ଜଗତରେ ନାହିଁ ଏମିତି ଠାକୁର
ମନକୁ ନିଅଇ ଟାଣି
ସେହି ଏକା ସାହା ପ୍ରଭୁ ଚଉବାହା
ଶ୍ରୀକ୍ଷେତ୍ର ମଉଡମଣି
ଡାକିଦେଲେ ହରି ନିଅନ୍ତି ଆବୋରି
ହୃଦୟ ମନ୍ଦିରେ ରହି
ଭକତର ପାଇଁ ଅଛନ୍ତି ଅନାଇଁ
ସେହି ପ୍ରଭୁ ଭାବଗ୍ରାହୀ
ଏଭବ ସାଗରେ ଗଭୀର ଜଳରେ
ପାଏନାହିଁ ଯେବେ କାତ

କୂଳରେ ଲଗାନ୍ତି ଜୀବନ ନଉକା
ଟେକିଦେଲେ ଦୁଇହାତ
ଜୟ ଜଗନ୍ନାଥ।
ପତିତପାବନ ବାନା ଦରଶନେ
ମେଣ୍ଟିଯିବ ଆତ୍ମା ତୃଷ୍ଣା
ଅବଢ଼ା ସୁଗନ୍ଧେ ପେଟ ପୂରିଯିବ
କହିବାକୁ ନାହିଁ ଭାଷା
ଭକତ ମାଗୁଛି ଆୟୁଷ ଦି’ ଦିନ
ରଖି ଦରଶନ ଆଶା।

ଭକତ କହୁଛି ଭକତକୁ
ଜଗା ଦେଖାଦେଲେ ଜଗତକୁ
ମୁଁ ଛାର ଅଧମ ଦେଖି ନପାରିଲି
ଧିକ ମୋ’ ଜନମ ଜାତକକୁ।
ଆର ଜନମରେ ହେବ ଦେଖା
ଜଳୁଥିବି ହୋଇ ଦୀପ ଶିଖା
ମରଣକୁ ତିଳେ ନଥିବ ମୋ’ ଭୟ
ଶ୍ରୀଚରଣ ତଳେ କରେ ଭିକ୍ଷା।