Spread the love


ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି –

    " ବୁଲିଆସିଲି ଅନେକ ଦଳ,
      ଟିକୁଟଟିଏ ମିଳିଲା ନାହିଁ,
     ସ୍ୱାଧୀନଭାବେ ଲଢିବି ମୁହିଁ 
     ଲୋକେ ମୋର ବଳ ଥାଇ "।

( ଜଣେ ପୂର୍ବତନ ମନ୍ତ୍ରୀ ତଥା ଦଳଡିଆଁଙ୍କୁ ନୁଆଦଳ ଟିକୁଟ ନଦେବାରୁ ସେ ” ମୋ ପଟରେ ଲୋକବଳ ଅଛନ୍ତି, ମୁଁ ସ୍ୱାଧୀନପ୍ରାର୍ଥୀ
ଭାବେ ଲଢିବି” ବୋଲି କହିଛନ୍ତି, ଯାହା ସବୁ ସ୍ୱାଧୀନପ୍ରାର୍ଥୀ କୁହନ୍ତି ।

   --×--×--×--

ତା26.06.1988ରିଖରେ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କଦ୍ୱାରା ଲିଖିତ
” କେଡେ କେଡେ ଯୋଗ୍ୟ ଲୋକ!” ଶୀର୍ଷକ ପ୍ରବନ୍ଧର ଚତୁର୍ଥ ପାରାଗ୍ରାଫରେ ଥିବା ଲେଖା ନିମ୍ନରେ ସ୍ଥାନିତ ଅଛି;

” କେଡେ କେଡେ ପଦ ଓ ଆସନରେ ବସିଥିବା କେତେ କେତେ ଯୋଗ୍ୟଲୋକ ଏକାଠି ମିଶି ପୂରା ଦେଶଟାକୁ ଏମିତି ଅଯୋଗ୍ୟ ଭାବରେ କେଡେ ନରଖର କରି ପକେଇଲେ ଆପଣ କୁହନ୍ତୁ ତ!
ଅଥବା, ଅପାଳକ ଏପରି ପଡିଲା ଯେ, ପ୍ରକୃତରେ ଯୋଗ୍ୟ ଲୋକମାନେ ପଛକୁ ରହିଗଲେ । ଅଧିକାଂଶ କ୍ଷେତ୍ରରେ ଧୁଣ୍ଡା ଓ ଗୁଣ୍ଡାମାନେ ଆଗକୁ ଆଗକୁ ମାଡି ଆସିଲେ ଓ ଉପରକୁ ଉପର ଯାଇ ଚକା ଜମେଇଦେଲେ।ସେମାନେ ଦୁଃଶାସନ ହେଲେ। ବଡ ବଡ ଆସନକୁ କାମୁଡି ଧରିପାରିଲେ ଓ ଅଧିକରୁ ଅଧିକ ଧନ ଘରକୁ ବୁହାଇ ନେଇପାରିଲେ ଯେ ଜଗତରେ ଯୋଗ୍ୟ ବୋଲାଇ ହୁଏ,
ଏହି ମନ୍ଦ ପାଞ୍ଚଟାକୁ ଏହି ଦେଶରେ ଆଣି କିଏ ପୁରେଇଲେ?”

ଶ୍ରୀ ଦାସ, 1988 ମସିହାରେ ଏହା ଲେଖିଥିବା ସମୟର ଅବସ୍ଥା
ତୁଳନାରେ ଆଜିର ପରିସ୍ଥିତି ଆହୁରି ଶହ ଶହ ଗୁଣ ସଙ୍ଗୀନ ଅବସ୍ଥାରେ । ସରକାରଗୁଡ଼ିକ, ଲୋକମାନଙ୍କୁ
” ଲାଗିଖାଅ- ଆତ୍ମନିର୍ଭରଶୀଳ ” ନକରେଇ “ମାଗିଖାଅ- ବିଭିନ୍ନ ଅନୁଦାନ ଉପରେ ନିର୍ଭରଶୀଳ ” କରେଇ ଦେଇଥିବା ପରିପ୍ରେକ୍ଷୀରେ
” ଲୋକବଳ” ବୋଲି ଆଉ କିଛି ଅଛି କି?

( ଉପରେଥିବା ଶୈଳ ଚତୁର୍ବେଦିଙ୍କ ହିନ୍ଦିଲେଖାର ଆପାତତଃ ଓଡିଆ ଅନୁବାଦ ହେଉଛି-
“ଭିକ ମାଗିବା ଗୋଟିଏ ଧନ୍ଦା,
ଗରିବ ମାଗିବା ଭିକ ତ ନେତା ମାଗିବା ଚାନ୍ଦା)

Leave a Reply

Your email address will not be published. Required fields are marked *

You Missed