Spread the love

ଓଡିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ସରୋଜ କୁମାର ସାମଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର- ତା.୦୬.୦୪.୨୦୨୫(ଦର୍ଶନ ସମୀକ୍ଷା)
ପୂର୍ବତନ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀ ସରୋଜ କୁମାର ସାମଲଙ୍କୁ ଓଡିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଖାରବେଳ ନଗରସ୍ଥିତ ସଂଘର ସ୍ଥାନୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଅବସରକାଳୀନ ସଭାରେ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କର୍ମକର୍ତ୍ତା ମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଶ୍ରୀ ସାମଲ ଭଦ୍ରକ ଜିଲ୍ଲାରୁ ନିଜ କର୍ମମୟ ଜୀବନ ଆରମ୍ଭ କରିବା ସହ ଭୁବନେଶ୍ୱର ଓ ତାଳଚେରର ଉପ ଜିଲ୍ଲାପାଳ, ରାଜ୍ୟ ପଣ୍ୟଗାର ନିଗମ ଓ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଅନୁଷ୍ଠାନର ନିର୍ଦ୍ଦେଶକ, ଝାରସୁଗୁଡା ଜିଲ୍ଲାପାଳ ଭାବେ କାର୍ଯ୍ୟକରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ । ବିଭିନ୍ନ ପଦପଦବୀରେ ଅତ୍ୟନ୍ତ ନିଷ୍ଠାପର ଭାବେ ସେ ଜନହିତରେ ନିୟୋଜିତ ଥିଲେ । ସେ କର୍ମକ୍ଷେତ୍ରରେ ନିଯୁକ୍ତ ହୋଇ ନିଜର କର୍ମକ୍ଷେତ୍ର ପ୍ରତି ଯେଉଁ ସାଧୁତା,ନିଷ୍ଠା ଓ ସମୟାନୁବର୍ତ୍ତିତା ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ସେ ଜଣେ ଦକ୍ଷ, ସଚ୍ଚୋଟ, ମାର୍ଜିତ ବ୍ୟକ୍ତି ଭାବରେ ନିଜର ଦାୟିତ୍ବ ନିର୍ବାହ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେ କରିଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବଦା ସଂଘ କର୍ମକର୍ତ୍ତା ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସଂଘ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଉପସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *