ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି.. ଦେବୀ ପ୍ରସାଦ ମିଶ୍ର
ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ପିଏମ୍ଜିରେ ଆନ୍ଦୋଳନ କରିବ ବିଜେଡି । ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଆନ୍ଦୋଳନ କରିବ । ଏ ନେଇ ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତା ତଥା ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି ।ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି ।