ବରିଷ୍ଟ ଆଇନଜୀବୀଙ୍କ ପରଲୋକ
ଭୁବନେଶ୍ବର, ୨୨/୨(ଦର୍ଶନ ସମୀକ୍ଷା ): ବରିଷ୍ଟ ଆଇନଜୀବୀ ରମା ବଲ୍ଲଭ ରଥ(୬୯)ଙ୍କ ବୀର ନରସିଂହପୁର ସ୍ଥିତ ନିଜସ୍ବ ବାସଭବନ ଠାରେ ପରଲୋକ ହୋଇ ଯାଇଛି। ମୃତ୍ଯୁଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଥିଲା।
ତାଙ୍କର ମୃତ ଶରୀରକୁ ଗ୍ରାମରୁ ୬୦ ଫରେଷ୍ଟ ପାର୍କସ୍ଥିତ ବାସଭବନକୁ ଅଣାଯାଇଥିଲା। ଶନିବାର ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଛି। ସ୍ବର୍ଗଦ୍ବାରରେ ତାଙ୍କ ପରିବାରର ସଦସ୍ୟଙ୍କ ସହିତ ରାଜ୍ୟର ବହୁ ଆଇନଜୀବୀ ରାଜନେତା ଉପସ୍ଥିତ ରହି ସ୍ରଧାସୁମନ ଅର୍ପଣ କରିଥିଲେ।