ଯଥାକ୍ରମେ ଶ୍ରୀଧର ସ୍ୱାମୀ ସ୍ମୃତି ସେବା ସମ୍ମାନ ୨୦୨୪ ଏବଂ ୨୦୨୫ରେ ଏବଂ ଅଶୋକ କୁମାର ପୁରୀଙ୍କୁ ଶ୍ରୀଧର ସ୍ୱାମୀ ସମାଜ ସେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆବାହକ ପ୍ରଦୀପ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୟୂରଗ୍ରାମରୁ ଆସିଥିବା କର୍ତ୍ତନ ମଣ୍ଡଳୀ କୀର୍ତ୍ତନ କରିବା ସହ ବୈକୁଣ୍ଠ ପରିବାର ଦ୍ୱାରା ଭଂଜନ ପରିବେଷଣ କରାଯାଇଥିଲା।।ଲବକୁଶ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ଗୁରୁମାଙ୍କ ନେତୃତ୍ୱରେ ସବୁ ଗୁରୁମା ଏବଂ ପିଲାମାନଙ୍କ ସହଯୋଗରେ ମହୋତ୍ସବ ମହାନନ୍ଦର ସହ ସମ୍ପର୍ନ ହୋଇଥିଲା।
ମନୋରଞ୍ଜନ ମହାନ୍ତି
ମୋ :-୯୪୩୭୨୮୭୯୨୨

Related Post

Leave a Reply

Your email address will not be published. Required fields are marked *

You Missed